ସମସ୍ତ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଛା , ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ସମସ୍ତ ରୋଗ ଦୁଃଖ ମହାମାରୀକୁ ନାଶ କରନ୍ତୁ. ସମସ୍ତଙ୍କର ମଙ୍ଗଳ ହେଉ ! ଜୟ ଜଗନ୍ନାଥ
ଭୂୟଃ ଶୃଣୂଷ୍ୱ ଦେବସ୍ୟ ନୀଳଶୈଳାଧିପସ୍ୟ ଚ ।
ମାଧବେ ସିତପକ୍ଷେ ଚ ହ୍ୟଷ୍ଟମ୍ୟାଂ ଯଦ୍ଦିନେ ନୃପଃ ॥
ପ୍ରାସାଦଘଟନାଂ ଚକ୍ରେ ତତସ୍ତୁ ପ୍ରତିବତ୍ସରମ୍ ।
ଯଥା ପୁଷ୍ୟାଭିଷେକସ୍ତୁ ତଦ୍ଦଉଚ୍ଚ ସମାଚରେତ୍ ॥
ଅର୍ଥାତ୍ ଏହି ତିଥିରେ ପ୍ରଭୁଙ୍କର ପ୍ରକଟ ହୋଇଥିବାରୁ ପ୍ରତିବର୍ଷ ପ୍ରକଟୋତ୍ସବ ଏହି ଦିନ ମହାସମାରୋହରେ ପାଳନ କରିବ ! ପୁଷ୍ୟାଭିଷେକରେ ଶ୍ରୀବିଗ୍ରହମାନଙ୍କର ଅଭିଷେକତ୍ସବ ପାଳନ କରାଯିବା ପରି ଏହି ଦିନ ମଧ୍ୟ ଅଧିବାସିତ ଜଳରେ ଅଭିଷେକ କରାଯାଏ !
ନୀଳାଦ୍ରି ମହୋଦୟ ଅଭିଷେକ ନିମିତ୍ତ ବୈଶାଖ ଶୁକ୍ଲ ପକ୍ଷ ସପ୍ତମୀରେ ରାତ୍ର ଚନ୍ଦନ ଲାଗି ନୀତି ଶେଷ ହେବା ପରେ ଭୋଗ ମଣ୍ତପ ଗୃହ ଧୋ ପଖାଳ ହୋଇ ଚାନ୍ଦୁଆଟିଏ ବନ୍ଧାଯାଇଥାଏ ! କୋଠ ଭୋଗ ପାଣିଆ ଯୋଗାଇଥିବା ଜଳ ଗଡୁମାନଙ୍କର ପୁର୍ଣ୍ଣ କରାଯାଇ ତହିଁରେ ସୁବାସିତ ପୁଷ୍ଫ ଓ ସରାମାନ ଘୋଡାଇ ଦିଆଯାଏ ! ଏହି ଜଳପୁର୍ଣ୍ଣ ଗଡୁଗୁଡିକ ଚାନ୍ଦୁଆ ତଳେ ଚାରି ପନ୍ତି କରି ରଖାଯାଏ ! ଏହାପରେ ଚେମେଡି ପତନି ପକାଇ ପୂଜାପଣ୍ତା ସେବକ ପୁଷ୍ପ, ଚନ୍ଦନ, ଦେଇ ଜଳ ଅଧିବାସ କରାନ୍ତି ! ଏହି ବିଧିମାନ ସଂପନ୍ନ ହେଲାପରେ ଚଢାଉକରଣ ସେବକ ଦ୍ୱାରମାନ ବନ୍ଦ କରି ମୁଦ ଦିଅନ୍ତି ଏବଂ ଲେଙ୍କା ଜଗିରହନ୍ତି ! ଏହାପରେ ଅନ୍ୟାନ ନୀତି ଅନୁଷ୍ଠିତ ହୁଏ !
ଅଷ୍ଟମୀ ତିଥି ପୁର୍ବଦିନ ସପ୍ତମୀ ତିଥିରେ ରାତ୍ରିକାଳରେ ୧୦୮ଟି କୁମ୍ଭ ଜଳପୁରଣ କରି ବୀକ୍ଷଣାଦି ସଂସ୍କାର ପୂର୍ବକ ସେଥିରେ କର୍ପୁର ଗନ୍ଧ ପୁଷ୍ଫ ପ୍ରଭୃତି ନିକ୍ଷେପ କରି ବସ୍ତ୍ର ଦ୍ୱାରା ଆଛାଦନ କରିହେବ ! ତା ପରେ ତାକୁ ନେଇ ଅଧିବାସ ଗୃହରେ ସ୍ଥାପନ କରିବ !(ବାମଦେବ ସଂହିତା)
ଅଷ୍ଟମୀଦିନ ସକାଳ ଧୂପ ଓ ଆଲଟ ଲାଗି ସରିବା ପରେ ଭିତର ଗମ୍ଭୀରାରେ ପାଣି ପଡି ପୂଜା ଠା ହୋଇଥାଏ ! ପୂର୍ବ ଦିନରୁ ଭୋଗ ମଣ୍ତପ ଗୃହରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକ ମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ, ସହ ତଳିଛ ପଟୁଆରରେ ଚାରିଥରରେ ଚାରି ପନ୍ତି କରି ଜଳପୁର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରିବା ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୁଏ ! ପୂଜାପଣ୍ତା ସେବକ ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି ! ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ ! ଜଳ ଲାଗି ପରେ ମଇଲମ, ନୂଆଲୁଗା,ଲାଗି ହେବା ସହ ଘଟୁଆରୀ ଘର ଠାରୁ ତିନୋଟି ରୂପା ପିଙ୍ଗଣରେ ପୂଜାପଣ୍ତା , ପତିମହାପାତ୍ର, ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପାଳିଆ ପୁଷ୍ଫାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି ! ଏହାପରେ ଭିତରେ ପାଣି ପଡି ଧୁଆଜିବା ପରେ ମଧ୍ୟାହ୍ନ ଧୂପ ଓ ଯାତ ଭୋଗ ଘଣ୍ଟ ଛତା କାହାଳୀ ସହି ଶ୍ରୀଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଭୋଗ ସରିବା ପରେ ପାଣି ପଡି ଧୋପଖାଳ ହୋଇ ତିନି ବାଡରେ ବନ୍ଦାପନା ନୀତି ହୋଇଥାଏ ! ତତ୍ପରେ ପୂଜାପଣ୍ତା ଆଜ୍ଞାମାଳ ପ୍ରଦାନ କରିବା ପରେ ରାମ, କୃଷ୍ଣ, ମଦନମୋହନ, ଶ୍ରୀଦେବୀ,ଭୂଦେବୀ, ବିମାନ ଓ ପାଲିଙ୍କିରୁ ବିଜେ ପୂର୍ବକ ଚାପ କ୍ରୀଡା ଉଦ୍ଦେଶ୍ୟରେ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି ।
ବୈଶାଖସ୍ୟାମଳେ ପକ୍ଷେ ଅଷ୍ଟମ୍ୟାଂ ପୁଷ୍ୟଯୋଗତଃ !
କୃତା ପ୍ରତିଷ୍ଠା ଭୋ ବିପ୍ରାଃ ଶୋଭନେ ଗୁରୁବାସରେ ॥
ତଦ୍ଦିନଂ ସୁମହତ୍ ପୁଣ୍ୟଂ ସର୍ବପାପ୍ରଣାଶନମ୍ !
ସ୍ନାନଂ ଦାନଂ ତପୋ ହୋମଃ ସର୍ବମକ୍ଷୟ୍ୟମଶ୍ନୁତେ ॥
ଶୁକ୍ଲାଷ୍ଟମୀ ଯା ବୈଶାଖେ ଗୁରୁପୁଷ୍ୟଯୁତା ଯଦା !
ତସ୍ୟାମଭ୍ୟର୍ଚନଂ ବିଷ୍ଣୋଃ କୋଟିଜନ୍ମାଘନାଶନମ୍ ॥ ( ନୀଳାଦ୍ରି ମହୋଦୟ)
The importance of Niladri Mahodaya is mentioned in the Skanda Purana-
“Baisakha Syamale Pakhye Ashtamyan Pushyajogatah
Kruta Pratishtha Bho Biprah Shobhane Gurubasare
Taddhinan Sumahat Punyan Sarbapapapranashanam
Snanan Danan Tapo Homah Sarbamokhyajyamashrute
Shuklashtami Ja Baisakhe Gurupushyajuta Jada
Tasyamabhyarchanan Bishnoh Koti Janmaghanaashanam”
Shri Bramha himself consecrated the deities on Thursday Pushyajukta Baisakha Shukla Ashtami.Therefore this a very pious day.If donation,bath or penance is done on this day,then great results are achieved.The devotees who have Darshan of Mahaprabhu on this day with utmost devotion get salvation.

