ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ?
ବିଜ୍ଞାନ ସାତୋଟି ରଙ୍ଗ ପ୍ରମାଣ ଦେଇଛି (ବା ଘ ନି ଶ ହ ନା ଲା ) ଯେଉଁଥିରେ କଳା ଓ ଧଳା ନାହିଁ ।
ବିଜ୍ଞାନ ପ୍ରମାଣିତ ସବୁଯାକ ରଙ୍ଗକୁ ମିଶାଇଲେ କଳା ରଙ୍ଗର ଉତ୍ପତ୍ତି ହୁଏ , ଅର୍ଥାତ ଏଥିରୁ ପ୍ରମାଣିତ ହୁଏ କି କଳାରଙ୍ଗ (ଧଳା ରଙ୍ଗକୁ ଛାଡି ) ବାକି ରଙ୍ଗର ଜନନୀ । କିନ୍ତୁ କଳା ଓ ଧଳାକୁ ରଙ୍ଗରେ ଗଣନା କରାଯାଇ ନାହିଁ।
ଧଳାର ଆଗମନରେ ହିଁ କଳାର ଉପସ୍ଥିତି ଜ୍ଞାତ ହୁଏ । ଏଠାରେ ଧଳା କହିଲେ ପ୍ରକାଶକୁ ବୁଝାଏ ଓ କଳା କହିଲେ ପ୍ରକାଶର ଆଧାରକୁ ବୁଝାଏ । ପୁଣି ପ୍ରକାଶ କହିଲେ ଜ୍ଞାନକୁ ବୁଝାଏ ।
ପ୍ରକାଶର ଆଗମନରେ ବା ଜ୍ଞାନର ଆଗମନରେ ହିଁ ପ୍ରକାଶର ଆଧାର କଳାକୁ ବା ଅଖଣ୍ଡ ଜ୍ଞାତାଙ୍କୁ ଜାଣିବାର ସାମର୍ଥ୍ୟ ମିଳେ ।
ପୁନଶ୍ଚ…..
ଏଠାରେ, କଳାରଙ୍ଗକୁ ସବୁରଙ୍ଗର ଜନନୀ କହିବାର, ଆଧ୍ୟାତ୍ମିକ ଅର୍ଥ ହେଉଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ଉଦଗମ ସ୍ଥଳ , ଅର୍ଥାତ ଜଗତର ଆଧାର ଅଟନ୍ତି । ତେଣୁ …..
ସେ ଏକ ହେଲେ ବି ଅନେକ ଭଳି ପ୍ରତିତୀ ହେବାରେ ଅସୁବିଧା କେଉଁଠି ନାହିଁ କାରଣ ଯାଦୃଶି ଭାବନା ଯସ୍ଯ ସିଦ୍ଧିଃ ଭବତି ତାଦୃଶି ! ସେଥିପାଇଁ ଏକୋ ଦେବ, ବିପ୍ରାଃ ବହୁଧା ବଦନ୍ତି !
ଅର୍ଥାତ ଏହି ସୂତ୍ରର ଆଧାରରେ…..
ଆମର ଯେଉଁ ସପ୍ତଚକ୍ର ତାହା ସାତୋଟି ପଦ୍ମର ସୂଚନା ଦେଇ ପ୍ରତ୍ଯେକକୁ ଭିନ୍ନଭିନ୍ନ ଦଳ ବା ପାଖୁଡାରେ ବିଭକ୍ତ କରି ଏହାକୁ ଉପରୋକ୍ତ ସାତୋଟି ରଙ୍ଗର ଅଧିଷ୍ଠାନ କେନ୍ଦ୍ର ରୂପରେ ବିଭକ୍ତ କରାଯାଇଛି ।
ଏବଂ …..
ସହସ୍ରାର ଉର୍ଦ୍ଧ୍ବରେ ସମସ୍ତଙ୍କ ଅଧିଷ୍ଠାନ କଳାରଙ୍ଗ ହେତୁ ଏହା ସହସ୍ରାଧିକ ରଙ୍ଗର ସମାବେଶ ହୋଇଥାଏ , ତଥାପି ସାଧକଙ୍କ ଜ୍ଞାନରେ ( ପ୍ରକାଶରେ )ସମସ୍ତଙ୍କ ଅଧିଷ୍ଠାନ ଜ୍ଞାତା ଏକ ଥିଲେ ବି ଏହା ଅନେକ ପ୍ରତିତୀ ହୁଏ ବୋଲି ଏହା ସହସ୍ରାର ଚକ୍ର ବା ସହସ୍ରାର କେନ୍ଦ୍ର ବୋଲାଯାଏ । ତାତ୍ପର୍ଯ୍ଯ ….
ଉଭୟ ନିର୍ବିକଳ୍ପ ଓ ସବିକଳ୍ପରେ କଳାର ବୈଶିଷ୍ଠତାକୁ ଲକ୍ଷରଖି ଆମ ମହାପ୍ରଭୁ କଳାରଙ୍ଗ ହୋଇ କଳାଶ୍ରୀମୁଖ ଭାବରେ ପ୍ରକଟ ଲୀଳା କରୁଛନ୍ତି ।
