. ❀꧁❣️ନରେନ୍ଦ୍ର ପୁଷ୍କରିଣୀ❣️꧂❀
ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀର ସୃଷ୍ଟି ହୋଇନଥିଲା ! ଏହା ପଞ୍ଚ ତୀର୍ଥରେ ଗଣ୍ୟ ନୁହେଁ ! ଜନଶୃତି ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ଉତ୍ସବ ଜର କବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସଂପନ୍ନ ହେଉଥିଲା ! ଏହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର ଗ୍ରାମ ଅବସ୍ଥିତ ! ସେହି ଗ୍ରାମବାସୀ ମାନଙ୍କର ଚନ୍ଦନଯାତ୍ରାରେ ବିଶେଷ ସଂପର୍କ ଥିବାରୁ ତତ୍କାଳିନ ରାଜା ଏହି ଗ୍ରାମକୁ ଚନ୍ଦନପୁର ନାମରେ ନାମିତ କରିଥିଲେ ! ସେକଥା ଛାଡି ଆମେ ଆଲୋଚନା ଉପରକୁ ଆସିବା !
ଥରେ ରଣପୁର ଷ୍ଟେଟ୍ ଉତ୍କଳ ଗଜପତି ମହାରାଜାଙ୍କ ଅଧିନସ୍ଥ ଏକ ମିତ୍ର କରଦରାଜ୍ୟ ଥିଲା ! ନରେନ୍ଦ୍ର ଦେବ ରଣପୁର ଷ୍ଟେଟ୍ ର ରାଜା ଥିବାବେଳେ ଉତ୍କଳର ତଦାନୀନ୍ତନ ଗଜପତି ମହାରାଜାଙ୍କ ସହ ତାଙ୍କର ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ସ୍ଥାପିତ ହୋଇଥିଲା ! ରାଜା ନରେନ୍ଦ୍ର ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପରମ ଭକ୍ତ ଥିଲେ ! ଦିନେ ସେ ରାଜବାଟୀରେ ବିଚରଣ କରୁଥିବା ସମୟରେ ହଠାତ୍ ଗୋଟିଏ କଖାରୁ ମଞ୍ଜି ଦୃଷ୍ଟିଗୋଚର ହେଲା ! ସେ ତାହାକୁ କୌତୁହଳ ପୂର୍ବକ ହାତରେ ଉଠାଇ ନେଇ ଧରିଥିବା ସମୟରେ ତାଙ୍କର ଜଣେ ଅତି ପ୍ରିୟ ଧନୀକ ସର୍ବରାକାର ଛାମୁଙ୍କୁ ଦର୍ଶନ ଅଭିଳାଷରେ ରାଜବାଟୀ ଠାରେ ପହଞ୍ଚିଲେ ! ରାଜା ସର୍ବରାକାରଙ୍କୁ ଦେଖାଦେଇ କହିଲେ ଯେ ଆଜି ତୁମକୁ ଗୋଟିଏ ଭଲ ଜିନିଷ ଦେବି ! ଏହି କଖାରୁ ମଞ୍ଜିଟିକୁ ନିଅ ! ଜଗନ୍ନାଥଙ୍କ ନାମରେ ପୋତିଦେବ ! ଯାହା ଫଳିବ ତାହା ଠାକୁରଙ୍କୁ ଦେବ, ବିଶ୍ୱାସ ରଖ ସୁଫଳ ମିଳିବ ! ସର୍ବରାକାର ଅତ୍ୟନ୍ତ ଆଗ୍ରହର ସହିତ ସେହି ମଞ୍ଜିଟିକୁ ନିଜ କାନିରେ ବାନ୍ଧିଲେ ଓ ଅନ୍ୟାନ୍ୟ କଥୋପକଥନ ପରେ ନିଜ ଘରକୁ ଫେରିଲେ ! କଖାରୁ ଗଛର ପରମାୟୁ ୫ବର୍ଷ ହୋଇଥିଲା ! ତହିଁରୁ ଉତ୍ପନ୍ନ କଖାରୁ ବିକ୍ରୟଲବ୍ଧ ଧନ ଲକ୍ଷାଧିକ ହେଲା! ସର୍ବରାକାର ସମସ୍ତ ଟଙ୍କା ଧରି ଶ୍ରୀଜଗନ୍ନାଥଙ୍କୁ କିପରି ପ୍ରଦତ୍ତ ହେବ ଏଥି ନିମନ୍ତେ ରଣପୁର ରାଜାଙ୍କ ପାଖକୁ ଗଲେ ! ରାଜା ଆଶ୍ଚର୍ଯ୍ୟାନ୍ୱିତ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସ୍ମରଣ ପୂର୍ବକ ବିକ୍ରୀ ଲବ୍ଧ ଅର୍ଥ ଓ ସର୍ବରାକାରଙ୍କୁ ସାଙ୍ଗରେ ଗଜପତିଙ୍କ ପାଖକୁ ଆସିଲେ ! ସେହି ଅର୍ଥରେ ନରେନ୍ଦ୍ର_ପୁଷ୍କରିଣୀ ଖନନ କାର୍ଯ୍ୟ ହେଲା ! ଯେତିକି କ୍ଷେତ୍ରରେ କଖାରୁ ଗଛ ମାଡିଥିଲା , ନରେନ୍ଦ୍ର ପୁଷ୍କରିଣୀ ଓ ତାହାର ଚତୁଃପାର୍ଶ୍ୱ ସୀମାର କ୍ଷେତ୍ରଫଳ ମଧ୍ୟ ସେତିକି ! ଏହା ହେଉଛି ନରେନ୍ଦ୍ର ପୁଷ୍କରିଣୀର କିମ୍ବଦନ୍ତୀ !
ସଂଗୃହିତ
✿❁❣️༒ ଜୟ ଜଗନ୍ନାଥ ༒❣️❁✿