ନୀଳଚକ୍ରଓପତିତପାବନବାନାର_ମହତ୍ତ୍ଵ

ନୀଳଚକ୍ର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ । ଗଠନ ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବ୍ୟାସ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକContinue reading “ନୀଳଚକ୍ରଓପତିତପାବନବାନାର_ମହତ୍ତ୍ଵ”

ଭାବ ଓ ଭଗବାନ

. ❀꧁❣️ଭାବ ଓ ଭଗବାନ❣️꧂❀    ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କ ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା। ଭିକ୍ଷୁକ ଯାହା ଭିକ୍ଷାରେ ପାଉଥିଲା ସେଥିରେ ଦିନକୁ ମାତ୍ର ଥରଟିଏ ଖାଉଥିଲା। ଦିନେ ଏ କଥା ଦେଖିଲେ ଜଣେContinue reading “ଭାବ ଓ ଭଗବାନ”

ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ

ନମାମି ଦୁର୍ଗାନବରାତ୍ରୀମହିମା ବ୍ରହ୍ମା ହରଶ୍ଚ ହରିରପ୍ୟନିଶଂ ସ୍ତୁବନ୍ତୋ଼ ନାନ୍ତଂ ଗତାଃ ସୁରବରାଃ କିଳତେ ଗୁଣାନାମ୍କ୍ବାହଂ ବିଭେଦମତିରମ୍ବ ଗୁଣୈର୍ବୃତୋବୈ ଦୁର୍ଗାଃ ବକ୍ତୁଂକ୍ଷମସ୍ତବ ଚରିତ୍ରମହୋଽପ୍ରସିଦ୍ଧ (ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ, ତୃତୀୟସ୍କନ୍ଧ, ତ୍ରୟୋବିଂଶୋଽଧ୍ୟାୟଃ) ଅର୍ଥ:- ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରନ୍ତର ଆପଣଙ୍କ ସ୍ତୁତି କରି କରି ମଧ୍ୟ ଆପଣଙ୍କ ମହାଗୁଣ ର ପାର ଯାଇପାରି ନାହାଁନ୍ତି, ହେ ମାଁ ଆଦିପରାଶକ୍ତି ଦୁର୍ଗା, ହୀନ ଭେଦବୁଦ୍ଧିବାଲା ରଜ ସତ୍ତ୍ବ ତମ ଗୁଣ ଦ୍ଵାରା ଆବଦ୍ଧ ତଥା ଅପ୍ରସିଦ୍ଧ ଏକContinue reading “ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ”

Mystry of Atma(soul)

ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା –ଆତ୍ମା ଆମର ଜୀବନୀଶକ୍ତି । ଅଦେଖା ଆତ୍ମା ନେଇ ବହୁ ଗହଳି, ଏହି ଆଲେଖ୍ୟ ଆଉ ଏକ ଗହଳି । ଆଜି ଆମେ ଜୀବ,ଆତ୍ମା ଓ ପରମାତ୍ମା ଉପରେ ଆଉ ତା ସହିତ ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା ନେଇ ସାମାନ୍ୟ କିଛି ବିଚାର ରଖିବା । ଗୋଟିଏ ଅଛି ପାପାତ୍ମା, ଆଉ ଗୋଟିଏ ପୂତାତ୍ମା ଓ ଅନ୍ୟ ଗୋଟିଏ ପରମାତ୍ମା –ଏପରି ତିନି ଆତ୍ମା ସହିତ ଆମେ ପରିଚିତ ।Continue reading “Mystry of Atma(soul)”

ଓଁ ଶ୍ରୀଗଣେଶାୟ ନମଃ

।। ଓଁ ଶ୍ରୀଗଣେଶାୟ ନମଃ ।। ଓଁଗଜାନନଂ ଭୂତଗଣାଦିସେବିତଂ କପିତ୍ଥଜମ୍ବୂଫଳସାରଭକ୍ଷଣମ୍ ।ଉମାସୁତଂ ଶୋକବିନାଶକାରଣଂ ନମାମି ବିଘ୍ନେଶ୍ୱରପାଦପଙ୍କଜମ୍ ॥ ॐगजाननं भूतगणादिसेवितं कपित्थजम्बूफलसारभक्षणम् ।उमासुतं शोकविनाशकारणं नमामि विघ्नेश्वरपादपंकजम् ॥ ଶ୍ରୀ ଗଜାନନସ୍ତୋତ୍ରମ୍ ଓଁନମସ୍ତେ ଗଜବକ୍ତ୍ରାୟ ଗଜାନନସୁରୂପିଣେ ।ପରାଶରସୁତାୟୈବ ବତ୍ସଳାସୂନବେ ନମଃ ॥ ୧॥ ବ୍ୟାସଭ୍ରାତ୍ରେ ଶୁକସ୍ୟୈବ ପିତୃବ୍ୟାୟ ନମୋ ନମଃ ।ଅନାଦିଗଣନାଥାୟ ସ୍ୱାନନ୍ଦବାସିନେ ନମଃ ॥ ୨॥ ରଜସା ସୃଷ୍ଟିକର୍ତେ ତେ ସତ୍ତ୍ୱତଃ ପାଲକାୟ ବୈ ।ତମସା ସର୍ବସଂହର୍ତ୍ରେ ଗଣେଶାୟ ନମୋ ନମଃ ॥ ୩॥ ସୁକୃତେଃContinue reading “ଓଁ ଶ୍ରୀଗଣେଶାୟ ନମଃ”

ପ୍ରଣାମ ୭ ପ୍ରକାର

୧-ଅଷ୍ଟାଂଗ ପ୍ରଣାମ-ଉରସା ଶିରସା ଦୃଷ୍ଟ୍ଯା ମନସା ବଚସା ତଥା।ପଦ୍ଭ୍ଯାଂ କରାଭ୍ଯାଂ ଜାନୁଭ୍ଯାଂ ପ୍ରଣାମୋଽଷ୍ଟାଂଗ ଈରିତଃ।। ତନ୍ତ୍ରସାର।    ଉରୁ, ଶିର, ଚକ୍ଷୁ, ମନ, ବାକ୍ଯ, ଦୁଇପଦ, କର ଓ ଜାନୁ ସଂଲଗ୍ନ ପ୍ରଣାମକୁ ସାଷ୍ଟାଂଗ କୁହାଯାଏ। ( ମନରେ ପ୍ରଣମ୍ଯଙ୍କୁ ମନନ କରି ଓ ବାକ୍ଯ ଦ୍ବାରା ଅମୁକ ଗୋତ୍ର ଅମୁକଙ୍କ ପୁତ୍ର ମୁଁ ଅମୁକ ପ୍ରଣାମ କରୁଛି।)    ହୃଦୟ, ଚିବୁକ, ମୁଖ, ନାସିକା, ଲଲାଟ,  ବ୍ରହ୍ମରନ୍ଦ୍ର ଓ କର୍ଣ୍ଣଦ୍ବୟ ଦ୍ବାରା ଭୂମି ସ୍ପର୍ଶକୁ ମଧ୍ୟ ସାଷ୍ଟାଂଗ ପ୍ରଣାମContinue reading “ପ୍ରଣାମ ୭ ପ୍ରକାର”

ମୁଁ କିଏ?ମୋତେ ଦୁଃଖ କଷ୍ଟ ହୁଏ କାହିଁକି ?

ମୁଁ କିଏ? ମୋତେ ଦୁଃଖ କଷ୍ଟ ହୁଏ କାହିଁକି ?    ମୁଁ ଅବିନାଶୀ ଓ ଅମର । ମୁଁ ଜନ୍ମ – ମୃତ୍ୟୁରହିତ ନିତ୍ୟ , ଶାଶ୍ବତ ଓ ସନାତନ ଜୀବାତ୍ମା , ଯଥା- ଗୀତାଶାସ୍ତ୍ରର ପ୍ରମାଣନ ଜାୟତେ ମ୍ରିୟତେ ବା କଦାଚିତ୍ନାୟଂ ଭୂତ୍ଵା ଭବିତା ବା ନ ଭୂୟଃ ।ଅଜୋ ନିତ୍ୟ ଶାଶ୍ଵତୋୟଂ ପୁରାଣୋନ ହନ୍ୟତେ ହନ୍ୟମାନେ ଶରୀରେ।।(୨/୨୦ )ନୈନଂ ଛିନ୍ଦନ୍ତି ଶସ୍ତ୍ରାଣିନୈନଂ ଦହତି ପାବକନ ଚୈନଂ କ୍ଲେଦୟତ୍ୟାପୋନ ଶୋଷୟତି ମାରୁତଃ । ( ୨/୨୩Continue reading “ମୁଁ କିଏ?ମୋତେ ଦୁଃଖ କଷ୍ଟ ହୁଏ କାହିଁକି ?”

Design a site like this with WordPress.com
Get started