ନୀଳଚକ୍ରଓପତିତପାବନବାନାର_ମହତ୍ତ୍ଵ

ନୀଳଚକ୍ର

ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ ।

ଗଠନ

ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବ୍ୟାସ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବା ବେଳେ ବାକି ଅର୍ଦ୍ଧେକ ମଧ୍ୟରେ ପାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା ପ୍ରଭୃତି ରହିଛି ।

ପତିତପାବନ_ବାନା

ନୀଳଚକ୍ରରେ ଉଡ୍ଡିୟମାନ ଧ୍ୱଜାକୁ ପତିତପାବନ ବାନା କୁହାଯାଏ । ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

ମହତ୍ତ୍ୱ

ନୀଳଚକ୍ରରେ ଧ୍ୱଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜାପଣ୍ଡା ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ସର ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମିଠା ବାହାର ବେଢ଼ାରେ ନୀଳଚକ୍ର ଉଦ୍ଦେଶ୍ୟରେ ଅର୍ପିତ ହେଲାପରେ ତାହା ବିକ୍ରୀ ନିମନ୍ତେ ଆନନ୍ଦବଜାରକୁ ଆସେ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ ।

ସେବକ

ନୀଳଚକ୍ରଙ୍କର ସେବକ ହେଉଛନ୍ତି ଗରୁଡ଼ସେବକ (ମହାଦୀପ ଓ ଧ୍ୱଜାବନ୍ଧା ସେବକ) । ଏମାନେ ବଢ଼େଇ ଜାତୀୟ ଶୁଦ୍ର ସେବକ । ଏହି ସେବକମାନଙ୍କ ଇଷ୍ଟଦେବ ହେଉଛନ୍ତି ବିନତାନନ୍ଦନ ଗରୁଡ଼ । ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ୱଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି ୤ ଧ୍ୱଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛକରି ତଳକୁ ଓହ୍ଲାନ୍ତି ।
,🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।।

(ଲେଖା :- ଚିନ୍ତାମଣି ଦାସ)

ଭାବ ଓ ଭଗବାନ

. ❀꧁❣️ଭାବ ଓ ଭଗବାନ❣️꧂❀

   ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କ ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା। ଭିକ୍ଷୁକ ଯାହା ଭିକ୍ଷାରେ ପାଉଥିଲା ସେଥିରେ ଦିନକୁ ମାତ୍ର ଥରଟିଏ ଖାଉଥିଲା।

ଦିନେ ଏ କଥା ଦେଖିଲେ ଜଣେ ବ୍ରାହ୍ମଣ। ସେ ତାକୁ କହିଲେ- ହଇରେ ପାପୀ, ତୁ ଭଗବାନଙ୍କ ମୂର୍ତ୍ତିଟିଏ ରଖି ଏ କି କାରବାର କରୁଛୁ? ଏମିତି ପାପ କରନା। ମୋତେ ମୂର୍ତ୍ତିଟିକୁ ଦେଇ ଦେ।

ଭିକାରି କହିଲା- ଆଜ୍ଞା, ଖୁସିର କଥା। ସେ ଯେଉଁଠି ରହିବେ, ଭଲରେ ରହନ୍ତୁ।

ବ୍ରାହ୍ମଣ ମୂର୍ତ୍ତିଟି ନେଇ ଅତି ଶୃଙ୍ଖଳାର ସହିତ ପୂଜାର୍ଚ୍ଚନା କଲେ। କିଛି ଦିନ ପରେ ଥରେ ଏମିତି ପରିସ୍ଥିତି ସୃଷ୍ଟି ହେଲା, କଠୋର ଶୃଙ୍ଖଳାରେ ପୂଜା କରିବା କଷ୍ଟକର ହୋଇପଡ଼ିଲା। ବ୍ରାହ୍ମଣ ସ୍ଥିର କଲେ ପିତୁଳାଟିକୁ ଆଉ କାହାକୁ ଦେଇଦେବେ। କିନ୍ତୁ ସେମିତି କରିପାରିଲେ ନାହିଁ। କାରଣ ତାଙ୍କୁ ଭୟ ଲାଗିଲା ଯେ ଅନ୍ୟ କେହି ହୁଏତ ଏତେ ଶୃଙ୍ଖଳାର ସହିତ ପୂଜା କରି ନ ପାରନ୍ତି। ଏମିତିରେ ଭଗବାନ କ୍ରୋଧ କରିପାରନ୍ତି।

ଏମିତି ଚିନ୍ତାଗ୍ରସ୍ତ ଅବସ୍ଥାରେ ସେ ଶୋଇଥିବା ବେଳେ ଥରେ ରାତିରେ ସ୍ବପ୍ନ ଦେଖିଲେ ଯେ ଭଗବାନ ଆସି କହୁଛନ୍ତି- ବାବୁ, ତୁମେ ମୋତେ ଯେମିତି ପୂଜା କରୁଛ ସେଥିରେ ମୁଁ ଅବଶ୍ୟ ଖୁସି। କିନ୍ତୁ ତୁମ ପୂର୍ବରୁ ସେଇ ଭିକ୍ଷୁକ ମୋତେ ଯେମିତି ବ୍ୟବହାର ଦେଖାଉଥିଲା, ସେଥିରେ ବି ମୁଁ ଖୁସି ଥିଲି। ହେଲେ ତଫାତ୍‌ ହେଲା ତୁମ ମନରେ ମୋ ପ୍ରତି ଭୟ ଅଛି, ତା’ ମନରେ ମୋ ପ୍ରତି ପ୍ରଗାଢ଼ ସ୍ନେହ ଥିଲା। ତୁମ ପାଖରେ ମୁଁ ଭଲରେ ରହିବି ବୋଲି ବିଚାର କରି ସେ ଅକାତରେ ମୋତେ ତୁମକୁ ଦେଇ ଦେଲା ଓ ଆଶ୍ବସ୍ତ ହେଲା। କିନ୍ତୁ ତୁମେ ସେତିକି କରିବା ଲାଗି ଭାବିଲା ବେଳକୁ ଭୟରେ ଛାନିଆ ହୋଇଯାଉଛ।

ବ୍ରାହ୍ମଣଙ୍କ ନିଦ ଭାଙ୍ଗିଗଲା। ଏବେ ସେ ବୁଝିଲେ ପ୍ରକୃତରେ ଭଗବାନଙ୍କ ପ୍ରତି ଭାବ କେମିତି ହେବା ଉଚିତ।

. ସଂଗୃହୀତ

✿❁❣️༒ ଜୟ ଜଗନ୍ନାଥ ༒❣️❁✿

ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ

ନମାମି ଦୁର୍ଗା
ନବରାତ୍ରୀମହିମା

ବ୍ରହ୍ମା ହରଶ୍ଚ ହରିରପ୍ୟନିଶଂ ସ୍ତୁବନ୍ତୋ଼ ନାନ୍ତଂ ଗତାଃ ସୁରବରାଃ କିଳତେ ଗୁଣାନାମ୍
କ୍ବାହଂ ବିଭେଦମତିରମ୍ବ ଗୁଣୈର୍ବୃତୋବୈ ଦୁର୍ଗାଃ ବକ୍ତୁଂକ୍ଷମସ୍ତବ ଚରିତ୍ରମହୋଽପ୍ରସିଦ୍ଧ

(ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ, ତୃତୀୟସ୍କନ୍ଧ, ତ୍ରୟୋବିଂଶୋଽଧ୍ୟାୟଃ)

ଅର୍ଥ:- ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରନ୍ତର ଆପଣଙ୍କ ସ୍ତୁତି କରି କରି ମଧ୍ୟ ଆପଣଙ୍କ ମହାଗୁଣ ର ପାର ଯାଇପାରି ନାହାଁନ୍ତି, ହେ ମାଁ ଆଦିପରାଶକ୍ତି ଦୁର୍ଗା, ହୀନ ଭେଦବୁଦ୍ଧିବାଲା ରଜ ସତ୍ତ୍ବ ତମ ଗୁଣ ଦ୍ଵାରା ଆବଦ୍ଧ ତଥା ଅପ୍ରସିଦ୍ଧ ଏକ ତୁଚ୍ଛଜୀବ ମୁଁ ଆପଣଙ୍କ ମହାମହାଚରିତ୍ରର ବର୍ଣ୍ଣନା କରିବାରେ ଅକ୍ଷମ, ମୁଁ କିପରି ସମର୍ଥ ହୋଇପାରିବି ମାଁ??? 😭😭❤️
ମୁଁ ତ ଗୋଟିଏ ଅକିଞ୍ଚନ ଅଜ୍ଞାନୀ, ହେ ମାଁ ଚରାଚରବିଶ୍ବମାତା ମୁଁ କ’ଣ କହୁଛି କ’ଣ ଲେଖୁଛି କିଛି ଜାଣିନାହିଁ, କେବଳ ତୋର କୃପା ଦୃଷ୍ଟିରୁ ହିଁ ଯାହା ଜାଣିଛି ତାକୁ ବର୍ଣ୍ଣନା କରୁଛି, ମହିଷାସୁର ପରି ମହାଦୈତ୍ୟ ଉପରେ କୃପା କରିପାରୁଥିବା ହେ ମାଁ ଅନନ୍ତଦୟାମୟୀ 😭 ମୁଁ ତୁମରି କୃପାରେ ତିଷ୍ଠି ରହିଛି ମାଁ
ତ୍ରୁଟି ଥିଲେ ଦୋଷ ମାର୍ଜନା କରିବୁ ଦୟାମୟୀ ମା ❤️

ନବରାତ୍ରୀ ; ମାଁ ଆଦିପରାଶକ୍ତି ଙ୍କ ପୂଜା ଉପାସନା ପାଇଁ ନବରାତ୍ରୀବ୍ରତ ସର୍ବୋତ୍କୃଷ୍ଟ ସମୟ, ଏହି ବ୍ରତ ମାଁ ଆଦିପରାଶକ୍ତି ଙ୍କ ବହୁତ ପ୍ରିୟ,

ଲକ୍ଷେଟା ପାପ କରିଥିଲେ ମଧ୍ୟ ଥରେ ଯଦି ଜଣେ ଅପରାଧୀ ମାଁ ଆଦିପରାଶକ୍ତି ଙ୍କ ଏହି ବ୍ରତ ପାଳନ କରିଦିଏ ତେବେ ମାଁ ଭଗବତୀ ଲଳିତାମହାତ୍ରିପୁରାସୁନ୍ଦରୀ ତାକୁ ତତକ୍ଷଣାତ୍ ପାପରୁ ମୁକ୍ତି ଦେଇ ଦିଅନ୍ତି ଏବଂ ସେ ବ୍ୟକ୍ତି #ମଣିଦ୍ବୀପମହାଧାମ ରେ ବାସ କରିବାର ଯୋଗ୍ୟ ବିବେଚିତ ହୁଏ

ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ ଅନୁସାରେ:-

ମହାପାତକ ସଂଯୁକ୍ତୋ ନବରାତ୍ରବ୍ରତଂ ଚରେତ୍ ।
ମୁଚ୍ୟତେ ସର୍ବପାପେଭ୍ୟୋ ନାତ୍ରକାର୍ଯ୍ୟ ବିଚାରଣା ।।

ତେବେ ଆସନ୍ତୁ ଜାଣିବା ନବରାତ୍ରୀ ବିଷୟରେ:-
ନବରାତ୍ରୀ ପୂଜା ବର୍ଷକୁ ୧୨ ଥର ଆସେ , ତନ୍ମଧ୍ୟରୁ ୬ଟି ନବରାତ୍ରୀ ପ୍ରମୁଖ,
(ଆଷାଢ଼,ଶ୍ରାବଣ, ଆଶ୍ଵିନ,ପୌଷ, ମାଘ,ଚୈତ୍ର)
ଦୁଇଟି ପ୍ରକଟ ନବରାତ୍ରୀ (ଆଶ୍ଵିନ,ଚୈତ୍ର)
ଦୁଇଟି ଗୁପ୍ତ ନବରାତ୍ରୀ (ଆଷାଢ଼,ମାଘ) ଓ ଦୁଇଟି ଗୁପ୍ତତମ ନବରାତ୍ରୀ (ଶ୍ରାବଣ,ପୌଷ) ଥାଏ, ପ୍ରକଟ ନବରାତ୍ରୀ ନବଦୁର୍ଗା ଙ୍କ ଉପାସନା ପାଇଁ ସର୍ବୋତ୍କୃଷ୍ଟ ଏବଂ ଗୁପ୍ତ ନବରାତ୍ରୀ ଦଶମହାବିଦ୍ଯା ଙ୍କ ଉପାସନା ପାଇଁ,
ବାସନ୍ତୀକ ଚୈତ୍ର ନବରାତ୍ରୀ (ପ୍ରଣୟ ନବରାତ୍ରୀ) ରେ ମାଁ ରଣଚଣ୍ଡୀକାତ୍ୟାୟନୀ ଦେବୀ ଓ ମାଁ ମହାଲକ୍ଷ୍ମୀ ମହିଷାସୁର ବଧ କରିଥିଲେ ତେଣୁ ଏହା ସୁକାଳୀନ କିନ୍ତୁ ଆଶ୍ଵିନ ନବରାତ୍ରରେ ଦେବୀ ମହାମାୟା ରଘୁନନ୍ଦନରାମ ଙ୍କ ଆକୁଳ ପ୍ରାର୍ଥନାରେ ନିଦ୍ରାରୁ ଜାଗ୍ରତ ହୋଇ ରାବଣବଧ ପାଇଁ ବିଜୟାଶିଷ ପ୍ରଦାନ କରିଥିଲେ ସେଥିପାଇଁ ଏହା ଅକାଳୀନ ପୂଜା,

ତେବେ ଏହି ବ୍ରତର ନାମ ନବରାତ୍ରୀ କ’ଣ ପାଇଁ??
ନବରାତ୍ରୀ ହେଉଛି ନଅରାତି ଦଶଦିନ ର ପୂଜା
ନବ ଅର୍ଥ ନଅ ବା ନୂଆ ଏବଂ ରାତ୍ରୀ ଅର୍ଥ ରାତି ଅର୍ଥାତ୍ ଯେଉଁ ନଅଟି ରାତ୍ରି ବ୍ୟକ୍ତି ଜୀବନରେ ନୂଆ ଆଶାର ସଞ୍ଚାର କରାଇପାରେ ସେହିଁ ନବରାତ୍ରୀ,
“୯” ସଂଖ୍ୟା ହେଉଛି ଶକ୍ତିବାଚକ ସଂଖ୍ୟା କାରଣ ଆମ ଶରୀର ସହିତ ଏହି ସଂଖ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ମାନବ ଶରୀରରେ ନଅଟି ଦ୍ବାରା ଥାଏ, ଏବଂ ପ୍ରତ୍ୟେକ ଦ୍ବାରରେ ଜଣେ ଜଣେ ଶକ୍ତି ବାସ କରନ୍ତି, ନବଧାଭକ୍ତି , ପ୍ରତ୍ୟେକ ଭକ୍ତିର ଜଣେ ଜଣେ ରକ୍ଷକ ଦେବୀ ରହିଛନ୍ତି ପୁଣି ନବଚକ୍ର, ଯାହାର ନଅଜଣ ଦେବୀ ଅଧୀଷ୍ଠାତ୍ରୀ, ତେଣୁ ଏହି ବ୍ରତର ନାମ ନବରାତ୍ରୀ,

ନବରାତ୍ରୀ ହେଉଛି ସାଧନା ର ସମୟ, ଏହି ସମୟରେ ସାଧନା କଲେ ମାନବ ଶରୀରର ନବଚକ୍ର ନବଧାଭକ୍ତି ଓ ନବଦ୍ବାର ଜାଗ୍ରତ ହୋଇ ସାଂସାରିକ ମାୟାରୁ ଉନ୍ମୁକ୍ତ ହୋଇ ମଣିଦ୍ବୀପମହାଧାମ ରେ ବାସ କରିବାର ଯୋଗ୍ୟ ବିବେଚିତ ହୁଏ,
ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟ ଙ୍କ ବିରଚିତ #ସୌନ୍ଦର୍ଯ୍ୟଲହରୀ ରେ ମାଁ ପାର୍ବତୀଙ୍କ ପ୍ରଶ୍ନରେ ଭଗବାନ ଶିବ କହିଛନ୍ତି ଯେ

ନବଶକ୍ତିଭିଃ ସଂଯୁକ୍ତମ୍ ନବରାତ୍ରାଽନ୍ତ ଦ୍ୟୁଚ୍ୟତେ
ଏକମ୍ ଦେବଦେବେଶୀ ନବଧା ପରିତିଷ୍ଠିତା

ଅର୍ଥାତ୍:- ଏହି ସୃଜନ ପାଳନ ସଂହାର କରୁଥିବା ଆଦିପରାଶକ୍ତି ଦୁର୍ଗା ଙ୍କ ନବଧାକଳା ହିଁ ନବଦୁର୍ଗା ଯେଉଁମାନେ ଏହି ନଅଟି ରାତ୍ରି ରେ ପୂଜାପାଆନ୍ତି,

ଚଳିତ ବର୍ଷ ଚୈତ୍ର ନବରାତ୍ର ୧୨ ଏପ୍ରିଲ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୨୧ ଏପ୍ରିଲ ବୁଧବାର ରେ ଶେଷ ହେବ,
ଶ୍ରୀଦେବୀପୁରାଣ ରେ ବର୍ଣ୍ଣନା କରାଯାଇଛି ଯେ ନବରାତ୍ରୀ ରବିବାର ସୋମବାର ରେ ଆରମ୍ଭ ହେଲେ ମାଁ ଆଦିପରାଶକ୍ତି ହାତୀବାହାନ🐘 ରେ, ମଙ୍ଗଳବାର ଶନିବାର ରେ ଆରମ୍ଭ ହେଲେ ଅଶ୍ବବାହନ🐎 ରେ, ଗୁରୁବାର ଶୁକ୍ରବାର ରେ ଆରମ୍ଭ ହେଲେ ପାଲିଙ୍କିବାହାନ 🪂 ରେ ଓ ବୁଧବାର ରେ ଆରମ୍ଭ ହେଲେ ନୌକାବାହାନ🛶 ରେ ଆସି ଧରାବତରଣ କରନ୍ତି,
ଚଳିତ ବର୍ଷ ମା ଅଶ୍ବବାହନ ରେ ଆସି ନୌକାବାହାନରେ ଗମନ କରିବେ,

ନବରାତ୍ରୀ ବ୍ରତ ସର୍ବପ୍ରଥମେ କିଏ ପାଳନ କରିଥିଲେ:-
ବାସନ୍ତୀକ ଚୈତ୍ର ନବରାତ୍ର ବ୍ରତକୁ ଗଣେଶ ଓ କାର୍ତ୍ତିକଙ୍କ ପରାମର୍ଶ କ୍ରମେ ମହାରାଜା ଦେବୁଦାସ ଓ ମହର୍ଷି ବେଦବ୍ୟାସ ଙ୍କ ପରାମର୍ଶ କ୍ରମେ ସୁଶୀଳ ନାମକ ବଣିକ ସର୍ବପ୍ରଥମେ କରିଥିଲେ, ଓ ଶାରଦୀୟ ନବରାତ୍ର ବ୍ରତକୁ ସର୍ବପ୍ରଥମେ ରାମ ଓ ରାବଣ କରିଥିଲେ,

ବାସନ୍ତୀକନବରାତ୍ରୀରେଘଟିଥିବାଘଟଣାବଳୀ:-

ତୃତୀୟ କଳ୍ପର ପ୍ରଥମାବରଣରେ ଯେତେବେଳେ ମହିଷାସୁର ର ଅଭ୍ୟୁଦୟ ହୋଇଥିଲା ସେତେବେଳେ ସକଳ ଦେବଗଣ ଙ୍କ ଆବାହନରେ ମାଁ ଅଷ୍ଟାଦଶଭୁଜା ବୈକୃତିକ୍ ମହାଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ, ଏବଂ ଏହି ନଅଦିନ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ, ଏବଂ ସନ୍ଧିକ୍ଷଣରେ ମହିଷାସୁର ର ବଧ କରି ସୃଷ୍ଟିକୁ ରକ୍ଷା କରିଥିଲେ,

କିନ୍ତୁ ତୃତୀୟକଳ୍ପର ଚତୁର୍ଥାବରଣରେ ଯେତେବେଳେ ମହିଷାସୁର ର ଅଭ୍ୟୁଦୟ ହୋଇଥିଲା ସେତେବେଳେ ସକଳଦେବଗଣ ଙ୍କ ଆକୁଳ ପ୍ରାର୍ଥନାରେ ମାଁ ଆଦିପରାଶକ୍ତି ମହର୍ଷି କାତ୍ୟାୟନଙ୍କ କନ୍ୟାରୂପେ ଜନ୍ମ ନେଇ ରଣଚଣ୍ଡୀକାତ୍ୟାୟନୀ ରୂପେ ଆବିର୍ଭୂତା ହୋଇଥିଲେ, ଏବଂ ୨୧ ଦିନ ଧରି ମହାଯୁଦ୍ଧ କରି, ନିଜ ଶରୀରରୁ ନବଦୁର୍ଗା ଙ୍କୁ ଉତ୍ପନ୍ନ କରି ମହିଷାସୁର ର ବଧ କରିଥିଲେ,
ସେଥିପାଇଁ ସମସ୍ତ ନବରାତ୍ରୀ ମଧ୍ୟରେ #ବାସନ୍ତୀକ_ନବରାତ୍ରୀ ସର୍ବୋତ୍ତମ,

ଏବଂ ଏହି ବସନ୍ତଋତୁ କାଳୀନ ବସନ୍ତ ନବରାତ୍ରୀରେ ଭଗବାନ ବୀରଭଦ୍ର ଓ ମାଁ ଭଦ୍ରକାଳୀ ଙ୍କ ବିବାହ ହୋଇଥିଲା, ତେଣୁ ଏହାର ନାମ ପ୍ରଣୟ ନବରାତ୍ରୀ, ବୈବାହିକ ଜୀବନରେ ଅଶାନ୍ତି ଥିଲେ, ବିବାହ ହେଉନଥିଲେ ଯଦି ଏହି ନବରାତ୍ରୀ ପୂଜା କରାଯାଏ ତେବେ ଭଗବାନ ବୀରଭଦ୍ର ଓ ମାଁ ଭଦ୍ରକାଳୀ ଙ୍କ ଆଶୀର୍ବାଦ ରେ ସକଳ ରିଷ୍ଟ ଖଣ୍ଡନ ହୋଇଥାଏ,
ସାଧାରଣତଃ ବାସନ୍ତୀକ ଚୈତ୍ର ନବରାତ୍ରୀ ରେ ମାଁ ରଣଚଣ୍ଡୀକାତ୍ୟାୟନୀ ଦେବୀ ଙ୍କ ର ହିଁ ଅଧିକ ଉପାସନା କରାଯାଏ, କାରଣ ମାଁ ରଣଚଣ୍ଡୀକାତ୍ୟାୟନୀ ହେଉଛନ୍ତି ଆଦିପରାଶକ୍ତି ମାଁ ପରାମ୍ବିକାଦୁର୍ଗା ଙ୍କ ଯୋଦ୍ଧାସ୍ବରୂପ, ତେଣୁ ଦେବୀ ରଣଚଣ୍ଡୀକାତ୍ୟାୟନୀ ମଧ୍ୟ ତ୍ରିଗୁଣାତ୍ମିକା , ସେଥିପାଇଁ ନବରାତ୍ରୀର ପ୍ରଥମ ତିନିଦିନରେ ମହାକାଳୀ ଦ୍ବିତୀୟ ତିନିଦିନରେ ମହାଲକ୍ଷ୍ମୀ ଓ ଅନ୍ତିମ ତିନିଦିନରେ ମହାସରସ୍ଵତୀ ଙ୍କ ତତ୍ତ୍ଵସମ୍ପର୍ଣ୍ଣା ନବଦୁର୍ଗା ଙ୍କ ଉପାସନା କରାଯାଏ,

ତେବେ କିଏ ଏହି ନବଦୁର୍ଗା:-
ବରାହପୁରାଣୋକ୍ତ ହରି ହର ବ୍ରହ୍ମା ଙ୍କ ଦ୍ଵାରା ରଚିତ ସର୍ବଶକ୍ତିଶାଳୀ ଦୁର୍ଗାକବଚରେ ଏହି ଦେବୀ ଙ୍କ ବର୍ଣ୍ଣନା କରାଯାଇଛି,

ପ୍ରଥମଂ ଶୈଲପୁତ୍ରୀତି ଦ୍ୱିତୀୟଂ ବ୍ରହ୍ମଚାରିଣୀ ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୂଷ୍ମାଣ୍ଡେତି ଚତୁର୍ଥକମ୍ ॥

ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ ।
ସପ୍ତମଂ କାଲରାତ୍ରିଶ୍ଚ ମହାଗୌରୀତି ଚାଷ୍ଟମମ୍ ॥

ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତିତାଃ ।
ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା ॥

ଶୈଳପୁତ୍ରୀ ମୂଳାଧାରଚକ୍ର ଅଧିଷ୍ଠାତ୍ରୀ, ବ୍ରହ୍ମଚାରିଣୀ ସ୍ବାଧିଷ୍ଠାନଚକ୍ର ଅଧିଷ୍ଠାତ୍ରୀ, ଚନ୍ଦ୍ରଘଣ୍ଟା ମଣିପୁରଚକ୍ର ଅଧିଷ୍ଠାତ୍ରୀ, କୁଷ୍ମାଣ୍ଡା ଅନାହତଚକ୍ର ଅଧିଷ୍ଠାତ୍ରୀ, ସ୍କନ୍ଦମାତା ବିଶୁଦ୍ଧିଚକ୍ର ଅଧିଷ୍ଠାତ୍ରୀ, କାତ୍ୟାୟନୀ ଆଜ୍ଞାଚକ୍ର ଅଧିଷ୍ଠାତ୍ରୀ, କାଳରାତ୍ରୀ ସହସ୍ରାରଚକ୍ର ଅଧିଷ୍ଠାତ୍ରୀ, ମହାଗୌରୀ ବ୍ରହ୍ମାଣ୍ଡଚକ୍ରାଧିଷ୍ଠାତ୍ରୀ, ସିଦ୍ଧିଦାତ୍ରୀ ବ୍ରହ୍ମବିତ୍ପ୍ଯୁତିଚକ୍ର ଅଧିଷ୍ଠାତ୍ରୀ , ଏହିମାନେ ହେଉଛନ୍ତି ନବଧାକଳା ରୂପିଣୀ ନବଦୁର୍ଗା,

(ପରାଶକ୍ତି ଲଳିତାମହାତ୍ରିପୁରାସୁନ୍ଦରୀ/ପରାମ୍ବିକାଦୁର୍ଗା ବ୍ରହ୍ମନିର୍ବାଣଚକ୍ର ଅଧିଷ୍ଠାତ୍ରୀ)

ନବରାତ୍ରୀବ୍ରତ କିପରି କରାଯାଏ:-??
ନବରାତ୍ରୀବ୍ରତ ତିନିପ୍ରକାରରେ କରାଯାଏ,
ମୂଳତଃ ନଅଦିନର ବ୍ରତ, ଏହାକୁ ନ କରି ପାରିଲେ ସପ୍ତମୀ ଅଷ୍ଟମୀ ନବମୀ ଏହି ତିନିଦିନ କିମ୍ବା ଗୋଟିଏ ଦିନ ଅଷ୍ଟମୀର ବ୍ରତ କରିଲେ ମଧ୍ୟ ଦେବୀଙ୍କର କୃପା ମିଳେ,
ଶ୍ରୀମଦ୍ଦେବୀଭାଗବତ ମହାପୁରାଣ ଅନୁସାରେ:-

ଅଶକ୍ତୋ ନିୟତଂ ପୂଜାଂ କର୍ତୁଂ ଚେନ୍ନବରାତ୍ରକେ।
ଅଷ୍ଟମ୍ଯା ଚ ବିଶେଷେଣ କର୍ତ୍ତବ୍ୟଂ ପୁଜନଂ ସଦା।।

ଅର୍ଥ:- ବ୍ୟାସଦେବ କହୁଛନ୍ତି:- ଯଦି କୌଣସି ବ୍ୟକ୍ତି ନବରାତ୍ରୀର ପ୍ରତ୍ୟେକ ଦିନ ପୂଜା କରିବାରେ ଅସମର୍ଥ ହୁଏ ତେବେ କେବଳ ଅଷ୍ଟମୀ ରେ ବିଶେଷ ପୂଜା କଲେ ସମାନ ଫଳ ମିଳେ,

ଉପବାସେ ହ୍ୟଶକ୍ତାନାଂ ନବରାତ୍ରବ୍ରତେ ପୁନଃ।
ଉପୋଷଣତ୍ରୟଂ ପ୍ରୋକ୍ତଂ ଯଥୋକ୍ତଫଳଦଂ ନୃପ।। ୧୨

ସପ୍ତମ୍ୟାଂ ଚ ତଥାଷ୍ଟମ୍ୟାଂ ନବମ୍ୟାଂ ଭକ୍ତିଭାବତଃ।
ତ୍ରିରାତ୍ରକରଣାତ୍ସର୍ବଂ ଫଳଂ ଭବତି ପୂଜନାତ୍ ।। ୧୩

ଅର୍ଥ:- ବ୍ୟାସଦେବ କହୁଛନ୍ତି:- ହେ ରାଜନ ଜନ୍ମେଜୟ ମାଁ ଆଦିପରାଶକ୍ତି ହେଉଛନ୍ତି ପରମଦୟାମୟୀ , ଭକ୍ତିଭାବରେ ତାଙ୍କୁ ମା ବୋଲି ଡାକିଦେଲେ ସେ ସକଳ କରୁଣାର ବାରି ବର୍ଷା କରନ୍ତି,😘❤️😍😍😭
ସମ୍ପୂର୍ଣ୍ଣ ନବରାତ୍ରୀବ୍ରତ ର ଉପବାସ ନକରି ପାରିଲେ କେବଳ ଅନ୍ତିମ ତିନିଦିନ (ସପ୍ତମୀ ଅଷ୍ଟମୀ ନବମୀ) ପୂଜା କଲେବି ମାଁ ଆଦିପରାଶକ୍ତି ସମାନ ଫଳ ଓ ଆଶୀର୍ବାଦ ପ୍ରଦାନ କରନ୍ତି, କାରଣ ମାଁ ଆଦିପରାଶକ୍ତି ମାଁ ଭେଦଭାବ କରନ୍ତି ନାହିଁ, ସେ ଜାତିଗୋତ୍ର ଦେଖନ୍ତି ନାହିଁ, ବର୍ଣ୍ଣ ଦେଖନ୍ତି ନାହିଁ, କେବଳ ପ୍ରେମ ଭକ୍ତି ସାଧନା କୁ ଦେଖନ୍ତି, ।।୧୨-୧୩

ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ:-

ଚଳିତ ବର୍ଷ ନବରାତ୍ରୀ ରେ କଳସ ସ୍ଥାପନ ର ଶୁଭମୂହୁର୍ତ୍ତ ୧୩ ଏପ୍ରିଲ ମଙ୍ଗଳବାର ଭୋର ୦୫:୨୮ ରୁ ଆରମ୍ଭ କରି ୧୦:୧୪ ପର୍ଯ୍ୟନ୍ତ ରହିଛି, ମୋଟ ଅବଧି ୪ଘଣ୍ଟା ୧୫ମିନିଟ୍ , ଏହି ମଧ୍ୟରେ କଳସ ସ୍ଥାପନ କରିବା ଉଚିତ,
ତେବେ କିଛି ନିୟମ:-
ସମ୍ପୂର୍ଣ୍ଣ ନଅଦିନ ର ବ୍ରତ କରି ପାରିଲେ ହିଁ କଳସ ସ୍ଥାପନ କରନ୍ତୁ, ତିନିଦିନ ବା ଗୋଟିଏ ଦିନ ପାଇଁ କଳସସ୍ଥାପନ କରନ୍ତୁ ନାହିଁ ,ନଚେତ୍ ଦେବୀ କ୍ରୋଧିତ ହୁଅନ୍ତି
ସମ୍ପୂର୍ଣ୍ଣ ନଅଦିନ ର ବ୍ରତ କରି ପାରିଲେ ହିଁ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରନ୍ତୁ ଏବଂ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରାଉଥିଲେ ଯେପରି ଜ୍ୟୋତି ନ ଲିଭେ ସେଥିପ୍ରତି ଧ୍ୟାନ ରଖିବା ଦରକାର,
ନବରାତ୍ରୀବ୍ରତ କରୁଥିଲେ:- ଲୁଣ, ଆମିଷ, ପୋଡ଼ାଦ୍ରବ୍ୟ, ଅନ୍ୟମାନଙ୍କ ଗୃହର ଖାଦ୍ୟ, ଅନ୍ନ,ଗହମ, ନଡିଆ, ବିଧବା ହାତର ଖାଦ୍ୟ, ଅନ୍ୟର ଅଇଁଠା, ଅଗାଧୁଆ ଲୋକର ଛାଈ ପଡ଼ିଥିବା ଖାଦ୍ୟ ଖାଆନ୍ତୁ ନାହିଁ, ନଚେତ୍ ବ୍ରତ ଖଣ୍ଡିତ ହୁଏ,
କେବଳ ଫଳ ,ଶାଗୁଦାନା, କ୍ଷୀର, ଦହି ଖାଇପାରନ୍ତି,

ନବରାତ୍ରୀବ୍ରତ କରୁଥିଲେ:- ସକାଳୁ ସକାଳୁ ବିଧବାନାରୀ,ଲଙ୍ଗଳାଛୁଆ, ମିଛୁଆ, ଗୋବ୍ରାହ୍ମଣନିନ୍ଦୁକ, ନାସ୍ତିକ ଙ୍କ ମୁଖ ଚାହାଁନ୍ତୁ ନାହିଁ, ଲେମ୍ବୁ ପାଣିକଖାରୁ କାଟନ୍ତୁ ନାହିଁ,

ନବରାତ୍ରୀବ୍ରତ କରୁଥିଲେ:- ଦିନରେ ଶୁଅନ୍ତୁ ନାହିଁ, ଭୂମିଶୟନ କରନ୍ତୁ, ତାନ୍ତ୍ରିକ ଙ୍କ ବ୍ୟତୀତ ଅନ୍ୟମାନେ କଳାରଙ୍ଗର ବସ୍ତ୍ର ପିନ୍ଧିବା ନିଷେଧ, ନଅଦିନ ଯାକ ଚୁଟି, ନିଶ, ଦାଢି କାଟନ୍ତୁ ନାହିଁ, ସ୍ତ୍ରୀସହବାସ ସମ୍ପୂର୍ଣ୍ଣ ନିଷେଧ,

((ଅନେକ ସମୟରେ କିଛି ବ୍ୟକ୍ତି ହସ୍ତମୈଥୁନ କରନ୍ତି, ଯାହାକୁ ଦେବୀ ପରାଶକ୍ତି ତୀବ୍ର ଘୃଣା କରନ୍ତି,))

ସକଳ ନାରୀ ଙ୍କୁ ମା ମାନି ପାଦତଳୁ ଦେଖିବାକୁ ଚେଷ୍ଟା କରନ୍ତୁ, ସ୍ତ୍ରୀଜାତି ର ସମ୍ମାନ କରନ୍ତୁ, ମିଛ କୁହନ୍ତୁ ନାହିଁ,,

ବାସନ୍ତୀ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭେଚ୍ଛା….
ଜୟ ଜଗନ୍ନାଥ
ଜୟ ମା କଟକ ଚଣ୍ଡୀ

Mystry of Atma(soul)

ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା –
ଆତ୍ମା ଆମର ଜୀବନୀଶକ୍ତି । ଅଦେଖା ଆତ୍ମା ନେଇ ବହୁ ଗହଳି, ଏହି ଆଲେଖ୍ୟ ଆଉ ଏକ ଗହଳି । ଆଜି ଆମେ ଜୀବ,ଆତ୍ମା ଓ ପରମାତ୍ମା ଉପରେ ଆଉ ତା ସହିତ ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା ନେଇ ସାମାନ୍ୟ କିଛି ବିଚାର ରଖିବା ।

ଗୋଟିଏ ଅଛି ପାପାତ୍ମା, ଆଉ ଗୋଟିଏ ପୂତାତ୍ମା ଓ ଅନ୍ୟ ଗୋଟିଏ ପରମାତ୍ମା –ଏପରି ତିନି ଆତ୍ମା ସହିତ ଆମେ ପରିଚିତ । ଯେ ବାସନା ମାନଙ୍କରେ ଆବଦ୍ଧ ସେ ପାପାତ୍ମା; ଉପାୟ ଓ କର୍ମ ଫଳ ଭୋଗ କରି କରି ତାହାର ପାପ ଶେଷ ହେବାରେ ଅର୍ଥାତ ଶୁଦ୍ଧ ହେବାରେ ସେ ହୁଏ ପୂତାତ୍ମା । ପାପାତ୍ମାକୁ ଜୀବ ଓ ପୂତାତ୍ମାକୁ ଆତ୍ମା ବୋଲି କୁହାଯାଏ । ସେହି ଆତ୍ମା ଅତ୍ୟନ୍ତ ବ୍ୟାପକ ହେବାରେ ପରମାତ୍ମାରୂପ ନିଅନ୍ତି । ବୁଝାଇବା ପାଇଁ ଏପରି ଏକ ଆତ୍ମାର ଭୂମିକା ନେଇ ବିଭିନ୍ନ ନାମକରଣ କରାଯାଇଛି; ବାସ୍ତବରେ ଆତ୍ମା ଏକ ଓ ଅଖଣ୍ଡ । ଆମେ ସମସ୍ତେ ଏକ, କିନ୍ତୁ ଭୂମିକା ନେଇ ସବାତଳେ ପାପାତ୍ମା –ଜୀବ, ସମସ୍ତ ଜୀବ ପାପୀ, ଆମେ ସମସ୍ତେ ପୂର୍ବକୃତ ପାପର ଫଳ ଭୋଗକରି ଶେଷ କରିବାପାଇଁ ଜନ୍ମ ନେଉଛେ । ନାନାଦି ଉପାୟକରି ପାପ କଟିଲେ ପୂତାତ୍ମା ହେବା । ପରମାତ୍ମା ଯେ ସେ ଈଶ୍ଵର । ଜୀବାତ୍ମା ଆପଣାକୁ ସଂସ୍କାର, ଜ୍ଞାନ ଓ ସାଧନା ଦ୍ଵାରା ପୂତ ଓ ବିସ୍ତୃତ କରିପାରିଲେ ପରମାତ୍ମା ସହିତ ମିଳିତ ହେବ ।

ଏପରି ଏକେ ତ ଆତ୍ମା ସ୍ଵୟଂ ପୂତ ହୋଇଥାଏ, ସେ ବାସନାରୁ ସର୍ବଥା ପୃଥକ, ଆତ୍ମା ପରମାତ୍ମାଙ୍କର ଅଂଶ ତେଣୁ ଦିବ୍ୟ; ପୁଣି ତାକୁ ଶୁଦ୍ଧକରିବାର କି ଆବଶ୍ୟକ? ମଳିନ ଚେତନାରୁ ଆମେ ଆତ୍ମ ବିସ୍ମୃତ, ତେଣୁ ଦୁଃଖୀ । ଦୁଃଖ ଦୂର କରିବାରେ ଆମର ପ୍ରୟାସ । ତେଣୁ, ଚେତନାର ପରିଷ୍କରଣ ନିତ୍ୟାନ୍ତ ଆବଶ୍ୟକ, ଆଉ ସେଥିପାଇଁ ଶିକ୍ଷାର ପ୍ରୟୋଜନତା ରହିଛି । ଶିକ୍ଷା ସଂସ୍କାର ସହିତ ସମ୍ବନ୍ଧିତ, ଏଣୁ ପ୍ରତ୍ୟେକଙ୍କୁ ସଂସ୍କାର ସ୍ଵୀକାର କରିବାକୁ ହେବ ।

ସଂସ୍କାର ତାହା ଯାହା କିଛିକୁ କୌଣସି ଉଦ୍ଦେଶ୍ୟର ଉପଯୋଗ ପାଇଁ ତିଆରି କରେ । ବର୍ତ୍ତମାନ ଗୃହ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଗୁରୁ ଦୀକ୍ଷା ଓ ସତସଙ୍ଗ ଚରିତ୍ରକୁ ଯେଉଁ ସବୁ ସଂସ୍କାର ଯୋଗାଉଛି ତାହା କେବଳ ବିଷୟ ଭୋଗରେ ସୀମିତ ରହିଯାଉଛି । ବାସନା ବଡ ବ୍ୟାପକ । ତା ସଂସାରରେ ରହି ହେଉ କି ବୈକୁଣ୍ଠ ପ୍ରାପ୍ତିରୁ ହେଉ, ସୁଖ ପାଇବା ପରମ ଲକ୍ଷ ହେଉଛି । ଏପରି ଅବୈଦିକ ଶିକ୍ଷା ଦୀକ୍ଷାରୁ ପାପାତ୍ମାଟି ଅତିବେଶିରେ ପୂତାତ୍ମା ସ୍ତର ପର୍ଯ୍ୟନ୍ତ ଯାଇପାରୁଛି କିନ୍ତୁ ପରମାତ୍ମାଙ୍କୁ ସ୍ପର୍ଶ କରିପାରୁନାହିଁ । ବୈଦିକ ସଂସ୍କାରର ମହତ୍ତ୍ଵ ଆମେ ବୁଝୁ ନାହୁଁ । ପଇତା କଥା କହିଲେ ତାହା ଏକ ଜାତିର ବିଶେଷତ୍ଵ ବୋଲି ଲୋକେ ମନେକରୁଛନ୍ତି ଓ ନାକ ରଗଡୁଛନ୍ତି । ଆରେ ଭାଇ , ସାଧନା ଓ ବିଚାରଦ୍ଵରା ଆଗେଇବାକୁ ହେବ । ଅଧ୍ୟାତ୍ମ୍ୟ ସୀମାହୀନ, ପଇତା ଆଗକୁ ବଢିବାର ସୂତ୍ର ।

ଆତ୍ମଜ୍ଞାନର ଧ୍ୟେୟ କଣ? ଆମର ଏଠି ଆତ୍ମଜ୍ଞାନର ଧ୍ୟେୟ ଅତ୍ୟନ୍ତ କ୍ଷୁଦ୍ର । ମୋଟାମୋଟି ଭାବେ ମାୟା-ମୋହ ନରହୁ, ଯେପରି ବି ପରିସ୍ଥିତି ଆସୁ, ସନ୍ତୋଷ ରହିବାକୁ ହେବ । ବିଚାରେ ଏପରି ଆତ୍ମଜ୍ଞାନ ଅତ୍ୟନ୍ତ ସ୍ଵାର୍ଥୀ । ବାହାରର ସୁଖ-ଦୁଃଖରେ ତାହାର କୌଣସି ସମ୍ବନ୍ଧ ନାହିଁ ।

ମୋତେ ଜଣେ ମନ୍ତବ୍ୟ ଦେଲେ ଯେ “ଆପଣ ଏ କି ମାୟାରେ ପଡିରହିଛନ୍ତି, ଖାଲି ଘର ପରିବାର ଓ ପରିବେଶନେଇ ଗୁଡାଏ ଚିନ୍ତା କରୁଛନ୍ତି, ଏ କି ଅହଂକାରରେ ଆପଣ ବୁଡି ରହୁଛନ୍ତି? ଏପରି ହେଲେ କିପରି ଦୁନିଆରୁ ଉଦ୍ଧାର ପାଇବେ? ଏପରି ଚିନ୍ତା ଓ କର୍ମକୁ ଛାଡି ଦିଅ”। ମୁଁ କହିଲି- ହେଲେ ଛାଡି କରିବି କଣ?

ସେ ଉପଦେଶକ ବନ୍ଧୁ ମୋର ଏକ ଗାଦିମଡା ଗୁରୁ ଗ୍ରହଣ କରିଛନ୍ତି । ଯେଉଁ ଗୁରୁ ତାଙ୍କ ଦିବଙ୍ଗତ ଗୁରୁଙ୍କର ବାଣୀ ଓ ବିଚାରର ପ୍ରଚାର –ପ୍ରସାରରେ ଲାଗିରହି ହାକିମାତି ଦେଖାଉଛନ୍ତି । ବନ୍ଧୁ ଜଣଙ୍କ କହିଲେ ‘ଆପଣ ଆମ ଗୁରୁଙ୍କ ନିକଟକୁ ଆସନ୍ତୁ, ଆଉ ଶରଣ ପଶନ୍ତୁ, ସେ ଦେବତା-ପରଦେବତା ଅଟନ୍ତି’ । ମୁଁ ପଚାରିଲି ସେଠି କରିବି କଣ? ଏତିକିରେ ସେ ମୋତେ କହିଲେ ଏପରି ପ୍ରଶ୍ନ ପଚାରିବା ତୁମର ଅହଂକାରକୁ ଦର୍ଶଉଛି। କରିବା-ପାଳିବା କିଛି ଦରକାର ନାହିଁ, କେବଳ ତାଙ୍କ ପାଦତଳେ ବସ ପରମ ଶାନ୍ତି ପାଇବ । ଆହା, ବିଚରା ବନ୍ଧୁ ମୋର । ଏପରି ଆମର ଏଠାରେ ଲୋକେ ମୁକ୍ତିକୁ ଅତି ନିକଟରେ ଦେଖିଥାନ୍ତି, ଗୁରୁ ରୂପୀ ପରର ସହାୟତାରେ ଆତ୍ମକଲ୍ୟାଣର ଆଶା ବାନ୍ଧନ୍ତି । ସେଇ ଶାସ୍ତ୍ର କି ଗୁରୁ ଯାହା ଯାହା କହିଛନ୍ତି ସେତିକିରେ ସୀମିତ ରହିଯାନ୍ତି, ଆଉ କହି ବୁଲନ୍ତି ଆମକୁ ଆତ୍ମଜ୍ଞାନ ପ୍ରାପ୍ତ ହୋଇଯାଇଛି । ଟିକେ ସୁଖରୁ –ଆତ୍ମ ସନ୍ତୋଷରୁ କି ଧରଣର ପାଗଳ ଏମାନେ, ଆଗକୁ ବଢିବାକୁ ଚାହୁଁନାହାନ୍ତି । ଗାନ୍ଧୀଜୀ କିନ୍ତୁ ଶେଷ ପର୍ଯ୍ୟନ୍ତ କହୁଥିଲେ ମୋତେ ପୂର୍ଣ୍ଣାଙ୍ଗ ଜ୍ଞାନ ପ୍ରାପ୍ତ ହେଲାନାହିଁ, ସେ ପ୍ରାୟତଃ କିଛି ନା କିଛି ଅଧ୍ୟାତ୍ମ୍ୟ ଶାସ୍ତ୍ର ପଢୁଥିଲେ, ନୂତନ କିଛି ବିଚାରୁଥିଲେ । ଯେପରି ବିଜ୍ଞାନ ବିଚାରରେ ଅସମାହିତ ଧ୍ୟେୟ ରହିଛି, ସେହିପରି ଅଧ୍ୟାତ୍ମ୍ୟ ବିଷୟରେ ବି ହେବା କଥା । ଅଧ୍ୟାତ୍ମ୍ୟ-ବିଜ୍ଞାନର ଉତ୍ତରୋତ୍ତର ଗବେଷଣା ହେବା କଥା । ଯେପରି ବିଜ୍ଞାନ ସମଗ୍ର ବ୍ରହ୍ମାଣ୍ଡ ଉପରେ ସ୍ଵାମିତ୍ଵ ଚାହେଁ, ସେପରି ଆମକୁ ସଂପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ପ୍ରଭୁତ୍ଵ ହାସିଲ କରିବାର ଇଚ୍ଛା ରଖିବା ଆବଶ୍ୟାକ ।

ଆମର ଆଧ୍ୟାତ୍ମିକ ଚିନ୍ତନରେ ବଡ ଦୋଷ ରହି ଯାଉଛି । ମହାପୁରୁଷଙ୍କର କିଛି ଦୋଷ ନାହିଁ । ତାଙ୍କ କଥନ ଓ ଆଚରଣକୁ ବୁଝି ଅନ୍ୟକୁ ବତାଇବାରେ ଦୋଷ ରହି ଯାଉଛି । ଅନେକଙ୍କର ଏହା କହିବା କଥା ଯେ ଅଧ୍ୟାତ୍ମ୍ୟ-ଜ୍ଞାନ ପୂର୍ଣ୍ଣତାକୁ ପ୍ରାପ୍ତ କରିସାରିଛି । ତେଣୁ ଆଉ ଗୁଡାଏ ଖୋଜା-ଖୋଜି ନକରି ପ୍ରତିଷ୍ଠିତ ଗୁରୁ ଗୁଳାରେ ପାଦ ଥାପି ଅବା ଅଧା ବାଟ ଯାଉ-ନଯାଉଣୁ ଘର-ପରିବାରର କିଛି ଭଲ ହୋଇଗଲେ ପରମ ସନ୍ତୋଷ ପାଇ ଆତ୍ମଜ୍ଞାନ ପାଇଗଲୁ ବୋଲି ଭାବି ଆଉ ଆଗକୁ ଆଗେଇବାର ମଙ୍ଗ ଛାଡିଦେଇ ସେଇ ନିତିଦିନିଆ ଚିରାଚରିତ ଅଭ୍ୟାସରେ ବାନ୍ଧି ହୋଇ ରହିଯାଉଛୁ । ଏବେ ଆମକୁ ଆଉ କୌଣସି ପ୍ରକାର ପ୍ରଗତିର ଆବଶ୍ୟକତା ନାହିଁ, ବେଦାନ୍ତ ଏବଂ ସନ୍ଥଙ୍କର ଅନୁଭବ ମାଧ୍ୟମରେ ସତେ ଯେପରି ଅଧ୍ୟାତ୍ମ୍ୟ ଶାସ୍ତ୍ର ପରିପୂର୍ଣ୍ଣତାକୁ ପ୍ରାପ୍ତ କରିସାରିଛନ୍ତି । ପରନ୍ତୁ, ବିଜ୍ଞାନବିତ୍ ଏହା କହନ୍ତି କି ବିଜ୍ଞାନର ଯାତ୍ରା କଥମପି ପୂର୍ଣ୍ଣାଙ୍ଗ ହୋଇ ନାହିଁ । ଆହୁରି ଆଗକୁ ଯିବାକୁ ହେବ । ସେମାନଙ୍କର ବିଚାରରେ ଆମର ପ୍ରଗତି ବହୁତ ଅଳ୍ପ, ସିନ୍ଧୁରେ ବିନ୍ଦୁ ପରି । ଯଦ୍ୟପି ବିଜ୍ଞାନର ପ୍ରଗତି ଆଖିଦୃଶିଆ, ଆମେ ଚନ୍ଦ୍ର-ସୂର୍ଯ୍ୟଙ୍କୁ ସ୍ପର୍ଶ କଲୁଣି, ଶୂନ୍ୟ ଓ ବାୟୁକୁ ସାଧି ପାରିଲୁଣି, ତେବେ ବି ବିଜ୍ଞାନବାଦୀ ଏହା କହନ୍ତିକି ସୃଷ୍ଟିର ଜ୍ଞାନ ଅନନ୍ତ, ଏବେ ସୁଦ୍ଧା ତାର ଏକ ଛୋଟ ଅଂଶକୁ ବି ଆମେ ସାଧି ପାରିନାହୁଁ ।

ତେଣୁ, ଅଧ୍ୟାତ୍ମ୍ୟର ଏକ କ୍ଷୁଦ୍ର ମତରେ ଆବଦ୍ଧ ରହି ଆଉ ଆଗକୁ ନବଢିବା ଆମର ସବୁଠୁ ବଡ ଦୁର୍ବଳତା । ଆମେ ଜୀବାତ୍ମା କି ଅତିବେଶିରେ ପୂତାତ୍ମା ସ୍ତରରେ ରହିଗଲୁ । କିଏ ମୁକ୍ତି ପାଇଗଲା ତା କିଏ ଜାଣେ ? ଆମେ ମରଣକୁ ମୁକ୍ତି ବୋଲି ବୁଝୁ ।

  • ଜୟ ଜଗନ୍ନାଥ❤️🙏🏻 –

ଓଁ ଶ୍ରୀଗଣେଶାୟ ନମଃ

।। ଓଁ ଶ୍ରୀଗଣେଶାୟ ନମଃ ।।

ଓଁ
ଗଜାନନଂ ଭୂତଗଣାଦିସେବିତଂ କପିତ୍ଥଜମ୍ବୂଫଳସାରଭକ୍ଷଣମ୍ ।
ଉମାସୁତଂ ଶୋକବିନାଶକାରଣଂ ନମାମି ବିଘ୍ନେଶ୍ୱରପାଦପଙ୍କଜମ୍ ॥


गजाननं भूतगणादिसेवितं कपित्थजम्बूफलसारभक्षणम् ।
उमासुतं शोकविनाशकारणं नमामि विघ्नेश्वरपादपंकजम् ॥

ଶ୍ରୀ ଗଜାନନସ୍ତୋତ୍ରମ୍

ଓଁ
ନମସ୍ତେ ଗଜବକ୍ତ୍ରାୟ ଗଜାନନସୁରୂପିଣେ ।
ପରାଶରସୁତାୟୈବ ବତ୍ସଳାସୂନବେ ନମଃ ॥ ୧॥

ବ୍ୟାସଭ୍ରାତ୍ରେ ଶୁକସ୍ୟୈବ ପିତୃବ୍ୟାୟ ନମୋ ନମଃ ।
ଅନାଦିଗଣନାଥାୟ ସ୍ୱାନନ୍ଦବାସିନେ ନମଃ ॥ ୨॥

ରଜସା ସୃଷ୍ଟିକର୍ତେ ତେ ସତ୍ତ୍ୱତଃ ପାଲକାୟ ବୈ ।
ତମସା ସର୍ବସଂହର୍ତ୍ରେ ଗଣେଶାୟ ନମୋ ନମଃ ॥ ୩॥

ସୁକୃତେଃ ପୁରୁଷସ୍ୟାପି ରୂପିଣେ ପରମାତ୍ମନେ ।
ବୋଧାକାରାୟ ବୈ ତୁଭ୍ୟଂ କେବଲାୟ ନମୋ ନମଃ ॥ ୪॥

ସ୍ୱସଂବେଦ୍ୟାୟ ଦେବାୟ ଯୋଗାୟ ଗଣପାୟ ଚ ।
ଶାନ୍ତିରୂପାୟ ତୁଭ୍ୟଂ ବୈ ନମସ୍ତେ ବ୍ରହ୍ମନାୟକ ॥ ୫॥

ବିନାୟକାୟ ବୀରାୟ ଗଜଦୈତ୍ୟସ୍ୟ ଶତ୍ରବେ ।
ମୁନିମାନସନିଷ୍ଠାୟ ମୁନୀନାଂ ପାଲକାୟ ଚ ॥ ୬॥

ଦେବରକ୍ଷକରାୟୈବ ବିଘ୍ନେଶାୟ ନମୋ ନମଃ ।
ବକ୍ରତୁଣ୍ଡାୟ ଧୀରାୟ ଚୈକଦନ୍ତାୟ ତେ ନମଃ ॥ ୭॥

ତ୍ୱୟାଽୟଂ ନିହତୋ ଦୈତ୍ୟୋ ଗଜନାମା ମହାବଲଃ ।
ବ୍ରହ୍ମାଣ୍ଡେ ମୃତ୍ୟୁ ସଂହୀନୋ ମହାଶ୍ଚର୍ୟଂ କୃତଂ ବିଭୋ ॥ ୮॥

ହତେ ଦୈତ୍ୟେଽଧୁନା କୃତ୍ସ୍ନଂ ଜଗତ୍ସନ୍ତୋଷମେଷ୍ୟତି ।
ସ୍ୱାହାସ୍ୱଧା ଯୁତଂ ପୂର୍ଣଂ ସ୍ୱଧର୍ମସ୍ଥଂ ଭବିଷ୍ୟତି ॥ ୯॥

ଇତି ଶ୍ରୀଗଜାନନସ୍ତୋତ୍ରଂ ସମ୍ପୂର୍ଣମ୍ ।

Jai Shri Ganesh !

ଓଁ
ଅଗଜାନନ ପଦ୍ମାର୍କଂ ଗଜାନନଂ ଅହର୍ନିଶମ୍ ।
ଅନେକଦନ୍ତଂ ଭକ୍ତାନାଂ ଏକଦନ୍ତଂ ଉପାସ୍ମହେ ।।


अगजानन पद्मार्कं गजाननं अहर्निशम् ।
अनेकदंतं भक्तानां एकदन्तं उपास्महे ॥

As the rays from the lotus-face of Gauri (Devi Parvati) is always on Her beloved son Gajanana ( Who is having the face of an elephant );
Similarly, the grace of Shri Ganesha is always on his devotees; granting their many prayers; the devotees who with deep devotion worship the Ekadanta ( Who is having a single tusk ).

Lord Ganesha is worshipped as the ‘Destroyer of obstacles’ and the God of all pious and good things. Lord Ganesha blesses his devotees with good fortune, wealth, peace and happiness in life.

As Indians, we are often asked how we worship an elephant-headed, pot-bellied, broken-tusked god who travels on a mouse. But as strange as it seems, every little peculiarity of Lord Ganesha’s has a deep spiritual significance.

Lord Ganesha’s elephant head symbolises the immense wisdom of a person of Perfection. Wisdom is something that comes out of manana , independent thinking and reflection. This manana can happen only when one has taken in spiritual knowledge i.e. the process of shravana has taken place. This process of shravana or intake of spiritual knowledge is portrayed as Lord Ganesha’s large ears where one listens to a teacher. It also symbolises that even the wisest people are always open to hearing fresh ideas and opinions. In other words, the wise are those who always keep an open mind.

Emerging from the Lord’s head is the elephant trunk. This trunk visually depicts a well-developed intellect that arises out of wisdom, the elephant head. Our intellect is of two kinds, gross and subtle. The gross intellect is used to discriminate between pairs of opposites in the world; black and white, hard and soft, easy and difficult. The subtle intellect, on the other hand, discriminates between right and wrong; permanent and impermanent and is colloquially called the conscience. In a person who has realised the Self, this intellect is extremely well-developed; both gross and subtle. Such people have clarity of thinking and a clear sense of right and wrong. At a relative level, even people who have made progress on the spiritual path experience this. Choices become clear and life becomes a lot simpler. Without clarity of thought, our worldview is bound to be confused and coloured by our own prejudices and preconceptions. Lord Ganesha’s well-shaped trunk depicts a crystal clear intellect that a person of Perfection develops.

One of the key attributes of people who are Self-Realised is that they rise above their likes and dislikes and the pairs of opposites that world presents before them. Established in the permanent Divinity, they remain unperturbed by what the world has to offer; the joys and sorrows, the victories and losses. They understand the ways of the world and take to life as a sportsperson takes to sport. Giving their best at every juncture, yet understanding that, in the ultimate analysis, it is only a game. Relatively speaking, genuine seekers on the spiritual path also achieve this sense of peace to the extent that they have identified with the Self. This transcendence over the pairs of opposites (two tusks) in a person of Perfection is indicated beautifully by Lord Ganesha’s broken tusk. For it is only when we have risen above the play of opposites in the world that we can stomach the challenges that life throws at us. This idea is depicted by Lord Ganesha’s large stomach. People who attained the supreme state have tremendous mental strength to brush aside the greatest setbacks while keeping their heads in the midst of immensely joyous experience.

The Lord’s posture with one foot on the ground and the other folded up conveys to us that while we must operate in the world there must also be a constant alignment with Atman in and through all our experiences. In the relative, whatever we do, there must be an unwavering focus on our higher spiritual goal. Without this focus, it is impossible to make spiritual progress.

The food at the feet of Lord Ganesha symbolise material wealth and power. Through this, the Lord subtly indicates that the world rewards those live a life of truth. Those who turn spiritual acquire merit in their respective fields of activity and those with merit seldom go unacknowledged. They command respect and wealth even though they may not desire it.

The mouse as the Lord’s mode of transport magnifies the challenge that a spiritual person faces when trying to communicate the knowledge of the infinite Self through the finite equipments of body, mind and intellect. Atman cannot be touched with the body, felt through emotion or understood with the intellect. One can only become It through spiritual practice.

In his four hands, Lord Ganesha holds an axe, a rope, a modak (sweetened rice ball) and a lotus. The axe represents the annihilation of desire with the axe of spirituality. The rope is spiritual knowledge which helps us to remove ourselves from the samsara , material world, that we are entrenched in. The modak symbolises the happiness and joy a seeker derives from the spiritual pursuit. And the lotus stands for that Divine state of Self-Realisation that every human being aspires for, consciously or unconsciously. The lotus sustains itself in dirty ponds but yet is above it all. Similarly, a person of Perfection can live in the world, enjoy life and yet be above it all by identifying with the Self.

श्री गजाननस्तोत्रम्


नमस्ते गजवक्त्राय गजाननसुरूपिणे ।
पराशरसुतायैव वत्सलासूनवे नमः ॥ १॥

व्यासभ्रात्रे शुकस्यैव पितृव्याय नमो नमः ।
अनादिगणनाथाय स्वानन्दवासिने नमः ॥ २॥

रजसा सृष्टिकर्ते ते सत्त्वतः पालकाय वै ।
तमसा सर्वसंहर्त्रे गणेशाय नमो नमः ॥ ३॥

सुकृतेः पुरुषस्यापि रूपिणे परमात्मने ।
बोधाकाराय वै तुभ्यं केवलाय नमो नमः ॥ ४॥

स्वसंवेद्याय देवाय योगाय गणपाय च ।
शान्तिरूपाय तुभ्यं वै नमस्ते ब्रह्मनायक ॥ ५॥

विनायकाय वीराय गजदैत्यस्य शत्रवे ।
मुनिमानसनिष्ठाय मुनीनां पालकाय च ॥ ६॥

देवरक्षकरायैव विघ्नेशाय नमो नमः ।
वक्रतुण्डाय धीराय चैकदन्ताय ते नमः ॥ ७॥

त्वयाऽयं निहतो दैत्यो गजनामा महाबलः ।
ब्रह्माण्डे मृत्यु संहीनो महाश्चर्यं कृतं विभो ॥ ८॥

हते दैत्येऽधुना कृत्स्नं जगत्सन्तोषमेष्यति ।
स्वाहास्वधा युतं पूर्णं स्वधर्मस्थं भविष्यति ॥ ९॥

इति श्रीगजाननस्तोत्रं सम्पूर्णम् ।

ପ୍ରଣାମ ୭ ପ୍ରକାର

୧-ଅଷ୍ଟାଂଗ ପ୍ରଣାମ-ଉରସା ଶିରସା ଦୃଷ୍ଟ୍ଯା ମନସା ବଚସା ତଥା।ପଦ୍ଭ୍ଯାଂ କରାଭ୍ଯାଂ ଜାନୁଭ୍ଯାଂ ପ୍ରଣାମୋଽଷ୍ଟାଂଗ ଈରିତଃ।। ତନ୍ତ୍ରସାର।    ଉରୁ, ଶିର, ଚକ୍ଷୁ, ମନ, ବାକ୍ଯ, ଦୁଇପଦ, କର ଓ ଜାନୁ ସଂଲଗ୍ନ ପ୍ରଣାମକୁ ସାଷ୍ଟାଂଗ କୁହାଯାଏ। ( ମନରେ ପ୍ରଣମ୍ଯଙ୍କୁ ମନନ କରି ଓ ବାକ୍ଯ ଦ୍ବାରା ଅମୁକ ଗୋତ୍ର ଅମୁକଙ୍କ ପୁତ୍ର ମୁଁ ଅମୁକ ପ୍ରଣାମ କରୁଛି।)    ହୃଦୟ, ଚିବୁକ, ମୁଖ, ନାସିକା, ଲଲାଟ,  ବ୍ରହ୍ମରନ୍ଦ୍ର ଓ କର୍ଣ୍ଣଦ୍ବୟ ଦ୍ବାରା ଭୂମି ସ୍ପର୍ଶକୁ ମଧ୍ୟ ସାଷ୍ଟାଂଗ ପ୍ରଣାମ କୁହାଯାଏ।୨- ଅର୍ଦ୍ଧଚନ୍ଦ୍ର ପରିକ୍ରମା-ଦକ୍ଷିଣରୁ ବାମ ଓ ବାମରୁ  ଦକ୍ଷିଣ।୩- ଦଣ୍ଡ ପ୍ରଣାମ- ଆସନ ତ୍ଯାଗକରି ଭୂମିରେ ଲମ୍ବହୋଇ ( ଦଣ୍ଡବତ୍ ) ପଡିବା-ସବୁ ଦେବତାଙ୍କ ପ୍ରିୟ।୪-ତିନିଥର ପ୍ରଦକ୍ଷିଣ କରି ବ୍ରହ୍ମରନ୍ଦ୍ର ଭୂମିରେ ସ୍ପର୍ଶକରି ଯେଉଁ ପ୍ରଣାମ କରାଯାଏ ତାହା ଉଗ୍ର ନମସ୍କାର।୫- ଶକ୍ତି ସମ୍ବନ୍ଧେ ତ୍ରିକୋଣ ପ୍ରଣାମ।୬- ଶିବଙ୍କ ପୃଷ୍ଠଦେଶରେ ଅର୍ଦ୍ଧଚନ୍ଦ୍ରକାର ପରିକ୍ରମା।୭- ଶକ୍ତି ଉପାସନାରେ ତ୍ରିପୁରାଦିଙ୍କର ତ୍ରିକୋଣ ଓ ଷଟକୋଣାଦି ପ୍ରଣାମ ବିଧି ବିଭିନ୍ନ ସାଂପ୍ରଦାୟିକ ପରମ୍ପରାରେ କୁହା ଯାଇଛି।    କାୟିକ ପ୍ରଣାମ ଉତ୍ତମ, ମଧ୍ଯମ ଓ ଅଧମ ତିନି ପ୍ରକାର। ଉପରୋକ୍ତ – ଉତ୍ତମ।   ମଧ୍ୟମ- ଜାନୁଦ୍ଵୟ ଓ ମସ୍ତକ ଭୂମିସ୍ପର୍ଶ କରିବା।    ଅଧମ- ଜାନୁଦ୍ଵୟ ଭୂମିସ୍ପର୍ଶକରି ଯୋଡ ହସ୍ତ ହେବା।ବାଚିକ ପ୍ରଣାମ- ଉତ୍ତମ – ନିଜକୃତ ଗଦ୍ଯ ବା ପଦ୍ଯ ଦ୍ବାରା ଦେବତାଙ୍କୁ ଗୁହାରି।ମଧ୍ୟମ- ପୌରାଣିକ ବା ବୈଦିକ ମନ୍ତ୍ର ପାଠ।ଅଧମ- ଚିତ୍ତ ଓ ବାକ୍ଯଦ୍ବାରା ନମସ୍କାର।ପଞ୍ଚାଂଗ ପ୍ରଣାମ- ୨ହାତ, ୨ଜାନୁ, ମସ୍ତକ, ବାକ୍ଯ ଓ ଚକ୍ଷୁ।ଶଂଖହସ୍ତେ ପ୍ରଦକ୍ଷିଣ ବିହିତ ଅଟେ।#ଏକ ହାତରେ ପ୍ରଣାମ, ଏକବାର ପ୍ରଦକ୍ଷିଣ ଓ ଅକାଳେ ବିଷ୍ଣୁ ଦର୍ଶନ ପୂର୍ବକୃତ ପୂଣ୍ଯ ନାଶକରେ।   ( ଏବେର ଷ୍ଟାଇଲ୍ ଆଣ୍ଠୁ ପାଖରୁ ମାଛି ହୁଡେଇ ସଲାମ କରିବା।)

ମୁଁ କିଏ?ମୋତେ ଦୁଃଖ କଷ୍ଟ ହୁଏ କାହିଁକି ?

ମୁଁ କିଏ? ମୋତେ ଦୁଃଖ କଷ୍ଟ ହୁଏ କାହିଁକି ?

   ମୁଁ ଅବିନାଶୀ ଓ ଅମର । ମୁଁ ଜନ୍ମ – ମୃତ୍ୟୁରହିତ ନିତ୍ୟ , ଶାଶ୍ବତ ଓ ସନାତନ ଜୀବାତ୍ମା , ଯଥା- ଗୀତାଶାସ୍ତ୍ରର ପ୍ରମାଣ
ନ ଜାୟତେ ମ୍ରିୟତେ ବା କଦାଚିତ୍
ନାୟଂ ଭୂତ୍ଵା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟ ଶାଶ୍ଵତୋୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ।।(୨/୨୦ )
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି
ନୈନଂ ଦହତି ପାବକ
ନ ଚୈନଂ କ୍ଲେଦୟତ୍ୟାପୋ
ନ ଶୋଷୟତି ମାରୁତଃ । ( ୨/୨୩ )

ଜୀବାତ୍ମାର ଜନ୍ମ ନାହିଁ କି ’ ମୃତ୍ୟୁ ନାହିଁ । ଜନ୍ମ ମୃତ୍ୟୁରହିତ ଜୀବାତ୍ମା ନିତ୍ୟ , ଶାଶ୍ବତ ଓ ସନାତନ । ତାହାର କ୍ଷୟ – ଲୟ ନାହିଁ । ଦେହ ବିନଷ୍ଟ ହୁଏ କିନ୍ତୁ ଆତ୍ମା ଅବିନାଶୀ । ମନୁଷ୍ୟ ଯେପରି ଜୀର୍ଣବସ୍ତ୍ର ପରିତ୍ୟାଗ କରି , ନୂତନ ବସ୍ତ୍ର ପରିଧାନ କରେ , ଆତ୍ମା ସେହିପରି ଜୀର୍ଣ୍ଣ ଶରୀର ଛାଡ଼ି ନୂତନ ଦେହ ଧାରଣ କରେ । ଆତ୍ମାକୁ ଅସ୍ତ୍ର କାଟିପାରେ ନାହିଁ , ଅଗ୍ନି ପୋଡିପାରେ ନାହିଁ , ଜଳ ଓଦା କରିପାରେ ନାହିଁ । ଜୀବାତ୍ମା କୌଣସି ସମୟରେ ଛିନ୍ନ , ଦଗ୍ଧ , ଶୁଷ୍କ ବା ସିକ୍ତ ହୁଏ ନାହିଁ। ସେ ଅବ୍ୟକ୍ତ , ଅଚଳ , ପରିବର୍ତ୍ତନହୀନ , ସର୍ବଗାମୀ , ଅନାଦି , ଅଚିନ୍ତ୍ୟ ଓ ନିର୍ବିକାର ।

ଆମ୍ଭମାନଙ୍କର ଏହି ପାଞ୍ଚଭୌତିକ ଦେହର ବର୍ତ୍ତମାନ ପରିଚୟ କଳ୍ପିତ , ମିଥ୍ୟା , ପରିବର୍ତ୍ତନଶୀଳ ଓ ନଶ୍ବର । ରକ୍ତ , ମାଂସ , ମଳ , ମୂତ୍ର , ବିଷ୍ଠାମୟ ଏହି ନଶ୍ବର ଦେହ କେବେହେଲେ ମୁଁ ନୁହେଁ । ମୁଁ ଓ ଦେହ ପୃଥକ ବସ୍ତୁ । ଶ୍ରୀମଦ୍ ଭାଗବତ କହନ୍ତି- ନଶ୍ବର ଜଡ ଦେହରେ ମୁଁ ବୁଦ୍ଧିକାରୀ ବ୍ୟକ୍ତି ମହାମୂର୍ଖ। ଦେହ ନାଶ ହେଲେ ମୁଁ ନାଶ ହୁଏ । ନାହିଁ , ଦେହ ଅନିତ୍ୟ ଓ ନଶ୍ଵର , କିନ୍ତୁ ମୁଁ ନିତ୍ୟ । ଦେହର ମୃତ୍ୟୁ ହୁଏ କିନ୍ତୁ ମୋର ମୃତ୍ୟୁ ବା ବିନାଶ ହୁଏ ନାହିଁ । ଏହି ଦେହ ବେଳେବେଳେ ହିନ୍ଦୁ , ମୁସଲମାନ , ଜୈନ , ଖ୍ରୀଷ୍ଟିୟାନ , ବ୍ରାହ୍ମଣ , କ୍ଷତ୍ରିୟ , ବୈଶ୍ୟ , ଶୂଦ୍ର , ସ୍ତ୍ରୀ , ପୁରୁଷ , ନଫୁସକ , ପଶୁ , ପକ୍ଷୀ , କୀଟ , ପତଙ୍ଗ ଇତ୍ୟାଦି ବିଭିନ୍ନ ଆକାରରେ ଦୃଷ୍ଟ ହୁଏ ଓ ବିଭିନ୍ନ ନାମରେ ପରିଚିତ ହୁଏ । କିନ୍ତୁ ଜୀବ ଶରୀରର ଏହି ସମସ୍ତ ପରିଚୟ ମିଥ୍ୟ , ଅନିତ୍ୟ ଓ ନଶ୍ୱର । ଜୀବାତ୍ମା ହିନ୍ଦୁ , ମୁସଲମାନ , ଜୈନ , ଖ୍ରୀଷ୍ଟିୟାନ୍ , ସ୍ତ୍ରୀ , ପୁରୁଷ ବା ନପୁଂସକ ନୁହେଁ । ମୁଁ କୌଣସି ଜାତି ବର୍ଣ୍ଣ ବା ଆଶ୍ରମର ଅନ୍ତର୍ଭୁକ୍ତ ବସ୍ତୁ ନୁହେଁ । ମୁଁ ଭଗବାନ ବା ବ୍ରହ୍ମ ନୁହେଁ । ଭଗବାନ ବିଭୁ – ଚୈତନ୍ୟ , ମୁଁ ଅଣୁ ଚୈତନ୍ୟ । ଭଗବାନ ପ୍ରଭୁ , ମୁଁ ଦାସ । ଭଗବାନ ମାୟାର ଅଧୀଶ୍ବର , ମୁଁ ମାୟାର ଅଧୀନ । ଭଗବାନ କେବେହେଲେ ମାୟାର ବଶୀଭୁତ ହୁଅନ୍ତି ନାହିଁ କିନ୍ତୁ ମୁଁ ସର୍ବଦା ମାୟାବଶଯୋଗ୍ୟ । ଭଗବାନ ନିତ୍ୟ , ମୁଁ ବି ନିତ୍ୟ । ଭଗବାନ ବିଭୁ – ସଚ୍ଚିଦାନନ୍ଦ , ମୁଁ ଅଣୁ ସଚ୍ଚିଦାନନ୍ଦ । ଆମମାନଙ୍କର ଜ୍ଞାନ ଓ ଶକ୍ତି କ୍ଷୁଦ୍ର ଓ ସୀମିତ , ଭଗବାନଙ୍କର ଶକ୍ତି ଅସୀମ ଓ ଅନନ୍ତ । ମୁଁ ଅଂଶ ସେ ପୂର୍ଣ୍ଣ । ତାଙ୍କୁ ଭୁଲିବା ଦ୍ଵାରା ହିଁ ଦୁଃଖ କଷ୍ଟ ହୋଇଛି । *ସଂଗୃହୀତ*

✿❁❣️༒ ଜୟ ଜଗନ୍ନାଥ ༒❣️❁✿

Design a site like this with WordPress.com
Get started