Badasighara Besha

ବଡ଼ଠାକୁର ଙ୍କ ଶୋଭା ବଡ଼ସିଂହାର ବେଶ ❤
କୋଟି ଓଡ଼ିଆ ର ହ୍ରୁଦ ପଦକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରମ ପାବନ ଲୀଳାକ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ଏଠାରେ ଶ୍ରୀମହାପ୍ରଭୁ ନାନାଦି ବେଶ ରେ ସଜ୍ଜିତ ହୁଅନ୍ତି। ପ୍ରାୟ ୩୨ ବେଶ ର ଦର୍ଶନ ଓ ବର୍ଣନା ଅଛି। ସେଥିମଧ୍ୟରୁ ପ୍ରତ୍ୟେହ ରାତ୍ରି ର ପହୁଡ଼ ( ଶୋଇବା ) ପୂର୍ବରୁ ମଣିମା ଙ୍କ ଅପୂର୍ବ ବଡ଼ସିଂହାର ବେଶ ର ଶୋଭା ଅନନ୍ୟ ଅଟେ। ଏହି ବେଶରେ ମହାପ୍ରଭୁ ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦ ଲେଖାହୋଇଥିବା ଖଣ୍ଡୁଆ ସହ ନାନାଦି ସୁଗନ୍ଧିତ ପୁଷ୍ପ ର ନିର୍ମିତ ପୁଷ୍ପ ଅଳଙ୍କାର ମାନ ପରିଧାନ କରିଥାନ୍ତି। କିନ୍ତୁ ଅକ୍ଷୟତୃତୀୟା ଠାରୁ ଜୈଷ୍ଠ ଚତୁର୍ଦଶୀ ଯାଏଁ ମହାପ୍ରଭୁ କେବଳ ପତନୀ ଲାଗି ହୋଇ ବଡ଼ସିଂହାର ହୁଅନ୍ତି।ଫୁଲ ରସିଆ ଠାକୁର ତ, ସେଲାଗି ପୁଷ୍ପ ରେ ଶ୍ରୀ ପାଦ ଠାରୁ ଶ୍ରୀ ମସ୍ତକ ଯାଏଁ ପୁଷ୍ପ ରେ ଛାଇ ହୋଇଥାନ୍ତି। ସେଗୁଡ଼ିକ ହେଲା କପାଳ ରେ ଧାଡ଼ି ଧାଡ଼ି ହୋଇ ରହିଥିବା ‘ଅଳକା’ , ଶ୍ରୀ ମସ୍ତକ ରେ ଚନ୍ଦ୍ରିକା, ଶ୍ରୀ ଭୂଜ ରେ କରପଲ୍ଲବ, ହ୍ରୁଦୟ ରେ ହ୍ରୁଦ ପଦକ, ଚାରି ସରିଆ ଚଉସରା ମାଳ, ଚାପସରି, ଶ୍ରୀ ପାଦ ଯାଏଁ ଲମ୍ବିଥିବା ଶ୍ରୀ ପୟର ମାଳ, ଅଧର ଚୁମ୍ବି ଅଧରମାଳା, ନାକ ରେ ନାକୁଆସୀ, ଭୂରୁଲତା ମଧ୍ଯରେ ଝୁମ୍ପା, ସେହିପରି ମା ଶୁଭଦ୍ରା ମସ୍ତକ ରେ ତଡ଼ଗି ନାମକ ବ୍ରୁତାକାର ଦୁଇ ପାର୍ଶ୍ୱ ରେ ଦୁଇ ଅଳଙ୍କାର, ଅଣ୍ଟାରେ ଓଡ଼ିଆଣୀ ପରିଧାନ କରିଥାନ୍ତି। ଏହି ବେଶ ର ଶୋଭା କୋଟି କାମରୂପ କୁ ମଧ୍ଯ ଲଜ୍ଜିତ କରେ। ଏହି ବେଶ ପରେ ମହାପ୍ରଭୁ ଖାଣ୍ଟି ଓଡ଼ିଆ ମଣିଷ ଟି ପରି ଦହିପଖାଳ ସହ କଦଳୀବରା ଓ ବିରି ପିଠା ମଣୋହି କରିଥାନ୍ତି। ଓଡ଼ିଆ ଟି ଯେପରି ରାତିରେ ଶ୍ରମ କ୍ଲାନ୍ତି ରୁ ଥକି ଶୋଇବା ପୂର୍ବରୁ ପଖାଳ କଂସାଏ ଖାଇ ନିଦ୍ରା ଯାଏ, ମହାପ୍ରଭୁ ଠିକ୍ ସେହିପରି ଶୋଇବା ପୂର୍ବରୁ ପଖାଳ ମଣୋହି କରିଥାନ୍ତି। ମହାପ୍ରଭୁ ଙ୍କ ନାନାଦି ରକମର ପଖାଳ ରହିଛି ତନ୍ମଧ୍ଯରୁ ଘି ପଖାଳ ଅନ୍ୟତମ। ସାଧାରଣ ରେ ପଖାଳ ଭାତରେ କିଏ ଘିଅ ଖାଏ?  କିନ୍ତୁ ମହାପ୍ରଭୁ ରାଜାଧିରାଜ ସେହି ପଖାଳ ଭାତରେ ଘିଅ ଖାଆନ୍ତି। ସେଥିପାଇଁ କଥାରେ ଅଛି ପଖାଳ ଭାତରେ ଘି, ତୋ ବୋପା ଖୋଇଥିଲା କି!
ଏହାପରେ ମହାପ୍ରଭୁ ଙ୍କ ପହୁଡ଼ ନୀତି ରେ କଂସା ପାତ୍ର ରେ ପଇଡ଼ ବିଡ଼ିଆ ମଣୋହି (ସର୍ବସାଧାରଣ ରେ ନୀତି ଦର୍ଶନ ଯୋଗ୍ୟ ନୁହେଁ)ନୀତି ହୋଇ ଦେବଦାସୀ ନ୍ରୁତ୍ୟ ର ତାଳେ ତାଳେ ମହାପ୍ରଭୁ ପହୁଡ଼ ଯାଆନ୍ତି।
The glory of Badasighara Besha of ShriMahaprabhu ❤
ShriMahaprabhu Jagannath adorned in 32 besha in an year. And several beshas in a day. Badasighara Besha is one of the besha of daily routine. Every night before the pahuda ritual Shri Mahaprabhu adorned in Badasinghara besha by Singhari serviators. In this besha Lord wears Gitagovinda Khandua ( Gitagovinda silk) means the gitagovinda lines are written in the silk vastra with various of fragrant flower jewelry from Shri pada to Shri mastaka ( top to bottom ) but from Akhaya tritiya to Jyestha sukla chaturdashi deity wear Patani instead of Gitagovinda pata due to summer season.  The jewelleries are alaka, jhumpa, nakuasi, chandrika, karapallbha, hridapadaka, chausara mala, adhar mala, sripayara mala, chapasari. Once the besha completes Dahipakhala with kadalibara ( fermented rice with messed fried banana) with some pithas offered to Shri Mahaprabhu siblings just like a Odia Mahaprabhu ShriJagannath too eats Pakhala bhata in his dinner before going to bed. Then the pahuda rituals takes place with the offering of paida & bidia manohi by Singhari serviators in a brass plate to Mahaprabhu  . ( this ritual can’t be shown in public) then the nidra devi bije to garbha griha & last fir entertain purpose devadashi nritya occurred these days before 21st centuries. Near kalahata dwara. ( the door adjacent to Garbha griha) the devadashi is called in local language Mahari. Finally the Lord goes for sleep which is called Pahuda.
Photography strictly prohibited inside temple premises. Used pic in video edited pic only
#shreejagannathmahabahu

Leave a comment

Design a site like this with WordPress.com
Get started