ପୃଥିବୀକୁ ଫେରାଇ ନେବାକୁ ଚାହୁଁଛନ୍ତି ଈଶ୍ବର ।
କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି?
ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ
ଅନେକ କିଲୋମିଟର ଉଚ୍ଚରୁ ବୋମା
ପକାଇ ପାରେ, ରୁଷିଆର S 400 ମିସାଇଲର ଡିଫେନସ୍ ସିସଟମ୍ କୁଆଡେ ପୃଥିବୀକୁ ବାରମ୍ବାର ବୁଲି ଆସି ପାରେ, Ak 107ରାଇଫେଲ୍
କୁଆଡେ ଆଖି ପଲକରେ ଗୋଟିଏ ଟ୍ୟାଂକକୁ ଛତୁ କରି ପାରେ ।
ମଣିଷ ମାରିବା ପାଇଁ କେତେ ଆୟୋଜନ –
ମନେ ପଡେ?
ସିରିଆର ସେହି ତିନି ବର୍ଷର ପୁଅ କହିଥିବା କଥା-ବୋମା ମାଡରେ କ୍ଷତବିକ୍ଷତ ଦେହ ନେଇ ମରିବା ପୂର୍ବରୁ କହିଥିଲା- ‘ମୁଁ ଈଶ୍ବରଂକୁ ସବୁ
କହିଦେବି ‘
ହୁଏତ କହିଦେଇଛି-
ଆମର ପୈଶାଚିକତାର କଥା, ଲୋଭର କଥା,ଅସଭ୍ୟତାର କଥା,
ନିର୍ଯ୍ଯାତନାର କଥା ।
ସାଗର ସେ ପାରିର ପଡିରହିଥିବା
ଆଲାନ୍ କୁର୍ଦି, କଣ୍ଟା ତାରରେ ଝୁଲିରହିଥିବା ସେହି ଝିଅଟିର ମୃତଦେହ ବୋଧହୁଏ ଈଶ୍ବରଂକୁ ସବୁ
କହିଦେଇଛି ।
ଈଶ୍ବର ଏଥର ତାଙ୍କ ପୃଥିବୀକୁ ଫେରାଇନେବାକୁ ଚାହୁଁଛନ୍ତି ।
ସିଏ ହୁଏତ ସବୁ ଅଭିଯୋଗ ଶୁଣିଛନ୍ତି
ହୁଏତ ଶୁଣିଛନ୍ତି ପ୍ରକୃତିର ଆର୍ତନାଦ-
ଶୁଣିଛନ୍ତି ସେହି ଚଢେଇର କ୍ରନ୍ଦନ ।
ଏହାକୁ ହିଁ ବୋଧେ କୁହାଯାଏ ଈଶ୍ବରଂକ ମାଡ, କିଂବା ପ୍ରକୃତିର
ପ୍ରତିଶୋଧ-ବୈଭବରେ ଜଡିତ ଦୁବାଇର 828 ମିଟର ମିନାରର ବୁର୍ଜ ଖଲିଫା ଏବେ ଶୂନ୍ ଶାନ୍ ପଡିଛି
ସୁନା ଆଉ ପେଟ୍ରୋ ଡଲାରରେ ଘୋଡାଇ ରହିଥିବା ଅହଂକାର ଏବେ
ମୃତ୍ୟୁ ଭୟରେ ଥରୁଛି ।
କ୍ଷୁଦ୍ରାତିକ୍ଷୁଦ୍ର ଗୋଟିଏ ଭାଇରସ୍ ର ଭୟରେ ପ୍ରବଳପରାକ୍ରମଶାଳିମାନେ ଅସହାୟ
ଭାବରେ ଖାଲି ଆଖିଫାଡି ଅନାଇ
ରହିଛନ୍ତି ମଳିନ କୋଟ ପିନ୍ଧା ବୈଜ୍ଞାନିକ ଅଥବା ଅନିଦ୍ରାରେ ରହିଥିବା ଅବସନ୍ନ କିନ୍ତୁ ପରାଜୟ ନ
ମାନୁଥିବା ଡାକ୍ତର ଓ ନର୍ସ ମାନଂକ ଆଡକୁ ।
ଚରମ ଘୃଣାରେ ଯେଉଁମାନଙ୍କ ଆଡକୁ
କେହି ଅନଉ ବି ନ ଥିଲେ, ଆଜି ସେହି ସଫେଇ କର୍ମଚାରୀର ହେଉଛି
ପୁଷ୍ପବୃଷ୍ଟି ଓ ଶଂଖଧ୍ବନିରେ ଆହ୍ବାନ ।
ଆମେ ହଜାର ହଜାର ମଣିଷ ମାରିଛୁ, ଜଣେ ଆଉଜଣକୂ ମରିବା ପାଇଁ ମାରଣାସ୍ତ୍ର ତିଆରି କରିଛୁ ।
ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି କରିବାକୁ ତିଆରି କରିଛୁ ନାନାପ୍ରକାର
ଗୋପନ ଅସ୍ତ୍ର ।
ସୁଇଡେନ୍ ର ଇନଟରନ୍ୟାସନାଲ
ପିସ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ର ଗବେଷଣା ଜଣାଇଛି 2018ରେ କେବଲମାତ୍ର ଯୁଦ୍ଧର ଉଦ୍ୟମ ପାଇଁ
1.822 ଟ୍ରିଲିୟନ୍ ମାର୍କିନ୍ ଡଲାର ଖର୍ଚ୍ଚ ହୋଇଛି ।
ସିଏ ବୋଧେ ସବୁ କହିଦେଇଛି ।
କହିଛି ସେହି ଚଢେଇର କଥା, ଯିଏ ଆଉ ଆକାଶରେ ଉଡୁନି, କହିଛି ସେହି ଆକାଶର କଥା, ଯିଏ ଦିନେ ନୀଳବର୍ଣ ଥିଲା, କହିଛି ସେହି ପବନର କଥା, ଯିଏ ଦିନେ ନିର୍ମଳ ଥିଲା, କହିଛି ସେହି ପୃଥିବୀର କଥା,
ଯିଏ ଦିନେ ସମସ୍ତଂକର ଥିଲା ।
ସମସ୍ତଙ୍କର ପୃଥିବୀକୁ ଆମେ ମନଇଛ୍ଛା ଭାଗ ଭାଗ କରିଛୁ, ଧର୍ମ
ନାମରେ, ଦେଶ ନାମରେ, ଭାଷା ନାମରେ ମଣିଷକୁ ଦୂରକୁ ଠେଲି ଦେଇଛୁ, ଚମଡାର ରଂଗ ଦେଇ, ଗଣତନ୍ତ୍ର ନାମରେ ଆମକୁ ଟକୁରା
ଟୁକୁରା କରିଛୁ ।
ଏହି ଯୁଦ୍ଧ କଣ କେବଳ ଅଦୃଶ୍ୟ
ଭାଇରସ୍ ବିରୁଦ୍ଧରେ? ବୋଧହୁଏ ନୁହେଁ ।ଲକଡାଉନରେ ଖାଇବାକୁ ନ
ପାଇ ପାନ୍ଚ ସନ୍ତାନର ଜନନୀର ଗଂଗାରେ ଡେଇଁ ଆତ୍ମହତ୍ୟା ।ଏତେଦିନ ପରେ ହୁଏତ ସବୁ ଠିକ୍ ହେବ । କିନ୍ତୁ ଆମେ କଣ ସତରେ
ମଣିଷ ହୋଇ ପାରିବା?
Jayjagannathgroup.com
