Now follow work of brahaman.
जब #ब्राह्मण एक दूसरे को हाथ जोड़ कर नमस्ते कर रहा था तो दुनिया उन पर हंस रही थी।
जब #ब्राह्मण हाथ पैर धोकर घर मे घुसता था तो दुनिया उन पर हंसती थी।
जब #ब्राह्मण जानवरों की पूजा कर रहे थे तब दुनिया उन पर हंस रही थी।
जब #ब्राह्मण पेड़ों और जंगलों को पूज रहे थे तब दुनिया उन पर हंस रही थी
जब #ब्राह्मण मुख्यतः शाकाहार पर बल दे रहे थे तब दुनिया उन पर हंस रही थी।
जब #ब्राह्मण योग, प्रणायाम कर रहा था तब दुनिया उन पर हंस रही थी।
जब #ब्राह्मण श्मशान और अस्पताल से आकर स्नान करते थे तब भी दुनिया उन पर हंस ही रही थी।
लेकिन अब ? अब कोई नही हंस रहा, बल्कि सब यही अपना रहे हैं।
सच ही कहा गया है #ब्राह्मण का सनातनी जीवन एक जीवन पद्धति है. ज्यों ज्यों इसकी गहराई में जाते है त्यों त्यों गहराई बढ़ती ही जाती है, जिसका कहीं अंत नहीं..जय श्री राम. 🙏
ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ
ଅରୁଣସ୍ତମ୍ଭ ସିଂହଦ୍ୱାର, ସିଂହଦ୍ୱାର ଗୁମୁଟ ଓ ବାଇଶିପାହାଚ ଏସବୁ ବାହାରବେଢ଼ା ଅନ୍ତର୍ଗତ । ବାହାରବେଢ଼ାସ୍ଥ ସମସ୍ତ ମନ୍ଦିର ଓ ବିଜେସ୍ଥଳୀର ତାଲିକା ନିମ୍ନରେ ପ୍ରଦାନ କରାଗଲା ।
ବାହାରବେଢ଼ା:-
ମନ୍ଦିର ଓ ବିଜେସ୍ଥଳୀଦେବଦେବୀ
୧।ଅରୁଣସ୍ତମ୍ଭ (ଏକ ମନ୍ଦିର ସ୍ୱରୂପ ମାନ୍ୟତାପ୍ରାପ୍ତ ।ଅରୁଣ (ସୂର୍ଯ୍ୟଙ୍କ ସାରି)ଚୂନରା ନିଯୋଗ ସେବା କରନ୍ତି ।)
୨ ।ସିଂହଦ୍ୱାରଦ୍ୱାର ଉପରେ ଦଶାବତାର ଓ ଲକ୍ଷ୍ମୀ ପ୍ରତିମାସିଂହଦ୍ୱାର ଗୁମୁଟଫତେ ହନୁମାନ, ରାଧାକୃଷ୍ଣ, ଗଣେଶ(ଚିତ୍ର),ନରସିଂହ, ପତିତପାବନ ଓ ହନୁମାନ (ସୁଗ୍ରୀବ)
।୩ ।କାଶୀବିଶ୍ୱନାଥଶିବଲିଙ୍ଗ
୪ ।ରାମଚନ୍ଦ୍ର ଦେବରାମ, ସୀତା, ଲକ୍ଷ୍ମଣ, ଓଗେର
୫ ।ଅଭୟ ନୃସିଂହନୃସିଂହ
୬ ।ଶ୍ରୀନରସିଂହନରସିଂହ ବା ନୃସିଂହ
୭ ।ରାଧାବଲ୍ଲଭରାଧାକୃଷ୍ଣ
୮ ।ଘଣ୍ଟେଶ୍ୱରୀଘଣ୍ଟେଶ୍ୱରୀ ଠାକୁରାଣୀ ଓ ଗଣେଶ ଚିତ୍ର ପ୍ରତିମା
୯ ।ଭେଟମଣ୍ଡପ(ଏଠାରେ ନୀଳାଦି୍ରବିଜେ ଦିନଲକ୍ଷ୍ମୀ ବିଜେ କରନ୍ତି)
୧୦ ।ଷଡ଼ଭୁଜ ଗୌରାଙ୍ଗଗୌରାଙ୍ଗ ମୂର୍ତ୍ତିି
୧୧ ।ମହାବୀରହନୁମାନ(ସରଘର, ପ୍ଳଟ ନଂ.୨୧୩)
୧୨ ।ମହାଦେବଶିବ
୧୩ ।ଦକ୍ଷିଣେଶ୍ୱରଶିବ
୧୪ ।ଶ୍ରୀନୃସିଂହନୃସିଂହ
୧୫ ।ହନୁମାନ (ପାଣିଆଘର)ହନୁମାନ
୧୬ ।କଳ୍କି ଅବତାର ମୂର୍ତ୍ତିି ଓପୁରାଣ ନୃସିଂହନୃସିଂହ
୧୭ ।ବସନ୍ତେଇ ବା ବୁଢ଼ୀମା ଠାକୁରାଣୀବସନ୍ତ ଠାକୁରାଣୀ(ପ୍ରତିଦିନ ତାଟ ମହାପ୍ରସାଦ ବିମଳାଙ୍କୁସମର୍ପଣ ହେବା ପରେ ଏହାଙ୍କୁ ସମର୍ପଣ ହୁଏ)
୧୮ ।ରୋଷ ଗଣେଶଗଣେଶ
୧୯ ।ବାରଭା ଇ ହନୁମାନ (ମହାବୀର)ଦକ୍ଷିଣ ପାର୍ଶ୍ୱ ବାହାର ବେଢ଼ାରେ ଏକ ମନ୍ଦିରରେ(ପ୍ଳଟ୍ ନଂ.୨୪୭)ସ୍ଥାପିତ ବାରଜଣ ହନୁମାନ୍ (ବାରଭାଇ /ବାରଭାୟା) ସେମାନେ ହେଲେ :- ଜନ୍ମ ହନୁମାନ,ଗୟ, ଗବାକ୍ଷ, ସୁଷେଣ, ହନୁମାନ,ଜାମ୍ୱବ,ତାରାକ୍ଷ, ଅଙ୍ଗଦ, ସୌରୀ, ସୁଗ୍ରୀବ, ନଳ, ନୀଳ
୨୦ ।ପଞ୍ଚମୁଖୀ ମହାବୀରମହାବୀର ହନୁମାନ
୨୧ ।ଦୁର୍ଗାମାଧବଦୁର୍ଗା ଓ ମାଧବ
୨୨ ।ଶ୍ରୀସିଦ୍ଧେଶ୍ୱର ମହାଦେବମହାଦେବ
୨୩ ।ଶ୍ରୀଚକ୍ର ନାରାୟଣନାରାୟଣ
୨୪ ।ରାମେଶ୍ୱର ମହାଦେବ (ଚାରିଧାମ)ଗୋକର୍ଣ୍ଣେଶ୍ୱର, ବଦ୍ରିନାଥ, ଦ୍ୱାରକାନାଥ ଓ ଜଗନ୍ନାଥ
୨୫ ।ଶ୍ରୀନୃସିଂହ (ସରଘର)ନୃସିଂହ
୨୬ ।ପଶ୍ଚିମଦ୍ୱାର ମହାବୀରମହାବୀର ହନୁମାନ
୨୭ ।ଶ୍ରୀଧବଳେଶ୍ୱରଶିବ
୨୮କୋଇଲି ବୈକୁଣ୍ଠ—-
୨୯ ।ବୈକୁଣ୍ଠ—-
୩୦ ।ଦାରୁଘର—-
୩୧ ।ବୈକୁଣ୍ଠ ମହାଦେବଶିବ(ସୂପକାର ନିଯୋଗ)
୩୨ ।ରାଧାକୃଷ୍ଣ (ଅର୍ପଣ ଗୋପାଳ)ରାଧାକୃଷ୍ଣ(ବର୍ଦ୍ଧମାନ ରାଜା ମାର୍ଫତଦାର)
୩୩ ।ତପସ୍ୱୀ ହନୁମାନହନୁମାନ
୩୪ ।ଶ୍ରୀବାମନବାମନ ଅବତାର
୩୫ ।ଶ୍ରୀଲକ୍ଷ୍ମୀ ନୃସିଂହଲକ୍ଷ୍ମୀ ଓ ନୃସିଂହ
୩୬ ।ଶ୍ରୀଉତ୍ତରାୟଣୀନାରାୟଣୀ
୩୭ ।ଶ୍ରୀଶୀତଳା ଠାକୁରାଣୀଶୀତଳା ଦେବୀ
୩୮ ।ଝାଡେଶ୍ୱରୀ ଠାକୁରାଣୀଝାଡେଶ୍ୱରୀ
୩୯ ।ଶିବ- ଅନ୍ନପୂର୍ଣ୍ଣାଶିବ ଓ ମହାଲକ୍ଷ୍ମୀ
୪୦ ।ଚାହାଣି ମଣ୍ଡପ (ଆନନ୍ଦବଜାର)—-
୪୧ ।ଦେବସ୍ନାନ ମଣ୍ଡପ (ଆନନ୍ଦବଜାର)—-
୪୨ ।ଐଶାନେଶ୍ୱରଶିବ
୪୩ ।ଧବଳେଶ୍ୱରଶିବ
୪୪ ।କାଶୀନାଥଶିବ
୪୫ ।ଶ୍ରୀଗଣେଶଗଣେଶ
ରାମ ନବମୀ ଓ ତା’ର ମହତ୍ୱ :-
ରାମ ନବମୀ ଓ ତା’ର ମହତ୍ୱ :-
ରାମ ନବମୀ। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ ହୁଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭ ଯୋଗ ରହିଛି, ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ । ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ଶ୍ରୀ ରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା। ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ। ଚଳିତ ବର୍ଷ ଏପ୍ରିଲ ୨୧ରେ (ଆଜି) ରାମନବମୀ ପାଳନ କରାଯିବ।
🦋ରାମ ନବମୀ ପର୍ବର ସ୍ୱତନ୍ତ୍ର ରୂପେ ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି। ଭଗବାନ ରାମଙ୍କ ଶିକ୍ଷା ଓ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରେରଣା ଦିଏ ରାମ ନବମୀ।
🦋ସମଗ୍ର ଦେଶରେ ରାମ ନବମୀ ଖୁବ୍ ଧୁମଧାମ୍ର ସହ ପାଳନ କରାଯାଇଥାଏ। ଏହି ଉତ୍ସବ ବିଶେଷ କରି ଉତ୍ତର ଭାରତର ଅଯୋଧ୍ୟାରେ ଖୁବ୍ ଉଲ୍ଲାସରେ ପାଳନ କରାଯାଏ।
🦋ରାମ ନବମୀ ଦିନ ପ୍ରଭୁ ଶ୍ରୀରାମଙ୍କୁ ବିଧିପୂର୍ବକ ପୂଜା କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯାଏ। ଏଥିସହ ଭଗବାନ ରାମଙ୍କ କୃପା ଲାଭ ହୋଇଥାଏ। ବୋଲି ବିଶ୍ୱାସ ରହିଛି।
🦋ରାମ ନବମୀ ଦିନ ମନ୍ଦିର ମାନଙ୍କରେ ଭଜନ-କୀର୍ତ୍ତନ ଆୟୋଜିତ କରାଯାଇଥାଏ। ଅନେକ ସ୍ଥାନରେ ଲୋକମାନେ ଏହି ଦିନ ବ୍ରତ ଉପବାସ କରି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରିଥାଆନ୍ତି।
🦋ବ୍ରତଧାରୀମାନେ ଏହି ଦିନ ଉପବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରି ଥାଆନ୍ତି। ଏହି ଦିନ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରି ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ। ପ୍ରଭୁ ରାମଙ୍କ ପୂଜା କ୍ଷୀର ଓ ଘିଅର ବହୁଳ ବ୍ୟବହାର କରାଯାଇଥାଏ।
🦋ନାରଦ ପୂରାଣ ଅନୁସାରେ ରାମ ନବମୀ ଦିନ ଶ୍ରୀରାମଙ୍କ ପୂଜା ପରେ ରାମାୟଣ ଓ ରାମ ରକ୍ଷାସ୍ରୋତ ପାଠ କରିବା ଉଚିତ। ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଗୋ, ଭୂମି, ବସ୍ତ୍ର ଆଦି ଦାନ କରିବା ଶୁଭ ହୋଇଥାଏ।
ରାମ ନବମୀର ଶୁଭ ମୁହୂର୍ତ୍ତ :-
ନମବୀ ତିଥି ଆରମ୍ଭ: ୨୧ ଏପ୍ରିଲ, ରାତି ୧୨.୪୩ରୁ
ନବମୀ ତିଥି ସମାପନ: ୨୨ ଏପ୍ରିଲ, ରାତି ୧୨.୩୫
ପୂଜା ମୁହୂର୍ତ୍ତ: ପୂର୍ବାହ୍ନ ୧୧.୨ ମିନିଟ୍ରୁ ମଧ୍ୟାହ୍ନ ୧.୩୮ ମିନିଟ୍ ଯାଏଁ
ମୋଟ ପୂଜା ସମୟ ୨ ଘଣ୍ଟା ୩୬ ମିନିଟ୍ ।
ଯେଉଁମାନେ ଘରେ ପୂଜା କାରିବାକୁ ଚାହୁଁଛନ୍ତି ଏ ସୁଚନା ସେହିମାନଙ୍କ ପାଇଁ
ଆବଶ୍ୟକୀୟ ଜିନିଷ ଦିନ ୧୧ଟା ମଧ୍ୟରେ ଯୋଗାଡ କରନ୍ତୁ ।
ରାମ ଲକ୍ଷ୍ମଣ ସୀତା ହନୁମାନ ଙ୍କର ଫୋଟୋ ରଖିବେ, କିଛି ଫୁଲ କିମ୍ବା ଫୁଲମାଳ ଦେଇ ସଜାଇବେ
ପୂଜା ସାମଗ୍ରୀ
୧. ଫୁଲ
୨. ଚନ୍ଦନ
୩. ପାତ୍ର ରେ ଜଳ ଏବଂ ଛୋଟ ଡଙ୍କି (small spoon)
୪. ଧୂପ
୫. ଦ୍ଵୀପ
୬. ନୈବେଦ୍ୟ (ଫଳ ଓ ଅନୁକଳ୍ପ ପ୍ରସାଦ ଯାହା ଏକାଦଶୀ ନିମନ୍ତେ ଯୋଗ୍ୟ)
୭. ପଞ୍ଚାମୃତ (ଦହି, କ୍ଷୀର, ମହୁ, ଗୁଡ ଏବଂ ଘିଅ )
୮. ତୁଳସୀ ପତ୍ର
୯. ଫୁଲ
୧୦. ଚାମର ଓ ମୟୁର ପଙ୍ଖା (ଯଦି ଥାଏ)
୧୧. ଜଳ ଏକ ଗ୍ଳାସ୍ ରେ
୧୨. ପାନ ବିଡିଆ ନଚେତ ମିଶ୍ରି
ବିନା ପୁଜାରି କିମ୍ବା ବ୍ରାହ୍ମଣଙ୍କ ଉପସ୍ଥିତିରେ ଆପଣମାନେ ରାମ ନବମୀ ବ୍ରତ ଘରେ ପାଳନ କରିପାରିବେ. *🌳🌹🔘ଜୟ ଶ୍ରୀରାମ🔘🌹🌳*
Shri Lakshminarasimha Stotram
🌹🌿Shri Lakshminarasimha Stotram🌿🌹
🌹Devata karya sidhyartham, sabhasthambha samudbhavam,
Sri nrisimham mahaveeram namami runa mukthaye.
🌹 Lakshmya aalingitha vamangam, bhakthanaam vara dayakam,
Sri nrisimham mahaveeram namami runa mukthaye.
🌹 Aantramaladaram, sankha chakrabja aayudarinim,
Sri nrisimham mahaveeram namami runa mukthaye.
🌹 Smaranath sarva papagnam, khadruja visha nasanam,
Sri nrisimham mahaveeram namami runa mukthaye.
🌹 Simhanadenamahatha, digdanthi bhayanasanam,
Sri nrisimham mahaveeram namami runa mukthaye.
🌹 Prahlada varadam, srisam, daithyeswara vidharanam,
Sri nrisimham mahaveeram namami runa mukthaye.
🌹 Kroora grahaih peedithanam bhakthanam abhaya pradham,
Sri nrisimham mahaveeram namami runa mukthaye.
🌹 Veda vedantha yajnesam, brahma rudradhi vandhitham,
Sri nrisimham mahaveeram namami runa mukthaye.
🌹 Ya idam pathathe nithyam, runa mochana samjnitham
Anrni jayathe sadyo, danam sigramavapnuyath.
Short stories
ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କଅଶୋକାଷ୍ଟମୀରଥଯାତ୍ରା
ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି ।ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି । ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ସ୍ତ୍ରୀଲୋକଙ୍କ ଉପକାରୀ । ବିଶେଷକରି ପୁନର୍ବସୁ ନକ୍ଷତ୍ରରେ ଏହା ସେବନ କଲେ ଅଧିକ ଫଳପ୍ରଦ ହୁଏ । କିଛିଲୋକଙ୍କ ମତରେ ରାବଣ ଜଣେ ବୈଜ୍ଞାନିକ ଥିଲା ଏବଂ ସ୍ତ୍ରୀଲୋକଙ୍କ ପ୍ରଧାନ ଋତୁଜନିତ ରୋଗ ନିରାକରଣ ନିମିତ୍ତ ଅଶୋକବନ ସୃଷ୍ଟି କରିଥିଲେ । ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ହେବନାହିଁ ବୋଲି ରାବଣ ସୀତାଙ୍କୁ ସେଠାରେ ରଖାଇଥିଲେ ।
ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।
ଇତିହାସଓମତବାଦ:-
ଓଡ଼ିଶାରେ ପାଳିତ ହେଉଥିବା ଅଶୋକାଷ୍ଟାମୀ ସହ ଏହାସହ କୌଣସି ସାମଞ୍ଜସ୍ୟ ନାହିଁ । ରାମନବମୀ ସହିତ ଅଶୋକବନର ସମ୍ପର୍କ ମଧ୍ୟ କମ । କାରଣ ରାମଜନ୍ମ ତିଥିକୁ ଭିତ୍ତିକରି ଏହିଦିନ ପାଳନ କରାଯାଏ । ରୁକୁଣାରଥ ଶ୍ରୀକୃଷ୍ଣଙ୍କ ପତ୍ନୀ ରୁକ୍ମିଣୀଙ୍କ ନାମାନୁଯାୟୀ ନାମିତ ହୋଇଛି । ଏଭଳି ନାମକରଣ ବୈଷ୍ଣବ ଯୁଗରୁ ହୋଇଆସୁଥିବା ଅନୁମେୟ ।
ଏହିରଥ ଆରମ୍ଭ ହୋଇଛି ପ୍ରକୃତରେ ଅଶୋକଙ୍କ ସମୟରୁ । ଏହା ହିଁ ପ୍ରକୃତ ବିଜୟ ରଥ , ମାତ୍ର ଏ ବିଜୟ ଶିବଙ୍କର ନୁହେଁ । ଲକ୍ଷ ଲକ୍ଷ ଉତ୍କଳୀୟଙ୍କୁ ବଧକରି ଅଶୋକ ଯେଉଁ ବିଜୟଲାଭ କଲେ, ସେ ବିଜୟ ତାଙ୍କୁ ଆନନ୍ଦ ଦେଇପାରିଲା ନାହିଁ । ଉତ୍କଳୀୟଙ୍କ ଉଷ୍ମରକ୍ତରେ ତାଙ୍କ ହୃଦୟର କଠିନ ଆବରଣ ଉନ୍ମୋଚିତ ହେଲା । ଚଣ୍ଡାଶୋକରୁ ସେ ହେଲେ ଧର୍ମାଶୋକ । ତାଙ୍କରି ଚିହ୍ନସ୍ୱରୂପ ଯେଉଁ ବିଜୟୋତ୍ସବ ପାଳନ କରାଗଲା, ସେହି ବିଜୟର ଚିହ୍ନ ହିଁ ଆଜିର ଏ ରୁକୁଣା ରଥ । ଲିଙ୍ଗରାଜ ମନ୍ଦିରଠାରୁ ରଥ ଯେଉଁ ପର୍ଯ୍ୟନ୍ତ ଆସେ, ସେହି ସ୍ଥାନଟିର ନାମ ବିଜୟ ପଡ଼ିଆ ।
ସମସ୍ତଙ୍କର ଧାରଣା ତ୍ରିପୁରାସୁରକୁ ବଧକରି ଶିବ ରଥାରୋହଣ କରିଥିବା ହେତୁ ଏହି ରଥରେ ଶିବ ବିଜେ କରନ୍ତି ଏବଂ ସେହି ରଥର ସାରଥି ବ୍ରହ୍ମା ହୋଇଥିବାରୁ ରୁକୁଣା ରଥର ସାରଥି ବ୍ରହ୍ମା କୁହାଯାଏ । କିନ୍ତୁ ଅଶୋକାଷ୍ଟମୀ ଦିନ କେବଳ ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ଶିବଙ୍କର ଉତ୍ସବ ହୁଏନାହିଁ ଏବଂ ଏହିଦିନ ତ୍ରିପୁରାସୁର ମଧ୍ୟ ବଧ ହୋଇନଥିଲା । ତା’ହୋଇଥିଲେ ସର୍ବତ୍ର ଶିବ ବା ମହାଦେବଙ୍କ ପୀଠରେ ଏହି ଉତ୍ସବ ପାଳିତ ହେଉଥାନ୍ତା । ପ୍ରକୃତ କଥା ହେଲା ଅଶୋକଙ୍କ ପରେ ବୌଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି । ସେହି ଅନୁସାରେ ଅଶୋକଙ୍କ ବିଜୟ ରଥରେ ବୁଦ୍ଧ ପରିବର୍ତ୍ତେ ଶିବ ବା ମହାଦେବଙ୍କ ବିଜେ ପ୍ରତିମା ସ୍ଥାନ ପାଇଲେ । ଏହାପରେ ଯେତେବେଳେ ଉତ୍କଳୀୟ ରାଜା ବୈଷ୍ଣବ ଧର୍ମରେ ଅନୁପ୍ରାଣିତ ହେଲେ ସେତେବେଳେ ଶିବମୂର୍ତ୍ତି ସହିତ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ୱଦେଶରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥଟିର ନାମ ରୁକୁଣାରଥ ଦେଲେ । ରୁକୁଣାରଥର ଦିଅଁମାନେ ରଥରୁ ଉତୁରି ଯେଉଁ ମନ୍ଦିରରେ ରହନ୍ତି, ତାହା ରାମେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । କଥିତ ଅଛି ଯେ ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ପିଲାପିଲି ହେଉନାହାନ୍ତି ବା ପିଲାପିଲି ହୋଇ ମରିଯାଉଛନ୍ତି , ସେମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି ଅଶୋକାଷ୍ଟମୀ ପାହାନ୍ତାରେ ମରିଚିକୁଣ୍ଡରେ ସ୍ନାନ କରନ୍ତି । ଏହାଦ୍ୱାରା ସେମାନଙ୍କର ପିଲାପିଲି ହୋଇଥାଏ ବା ପିଲା ମରନ୍ତି ନାହିଁ ।
ଶ୍ରୀଲିଙ୍ଗରାଜଙ୍କଯାତ୍ରା🔱
ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।
ପୌରାଣିକ_ମତାନୁସାରେ :-
ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ିଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି । ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ ।
ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ । ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହା ଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। । ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ । ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ୱର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ। ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି।
ପୁରାଣପୁରୁଷୋତ୍ତମଶ୍ରୀଜଗନ୍ନାଥ 🌹
ଶ୍ରୀ_ସୁଦର୍ଶନ
ବିଷ୍ଣୁ ଦକ୍ଷିଣ ହସ୍ତରେ ଧାରଣ କରୁଥିବା ଗୋଟିଏ ଅସ୍ତ୍ରର ନାମ ସୁଦର୍ଶନ । ହିନ୍ଦୁ ଧର୍ମବିଶ୍ୱାସ ଅନୁସାରେ, ମହାଦେବଙ୍କ ଆଦେଶ ଅନୁସାରେ ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ ପୂର୍ବକ ଏ ଚକ୍ର ତିଆରି କରି ମହାଦେବଙ୍କୁ ଦେଇଥିଲେ । ଦୈତ୍ୟମାନଙ୍କ ବିନାଶାର୍ଥ ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ଅର୍ପଣ କରିଥିଲେ । ଏହାର ଅରର ସଂଖ୍ୟା ବାର । ଏହା ଷଟ୍କୋଣ ଓ ବଳୟତ୍ରୟ ସଂଯୋଜିତ । ବିଷ୍ଣୁ ମନ୍ଦିରର ଚୂଡ଼ାରେ ଏହି ଚକ୍ରର ଧାତୁମୟ ପ୍ରତିକୃତି ରଖାଯାଏ । ପୁରୀର ବଡ଼ଦେଉଳରେ ଚତୁର୍ଦ୍ଧାମୂର୍ତ୍ତୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚକ୍ର ବିରାଜିତ ଅଛନ୍ତି । ଚତୁର୍ଭୁଜ ବିଷ୍ଣୁ ଗୋଟିଏ ହାତରେ ସର୍ବଦା ଏହି ଚକ୍ରକୁ ଧାରଣ କରନ୍ତି ଏବଂ ଏହାଦ୍ୱାରା ଦୁଷ୍ଟ ଦଳନ ଓ ଶିଷ୍ଟ ପାଳନ କରନ୍ତି ।
ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ । ଏହା ପଛରେ ଥିବା ପୌରାଣିକ ମତଟି ହେଲା: ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ପ୍ରଭୁ ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ କିପରି ପହଞ୍ଚିଲ? ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି, କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି । ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ୱାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ୱାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧାମାନେ ନାହିଁ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାନ୍ତି କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ୱ ପରିବର୍ତ୍ତେ ବାମପାର୍ଶ୍ୱରେ ରହିଲେ । ହନୁମାନ ତପସ୍ୱୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର(ହସ୍ତି) ଦ୍ୱାର ଜଗି ରହିଲେ ।
ପୁରାଣପୁରୁଷୋତ୍ତମଶ୍ରୀଜଗନ୍ନାଥ 🌹
ଶ୍ରୀଲିଙ୍ଗାଷ୍ଟକମ୍,श्रीलिङ्गाष्टकम्,lingastaka,
ଶ୍ରୀଲିଙ୍ଗାଷ୍ଟକମ୍
ଓଁ
ବ୍ରହ୍ମମୁରାରିସୁରାର୍ଚିତଲିଙ୍ଗମ୍ ନିର୍ମଳଭାସିତଶୋଭିତଲିଙ୍ଗମ୍ ।
ଜନ୍ମଜଦୁଃଖବିନାଶକଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବଲିଙ୍ଗମ୍ ॥ ୧॥
The Linga that is worshipped by Brahma, Vishnu, and all the Gods,
the Linga that is pure of speech and is radiant,
the Linga that destroys the sorrow arising out of birth,
to that Linga, (representing) Sadashiva, my prostrations. 1
ଦେବମୁନିପ୍ରବରାର୍ଚିତଲିଙ୍ଗମ୍ କାମଦହମ୍ କରୁଣାକର ଲିଙ୍ଗମ୍ ।
ରାବଣଦର୍ପବିନାଶନଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୨॥
The Linga that is worshipped by the sages,
the destroyer of of Kama, Linga, the compassionate,
the Linga, the destroyer of the arrogance of Ravana,
to that Linga, (representing) Sadashiva, my prostrations. 2
ସର୍ବସୁଗନ୍ଧିସୁଲେପିତଲିଙ୍ଗମ୍ ବୁଦ୍ଧିବିବର୍ଧନକାରଣଲିଙ୍ଗମ୍ ।
ସିଦ୍ଧସୁରାସୁରବନ୍ଦିତଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୩॥
The Linga that is well annointed with all fragrance and
that which is the cause of the growth of intellect,
the Linga who is worshipped by the Siddhas, Devas, and Asuras,
to that Linga, (representing) Sadashiva, my prostrations. 3
କନକମହାମଣିଭୂଷିତଲିଙ୍ଗମ୍ ଫଣିପତିବେଷ୍ଟିତ ଶୋଭିତ ଲିଙ୍ଗମ୍ ।
ଦକ୍ଷସୁଯଜ୍ଞ ବିନାଶନ ଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୪॥
The Linga adorned with gold and precious jewels,
who is radiant and who has the king of serpents, coiled around him,
the Linga who destroyed the yajna of DakSha,
to that Linga, (representing) Sadashiva, my prostrations. 4
କୁଙ୍କୁମଚନ୍ଦନଲେପିତଲିଙ୍ଗମ୍ ପଙ୍କଜହାରସୁଶୋଭିତଲିଙ୍ଗମ୍ ।
ସଞ୍ଚିତପାପବିନାଶନଲିଙ୍ଗଂ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୫॥
The Linga annointed with saffron and sandal paste and
appears radient with a garland of lotuses,
the Linga that destroys accumulated sins,
to that Linga, (representing) Sadashiva, my prostrations. 5
ଦେବଗଣାର୍ଚିତ ସେବିତଲିଙ୍ଗମ୍ ଭାବୈର୍ଭକ୍ତିଭିରେବ ଚ ଲିଙ୍ଗମ୍ ।
ଦିନକରକୋଟିପ୍ରଭାକରଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୬॥
The Linga who is worshipped and archan is offered by the gods,
the Linga who is worshipped with an attitude of devotion,
the Linga who is effulgent like a million suns,
to that Linga, (representing) Sadashiva, my prostrations. 6
ଅଷ୍ଟଦଳୋପରିବେଷ୍ଟିତଲିଙ୍ଗମ୍ ସର୍ବସମୁଦ୍ଭବକାରଣଲିଙ୍ଗମ୍ ।
ଅଷ୍ଟଦରିଦ୍ରବିନାଶିତଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୭॥
The Linga that is enveloped with eight-fold petals,
the Linga that is the cause of all creation and
that which destroys the eightfold poverty,
to that Linga, (representing) Sadashiva, my prostrations. 7
ସୁରଗୁରୁସୁରବରପୂଜିତ ଲିଙ୍ଗମ୍ ସୁରବନପୁଷ୍ପ ସଦାର୍ଚିତ ଲିଙ୍ଗମ୍ ।
ପରାତ୍ପରଂ ପରମାତ୍ମକ ଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍ ॥ ୮॥
The Linga who is worshipped by the guru of the gods and elite of the devas,
the Linga who is worshipped with the divine flowers and
the Linga who is higher than the highest, the supreme Self,
to that Linga, (representing) Sadashiva, my prostrations. 8
ଲିଙ୍ଗାଷ୍ଟକମିଦଂ ପୁଣ୍ୟଂ ଯଃ ପଠେତ୍ ଶିବସନ୍ନିଧୌ ।
ଶିବଲୋକମବାପ୍ନୋତି ଶିବେନ ସହ ମୋଦତେ ॥
Whoever recites this Lingasthakam (hymn consisting of eight stanzas in praise of the Linga) near Shiva (Lingam),
will sttain the Abode of Shiva and enjoy His bliss. ॥ ଓଁ ତତ୍ ସତ୍ ॥
Shiva Lingam
We all believe that Linga means male reproductive organ and Shiva Lingam is Phallus, the symbol of generative power in nature.
But this is a wrong assumption even by many hindus due to their ignorance and lack of understanding Sanskrit.
In fact ShiShna is the correct Sanskrit word for male phallus and not Lingam.
Over many years, ignorance and misinterpretations made people believe that Lingam means Phallus.
In Sanskrit, Linga means a ‘mark‘ or a symbol, which points to an inference.
Thus, Siva Lingam is a mark that reminds of the Omnipotent Lord, who is formless.
Original Siva Lingas were Salagramas, which were oval/egg shaped, representing the shape of solar system and also the galaxy.
They are still worshipped as Siva Lingas, after being placed vertically on a mount(peetham or Paanapattam) across many temples.
This Linga is shaped like an egg, and represents the ‘Brahmanda‘ or the cosmic egg.
Linga signifies that the creation is effected by the union of ‘Prakriti‘ and ‘Purusha,’ the male and the female powers of Nature.
The Linga Purana says that the foremost Linga is devoid of smell, colour, taste, etc, and is spoken of as ‘Prakriti‘ or Nature itself.
Siva Purana describes formation of Lingam as a pillar of light for which top and bottom were never found.
The night when this pillar of light appeared is celebrated as Mahashivaratri.
Siva Linga consists of 3 parts, the lowest of which is called the ‘Brahma-Pitha which creates the universe,’ the middle one is the ‘Vishnu-Pitha‘ which preserves the creation, and the uppermost one, the ‘Siva-Pitha‘ which destroys or absorbs everything back into itself.
Siva Lingam can be explained multiple ways but one simple scientific way is to observed Sine Wave.
The first sound in creation, which is said to be the Pranava Naadam, is Omkaaram.
If you chant this Omkaaram slowly, record it and observe the sound wave created, you can notice a Sine Wave.
This is how the formless god tried to take a form for creating this universe.
Shiva is described to be in pre-atomic stage (anupoorva sthiti), i.e in form of electrons which move in sine wave shape.
Vishnu is described as the one spread all over (which are molecules, made by binding of atoms).
Thus, the entire creation is Siva and Vishnu.
(श्रीलिङ्गाष्टकम्)
ॐ
ब्रह्ममुरारिसुरार्चितलिङ्गं निर्मलभासितशोभितलिङ्गम् ।
जन्मजदुःखविनाशकलिङ्गं तत् प्रणमामि सदाशिवलिङ्गम् ॥ १॥
देवमुनिप्रवरार्चितलिङ्गं कामदहम् करुणाकर लिङ्गम् ।
रावणदर्पविनाशनलिङ्गं तत् प्रणमामि सदाशिव लिङ्गम् ॥ २॥
सर्वसुगन्धिसुलेपितलिङ्गं बुद्धिविवर्धनकारणलिङ्गम् ।
सिद्धसुरासुरवन्दितलिङ्गं तत् प्रणमामि सदाशिव लिङ्गम् ॥ ३॥
कनकमहामणिभूषितलिङ्गं फनिपतिवेष्टित शोभित लिङ्गम् ।
दक्षसुयज्ञ विनाशन लिङ्गं तत् प्रणमामि सदाशिव लिङ्गम् ॥ ४॥
कुङ्कुमचन्दनलेपितलिङ्गं पङ्कजहारसुशोभितलिङ्गम् ।
सञ्चितपापविनाशनलिङ्गं तत् प्रणमामि सदाशिव लिङ्गम् ॥ ५॥
देवगणार्चित सेवितलिङ्गं भावैर्भक्तिभिरेव च लिङ्गम् ।
दिनकरकोटिप्रभाकरलिङ्गं तत् प्रणमामि सदाशिव लिङ्गम् ॥ ६॥
अष्टदलोपरिवेष्टितलिङ्गं सर्वसमुद्भवकारणलिङ्गम् ।
अष्टदरिद्रविनाशितलिङ्गं तत् प्रणमामि सदाशिव लिङ्गम् ॥ ७॥
सुरगुरुसुरवरपूजित लिङ्गं सुरवनपुष्प सदार्चित लिङ्गम् ।
परात्परं परमात्मक लिङ्गं तत् प्रणमामि सदाशिव लिङ्गम् ॥ ८॥
लिङ्गाष्टकमिदं पुण्यं यः पठेत् शिवसन्निधौ ।
शिवलोकमवाप्नोति शिवेन सह मोदते ॥
॥ ॐ तत् सत् ॥
ସନାତନ ହିନ୍ଦୁ ଧର୍ମ ୟୁରୋପିୟ ଦାର୍ଶନିକମାନଙ୍କ ମତରେ ।
❀꧁❣️ସନାତନ ହିନ୍ଦୁ ଧର୍ମ❣️꧂❀
ଆପଣ କେବେ ୟୁରୋପିୟ ଦାର୍ଶନିକମାନଙ୍କୁ ପଢ଼ିଛନ୍ତି କି?
୧. ଲିୟୋ ଟଲଷ୍ଟୟ (୧୮୨୮ -୧୯୧୦):
“ହିନ୍ଦୁ ଏବଂ ହିନ୍ଦୁତ୍ୱ ହିଁ ଦିନେ ଦୁନିଆଁ ଉପରେ ରାଜ କରିବ, କାହିଁକିନା ଏହା ମଧ୍ୟରେ ଜ୍ଞାନ ଓ ବୁଦ୍ଧର ସଂଯୋଜନା ମିଳେ ।”
୨. ହର୍ବର୍ଟ ୱେଲ୍ସ (୧୮୪୬ – ୧୯୪୬):
” ହିନ୍ଦୁତ୍ବର ପ୍ରଭାବିକରଣ ହେବା ପର୍ଯ୍ୟନ୍ତ କେଜାଣି କେତେ ପୀଢ଼ି ଅତ୍ୟାଚାର ସହିବେ। ସେହି ସମୟରେ ଦିନ ଆସିବ ଦୁନିଆଁ ଶାନ୍ତିର ପ୍ରତୀକ ସନାତନ ଧର୍ମ ପ୍ରତି ଆକର୍ଷିତ ହେବ, ସେହି ଦିନ ହିଁ ଏକ ନୂଆ ଯୁଗର ଆରମ୍ଭ ହେବ । ବାସ ସେହି ଦିନ କୁ ଅପେକ୍ଷା । “
୩. ଆଲବର୍ଟ ଆଇନଷ୍ଟାଇନ (୧୮୭୯ – ୧୯୫୫):
” ମୁଁ ଭାବୁଛି, ହିନ୍ଦୁମାନେ ନିଜର ବୁଦ୍ଧି ଓ ବିବେକ ମାଧ୍ୟମରେ ଯାହା କରିଛନ୍ତି, ୟହୁଦିମାନେ ମଧ୍ୟ କରିନାହାଁନ୍ତି । ହିନ୍ଦୁତ୍ବରେ ହିଁ ସେହି ଶକ୍ତି ଅଛି ଯାହା ଦ୍ୱାରା ଶାନ୍ତି ସ୍ଥାପିତ ହୋଇପାରିବ । “
୪. ହଷ୍ଟନ ସ୍ମିଥ୍ (୧୯୧୯):
” ଯେଉଁ ବିଶ୍ୱାସ ନିଜ ଉପରେ ଆମର ଅଛି, ତାଠାରୁ ବିଶ୍ୱାସ ଯୋଗ୍ୟ ଦୁନିଆଁରେ କିଛି ଅଛି ତ ହିନ୍ଦୁତ୍ବ। ଯଦି ଆମେ ଆମର ମନ ଓ ହୃଦୟ ହିନ୍ଦୁତ୍ବ ପାଇଁ ଖୋଲା ରଖିବା, ଏହା ଦ୍ୱାରା ଆମର ହିଁ ମଙ୍ଗଳ ହେବ। “
୫. ମାଇକେଲ ନୋଷ୍ଟରଡ୍ୟାମସ୍ (୧୫୦୩ – ୧୫୬୬):
” ଦିନ ଆସିବ ହିନ୍ଦୁତ୍ୱ ହିଁ ୟୁରୋପର ଶାସକ ଧର୍ମ ହୋଇଯିବ ଓ ୟୁରୋପର ପ୍ରସିଦ୍ଧ ସହର ହିନ୍ଦୁ ରାଜଧାନୀ ହୋଇଯିବ। ” ମୁଁ ହିନ୍ଦୁତ୍ବକୁ ପଢ଼ିଲି ଓ ଜାଣିଲି କି ହିନ୍ଦୁତ୍ବ ସାରା ଦୁନିଆଁ ଓ ମାନବତାର ଧର୍ମ ହେବା ପାଈଁ ଯୋଗ୍ୟ । ଦିନ ଆସିବ ପୂରା ୟୁରୋପରେ ହିନ୍ଦୁତ୍ବ ବିସ୍ତାର କରିବ, ୟୁରୋପରେ ହିଁ ହିନ୍ଦୁତ୍ୱର ବଡ ବଡ ଧର୍ମପ୍ରଚାରକ ବାହାରିବେ । ହିନ୍ଦୁତ୍ବ ହିଁ ଦୁନିଆର ମାର୍ଗଦର୍ଶନ କରିବ । “
୭. ଗୋଷ୍ଟା ଲୋଵୋନ (୧୮୪୧ – ୧୯୩୧):
” ହିନ୍ଦୁତ୍ବ ହିଁ ସମସ୍ୟାର ସମାଧାନ ଓ ସୁଧାରର ବାର୍ତ୍ତା ଦିଏ । ସୁଧାର ହିଁ ଇସାଈମାନଙ୍କ ପାଇଁ ବିଶ୍ଵାସର ପ୍ରତୀକ, ଯାହା ଇସାଈମାନଙ୍କୁ ହିନ୍ଦୁତ୍ବ ଆଡକୁ ଆକର୍ଷିତ କରିବ ।”
୮. ବର୍ଣ୍ଣାଡ଼ ଶ (୧୮୫୬ – ୧୯୫୦):
” ଦୁନିଆଁ ଦିନେ ହିନ୍ଦୁ ଧର୍ମ ସ୍ୱୀକାର କରିନେବ । ହିନ୍ଦୁତ୍ୱର ବାସ୍ତବିକ ନାମ ସ୍ୱୀକାର ନକଲେ ବି ପ୍ରୀତିକାତ୍ମକ ଭାବେ ସ୍ୱୀକାର କରିନେବ। ପଶ୍ଚିମ ଦେଶମାନେ ହିଁ ଦିନେ ହିନ୍ଦୁ ଧର୍ମ ସ୍ୱୀକାର କରିନେବେ । ହିନ୍ଦୁତ୍ବ ହିଁ ଦୁନିଆରେ ବୁଦ୍ଧିଜୀବିମାନଙ୍କର ଧର୍ମ ଭାବେ ଗଣା ଯିବ । “
୯. ଯୋହାନ ଗିଥ (୧୭୪୯ – ୧୮୩୨):
” ସମସ୍ତଙ୍କୁ ଏବେ ନହେଲେ ବି ପରେ ହିନ୍ଦୁ ଧର୍ମ ସ୍ୱୀକାର କରିବାକୁ ହିଁ ପଡିବ । ଏହା ହିଁ ପ୍ରକୃତ ଧର୍ମ ଯାହା ପୁରା ସଂସାରକୁ ବାନ୍ଧି ରଖିପାରିବ ।
ମୋତେ କେହି ହିନ୍ଦୁ କହିଲେ ମୋତେ ଖରାପ ଲାଗିବନି, ମୁଁ ଏହାକୁ ହୃଦୟର ସହିତ ସ୍ୱୀକାର କରୁଛି । “
” କିନ୍ତୁ ଆମେ ବାମପନ୍ଥୀଙ୍କ ପୁସ୍ତକ ପଢି ଆଧୁନିକତାର ବଶବର୍ତ୍ତୀ ହୋଇ, ଆମର ଧର୍ମ ଓ ସଂସ୍କୃତି ଠାରୁ ଦୂରେଇ ଯାଉଛେ । ଦୁନିଆର ସର୍ବପୁରାତନ ସନାତନ ଧର୍ମକୁ ନିଜ ହାତରେ ଜଳାଞ୍ଜଳି ଦେବାକୁ ବି ପଛାଉନେ । ଯେତେବେଳେ କି “ନାଶା” ର ବୈଜ୍ଞାନିକମାନେ ବି ହିନ୍ଦୁ ଧର୍ମଗ୍ରନ୍ଥ ଉପରେ ତର୍ଜମା କରୁଛନ୍ତି । ସାରା ଦୁନିଆ ହିନ୍ଦୁ ଧର୍ମ ଓ ସନାତନ ସଂସ୍କୃତିରେ ବିମୋହିତ, ସେତେବେଳେ ହିନ୍ଦୁ ହିଁ ନିଜର ପତନର କାରଣ ସାଜିଛି । “
✿❁❣️༒ ଜୟ ଜଗନ୍ନାଥ ༒❣️❁✿








