–
୧- ଥରେ ଗ୍ରାମବାସୀ ମାନେ ନିର୍ଣ୍ଣୟ ନେଲେକି ବର୍ଷା ପାଇଁ ସେମାନେ ପ୍ରାର୍ଥନା କରିବେ, ପ୍ରାର୍ଥନା ଦିନ ସମସ୍ତେ ଏକସ୍ଥାନରେ ଏକତ୍ରିତ ହେଲେ, ପରନ୍ତୁ ଗୋଟିଏ ପିଲା ସାଙ୍ଗରେ ଛତା ଟିଏ ଆଣି ଆସିଥିଲା । ଏହାକୁ କୁହାଯାଏ ଆସ୍ଥା ।
୨-ଯେବେ ଆପଣ ଏକ ପିଲାକୁ ଶୂନ୍ୟକୁ ଫୋପାଡି ଧରନ୍ତି, ତେବେ ସେ ହସୁଥାଏ, କାରଣ ସେ ଜାଣିଥାଏ ଯେ ଆପଣ ତାକୁ ଧରିବେ । ଏହାକୁ କୁହଯାଏ ବିଶ୍ଵାସ ।
୩-ପ୍ରତ୍ୟେକ ରାତ୍ରିରେ ଆମେ ଶୋଇବାକୁ ଯାଉ, ତେବେ ଏ କଥାର କୌଣସି ଗ୍ୟାରେଣ୍ଟି ନଥାଏ କି ସକାଳ ପର୍ଯ୍ୟନ୍ତ ଜୀବିତ ରହିବା, ପୁଣି ବି ଆମେ ଘଡିରେ ଆଲାର୍ମ ଲଗାଇ ଶୋଇଥାଉ । ଏହାକୁ କୁହାଯାଏ ଆଶା ।
୪- ଆମକୁ ଆମ ଭବିଷ୍ୟତ ବିଷୟରେ କିଛି ବି ଜ୍ଞାନ ନଥାଏ, ପୁଣି ବି ଆମେ ଆସନ୍ତା ଦିନଗୁଡିକ ପାଇଁ ବଡ ବଡ ଯୋଜନା କରିଥାଉ । ଏହାକୁ କୁହାଯାଏ ଆତ୍ମବିଶ୍ଵାସ ।
୫- ଆମେ ଦେଖୁଛେ ସଂସାର ବଡ କଷ୍ଟରେ ଚଳୁଛି, ତଥାପି ଆମେ ବିବାହ କରୁଛେ । ଏହାକୁ କୁହାଯାଏ ପ୍ରେମ ।
୬- ଏକ ୬୦ବର୍ଷ ବୟସର ବ୍ୟକ୍ତି ତା ସାର୍ଟରେ ଲେଖାଇ ଥିଲା ‘ ମୋର ବୟସ ୬୦ ନୁହଁ, ମୁଁ ତ କେବଳ ୧୬ ବୟସର- ୪୪ ବର୍ଷର ଅନୁଭବ ସହିତ । ଏହାକୁ କୁହାଯାଏ ଦୃଷ୍ଟିଭଙ୍ଗୀ ।
ଏ ସବୁ ହେଲା ଉପଲବ୍ଧି ।
–ଜୟ ଜଗନ୍ନାଥ —