ପ୍ରଣାମ ୭ ପ୍ରକାର

୧-ଅଷ୍ଟାଂଗ ପ୍ରଣାମ-ଉରସା ଶିରସା ଦୃଷ୍ଟ୍ଯା ମନସା ବଚସା ତଥା।ପଦ୍ଭ୍ଯାଂ କରାଭ୍ଯାଂ ଜାନୁଭ୍ଯାଂ ପ୍ରଣାମୋଽଷ୍ଟାଂଗ ଈରିତଃ।। ତନ୍ତ୍ରସାର।    ଉରୁ, ଶିର, ଚକ୍ଷୁ, ମନ, ବାକ୍ଯ, ଦୁଇପଦ, କର ଓ ଜାନୁ ସଂଲଗ୍ନ ପ୍ରଣାମକୁ ସାଷ୍ଟାଂଗ କୁହାଯାଏ। ( ମନରେ ପ୍ରଣମ୍ଯଙ୍କୁ ମନନ କରି ଓ ବାକ୍ଯ ଦ୍ବାରା ଅମୁକ ଗୋତ୍ର ଅମୁକଙ୍କ ପୁତ୍ର ମୁଁ ଅମୁକ ପ୍ରଣାମ କରୁଛି।)    ହୃଦୟ, ଚିବୁକ, ମୁଖ, ନାସିକା, ଲଲାଟ,  ବ୍ରହ୍ମରନ୍ଦ୍ର ଓ କର୍ଣ୍ଣଦ୍ବୟ ଦ୍ବାରା ଭୂମି ସ୍ପର୍ଶକୁ ମଧ୍ୟ ସାଷ୍ଟାଂଗ ପ୍ରଣାମ କୁହାଯାଏ।୨- ଅର୍ଦ୍ଧଚନ୍ଦ୍ର ପରିକ୍ରମା-ଦକ୍ଷିଣରୁ ବାମ ଓ ବାମରୁ  ଦକ୍ଷିଣ।୩- ଦଣ୍ଡ ପ୍ରଣାମ- ଆସନ ତ୍ଯାଗକରି ଭୂମିରେ ଲମ୍ବହୋଇ ( ଦଣ୍ଡବତ୍ ) ପଡିବା-ସବୁ ଦେବତାଙ୍କ ପ୍ରିୟ।୪-ତିନିଥର ପ୍ରଦକ୍ଷିଣ କରି ବ୍ରହ୍ମରନ୍ଦ୍ର ଭୂମିରେ ସ୍ପର୍ଶକରି ଯେଉଁ ପ୍ରଣାମ କରାଯାଏ ତାହା ଉଗ୍ର ନମସ୍କାର।୫- ଶକ୍ତି ସମ୍ବନ୍ଧେ ତ୍ରିକୋଣ ପ୍ରଣାମ।୬- ଶିବଙ୍କ ପୃଷ୍ଠଦେଶରେ ଅର୍ଦ୍ଧଚନ୍ଦ୍ରକାର ପରିକ୍ରମା।୭- ଶକ୍ତି ଉପାସନାରେ ତ୍ରିପୁରାଦିଙ୍କର ତ୍ରିକୋଣ ଓ ଷଟକୋଣାଦି ପ୍ରଣାମ ବିଧି ବିଭିନ୍ନ ସାଂପ୍ରଦାୟିକ ପରମ୍ପରାରେ କୁହା ଯାଇଛି।    କାୟିକ ପ୍ରଣାମ ଉତ୍ତମ, ମଧ୍ଯମ ଓ ଅଧମ ତିନି ପ୍ରକାର। ଉପରୋକ୍ତ – ଉତ୍ତମ।   ମଧ୍ୟମ- ଜାନୁଦ୍ଵୟ ଓ ମସ୍ତକ ଭୂମିସ୍ପର୍ଶ କରିବା।    ଅଧମ- ଜାନୁଦ୍ଵୟ ଭୂମିସ୍ପର୍ଶକରି ଯୋଡ ହସ୍ତ ହେବା।ବାଚିକ ପ୍ରଣାମ- ଉତ୍ତମ – ନିଜକୃତ ଗଦ୍ଯ ବା ପଦ୍ଯ ଦ୍ବାରା ଦେବତାଙ୍କୁ ଗୁହାରି।ମଧ୍ୟମ- ପୌରାଣିକ ବା ବୈଦିକ ମନ୍ତ୍ର ପାଠ।ଅଧମ- ଚିତ୍ତ ଓ ବାକ୍ଯଦ୍ବାରା ନମସ୍କାର।ପଞ୍ଚାଂଗ ପ୍ରଣାମ- ୨ହାତ, ୨ଜାନୁ, ମସ୍ତକ, ବାକ୍ଯ ଓ ଚକ୍ଷୁ।ଶଂଖହସ୍ତେ ପ୍ରଦକ୍ଷିଣ ବିହିତ ଅଟେ।#ଏକ ହାତରେ ପ୍ରଣାମ, ଏକବାର ପ୍ରଦକ୍ଷିଣ ଓ ଅକାଳେ ବିଷ୍ଣୁ ଦର୍ଶନ ପୂର୍ବକୃତ ପୂଣ୍ଯ ନାଶକରେ।   ( ଏବେର ଷ୍ଟାଇଲ୍ ଆଣ୍ଠୁ ପାଖରୁ ମାଛି ହୁଡେଇ ସଲାମ କରିବା।)

Leave a comment

Design a site like this with WordPress.com
Get started