
ଆଜି ଗୋଟିଏ ସୁନ୍ଦର ତଥ୍ୟ ଜାଣିବାକୁ ପାଇଲି ।
ୟୁରୋପ ରେ ଗୋଟିଏ ଦେଶ ଅଛି ନାରୱେ, ଏକ ଖୁବ ସୁନ୍ଦର ଦେଶ। ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟ ଆସ୍ତ ଦୁଅନ୍ତି ନାହିଁ । ଏହି କାରଣରୁ ନାରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ । ପିଲାବେଳେ ପଢ଼ିଥିଲି କିନ୍ତୁ ଏହି ଦେଶରେ ଆଉ ଗୋଟିଏ ବୈଶିଷ୍ଟ୍ୟତା ଅଛି ଏଇ କିଛି ଦିନ ତଳେ ୟୁରୋପ ପରିଭ୍ରମଣ ରୁ ଫେରିଥିବା ଜଣେ ବନ୍ଧୁଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ୟ ହେଲି। ସେ କହିଲେ,
ଯଦି କେବେ ଏଇ ଦେଶକୁ ଯାତ୍ରା କରିବାର ସୁଯୋଗ ମିଳେ, ତାହାହେଲେ ନିମ୍ନ ଦୃଶ୍ୟ ସାଧାରଣ ରେ ମଧ୍ୟ ଦେଖିବାକୁ ପାଇବେ।
ଗୋଟିଏ ରେସ୍ତାଁରେଣ୍ଟ ।
ସେଠାର କ୍ୟାସ କାଉଣ୍ଟରକୁ ଜଣେ ମହିଳା ଆସି କୁହନ୍ତି,
“5 Coffee, 1 Suspension”.
ସେ ପୁଣି 5ଟି କଫି ର ପଇସା ଦେବା ସତ୍ୱେ 4ଟି କଫି ନେଇଯାନ୍ତି ।
କିଛି ସମୟ ପରେ…
ଅନ୍ୟ ଜଣେ ବ୍ୟକ୍ତି ଆସି କୁହନ୍ତି ,
“4 Lunch, 2 Suspension” !!!
ସେ ଚାରୋଟି ଲଞ୍ଚ ପାକେଟ ର ପେମେଂଟ କରନ୍ତି ସିନା
କିନ୍ତୁ ନେଲା ବେଳେ ଦିଓଟି Lunch packets ନେଇଯାନ୍ତି ।
ପୁଣି ଜଣେ ଭଦ୍ରବ୍ୟକ୍ତି ଅର୍ଡର ଦିଅନ୍ତି …
“10 Coffee, 6 Suspension” !!!
କିନ୍ତୁ ସେ ମଧ୍ୟ ଚାରୋଟି କଫି ନେଇଯାନ୍ତି।
କିଛି ସମୟ ପରେ ଜଣେ ବ୍ୟକ୍ତି ଜୀର୍ଣ୍ଣଶିର୍ଣ୍ଣ ଶରୀର, ଛିଣ୍ଡା ଫଟା ଆବରଣ – ସେଠାକୁ ଆସି ପଚାରନ୍ତି ,
“Any Suspended Coffee ??”
କାଉଣ୍ଟର ଗାର୍ଲ ଙ୍କ ଉତ୍ତର ଆସେ –
“Yes !!”
ଆଉ ଗୋଟିଏ ଗରମ କଫି ତାଙ୍କୁ ଦେଇ ଦିଅନ୍ତି ।
କିଛି ସମୟ ପରେ ଠିକ ସେଇ ଭଳି ଜଣେ ଦାଢ଼ିଆ ବ୍ୟକ୍ତି ଭିତରକୁ ଆସି ପଚାରନ୍ତି-
“Any Suspended Lunch ??”
ସେତେବେଳେ କାଉଣ୍ଟର ରେ ଉପସ୍ଥିତ ବ୍ୟକ୍ତି ଜଣକ
ଗରମ ଖାଦ୍ୟ ର ଗୋଟିଏ ପ୍ୟାକେଟ ଓ ପାଣି ବୋତଲଟିଏ ଧରାଇ ଦିଅନ୍ତି।
ଏହି କ୍ରମ ସାରା ଦିନ ଚାଲିଥାଏ …
ଗୋଟିଏ ଗ୍ରୁପ ଦ୍ୱାରା ଅଧିକ ପ୍ରଦାନ
ଓ
ଅନ୍ୟ ଏକ ଗ୍ରୁପ ଦ୍ୱାରା ବିନା ପେମେଂଟ ରେ
ଖାଦ୍ୟ ପେୟ ଗ୍ରହଣ କରିବା
ଅର୍ଥାତ,
ନିଜର ପରିଚୟ ଗୁପ୍ତ ରଖି
ଏବଂ
ଅଜଣା ଅଶୁଣା ଦରିଦ୍ର ଭୋକିଲା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।
ଏହାହିଁ ନାରୱେ ନାଗରିକଙ୍କ ପରମ୍ପରା ଏବଂ ଵିଶେଷତ୍ବ ।
ଶୁଣିବାକୁ ମିଳୁଛି ଏହି ସଂସ୍କୃତି ଏଵେ ୟୁରୋପ ର ଅନ୍ୟ କିଛି ଦେଶ ମାନଙ୍କ ଭିତରେ ମଧ୍ୟ ପ୍ରବେଶ କଲାଣି ।
କିଂତୁ ଆମେ …???
ହସ୍ପିଟାଲ ହେଉ ବା ଅନାଥାଳୟ ହେଉ – ଯଦି କିଛି ନିଜେ ବା ସଂଗଠନ ମାଧ୍ୟମ ରେ ଜଳ, ଫଳ କିମ୍ବା କିଛି ଖାଦ୍ୟ ପେୟ ଦାନ ଦେବା ଇଚ୍ଛା ଥାଏ, ଫଟୋ ଉଠାଇ ସ୍ଥାନୀୟ ସମ୍ବାଦ ପତ୍ରରେ ଛପାଇବା ବା ସୋସିଆଲ ମେଡ଼ିଆ ରେ ଫଟୋ ପଠାଇବାରେ ପଛ ଘୁଞ୍ଚା ଦେଉନା ।
ନିଜର ଦାତା-ପଣିଆଁକୁ ବିଜ୍ଞାପିତ କରିଵାରେ ବା କରାଇବାରେ ଆମେ ସିଦ୍ଧହସ୍ତ ।
ଠିକ କହିଲି ନା ?…।
ଏହି ଦାନ ମାଧ୍ୟମରେ ନିଜକୁ ବିଜ୍ଞାପିତ କରିବା ଆମ ସମସ୍ତଙ୍କର ଏକ ବିକୄତ ମାନସିକତା ।
ଶାସ୍ତ୍ରରେ ମଧ୍ୟ ଦାନ ଦେବା ବିଷୟରେ ଅନେକ କଥା ରଚିତ ଅଛି। କୁହା ଯାଇଛି – ଡାହାଣ ହାତ ଯଦି ଦାନ କରୁଥାଏ, ତେବେ ବାମ ହାତ ମଧ୍ୟ ଏ ବିଷୟରେ ଅନଭିଜ୍ଞ ରହିବା ଉଚିତ।
କଣ ଭାରତରେ …
ଏ ଭଳି ଖାଦ୍ୟ ପେୟ ଦାନ ର
“Suspension” ଭଳି ପ୍ରଥା ର
ପ୍ରାରମ୍ଭ ହୋଇ ପାରିବ ???
ଆମ ସମସ୍ତଙ୍କର ଏ ବିଷୟରେ ଚିନ୍ତା କରିଵାର ଅଛି ।
🌹ଜୟ ଶ୍ରୀ ଜଗନ୍ନାଥ l ସାଇରାମ 🌹