ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଓ ଶାସ୍ତ୍ରୀ୍ୟ ପଦ୍ଧତି ବିଶ୍ବଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଶୈଳୀ ଯେମିତି ଶାସ୍ତ୍ର ସମ୍ମତ ତାଙ୍କର ରଥ ନିର୍ମାଣ ଶୈଳୀ ମଧ୍ଯ ଠିକ୍ ସେମିତି ଶାସ୍ତ୍ରୀୟ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦିContinue reading “ରଥ ନିର୍ମାଣ ପରମ୍ପରା”
Category Archives: Mistry
ମହାପ୍ରଭୁଙ୍କ ଗୁଆଲି ଯାତ୍ରା :
ଶ୍ରୀମନ୍ଦିରରେ ଚମ୍ପକ ଦ୍ଵାଦଶୀ ନୀତିମହାପ୍ରଭୁଙ୍କ ଗୁଆଲି ଯାତ୍ରା :ନଗର ପରିକ୍ରମା ରେ ମହାପ୍ରଭୁ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପାContinue reading “ମହାପ୍ରଭୁଙ୍କ ଗୁଆଲି ଯାତ୍ରା :”
ଗୁଆଲି ଯାତ୍ରା
ଦେବ ଦମ୍ପତ୍ତି ଙ୍କ ନଗର ପରିକ୍ରମା ଗୁଆଲି ଯାତ୍ରା : ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡାContinue reading “ଗୁଆଲି ଯାତ୍ରା”
ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :
#ଚମ୍ପକ_ଦ୍ୱାଦଶୀ ରେ ଶ୍ରୀ ମନ୍ଦିରରେ ଦଇତାପତି ପ୍ରବେଶ ନୀତି ❤️ ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ : ଆଦ୍ୟ ଜଗନ୍ନାଥ ମନ୍ଦିରର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିଜର ବଂଶଧର କାହାକୁ ରଖି ନଥିଲେ । ସେଥିପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ କାର୍ତ୍ତିକ ମାସ ଦେବ ଦୀପାବଳୀ ଦିନ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସହ ଅନ୍ୟ ଦୁଇଟି ବ୍ୟକ୍ତିତ୍ଵ ବିଶ୍ଵାବସୁ ଶବର ରାଜା ଓ ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କରContinue reading “ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :”
ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି
ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃକୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ଶ୍ରୀ ମଦନମୋହନ ଙ୍କୁ ଯୋଦ୍ଧା ବେଶ କରାଯାଇଥାଏ। ସକାଳ ଧୂପContinue reading “ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି”
Badasighara Besha
ବଡ଼ଠାକୁର ଙ୍କ ଶୋଭା ବଡ଼ସିଂହାର ବେଶ ❤କୋଟି ଓଡ଼ିଆ ର ହ୍ରୁଦ ପଦକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରମ ପାବନ ଲୀଳାକ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ଏଠାରେ ଶ୍ରୀମହାପ୍ରଭୁ ନାନାଦି ବେଶ ରେ ସଜ୍ଜିତ ହୁଅନ୍ତି। ପ୍ରାୟ ୩୨ ବେଶ ର ଦର୍ଶନ ଓ ବର୍ଣନା ଅଛି। ସେଥିମଧ୍ୟରୁ ପ୍ରତ୍ୟେହ ରାତ୍ରି ର ପହୁଡ଼ ( ଶୋଇବା ) ପୂର୍ବରୁ ମଣିମା ଙ୍କ ଅପୂର୍ବ ବଡ଼ସିଂହାର ବେଶ ର ଶୋଭା ଅନନ୍ୟ ଅଟେ। ଏହିContinue reading “Badasighara Besha”
ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି
.❀❣️ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି❣️❀ କଥାରେ କୁହା ଯାଇଛି ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର l ବିଶ୍ୱାସ ହିଁ ମୂଳ l ହିନ୍ଦୁ, ଖ୍ରିଷ୍ଟିୟାନ, ମୁସଲମାନ ଯେ କେହି ହେଉ l ଏହିସତ୍ୟ ପ୍ରଚାର କରି, ଶ୍ରୀମନ୍ଦିର ପରିସର ମଧ୍ୟରେ ରହିଛି ଏକ ଆଶ୍ଚର୍ଯ୍ୟ ଘଣ୍ଟି l ଗୋଟିଏ ଜଳ ଜାହାଜ, ଫ୍ରାନ୍ସର ଗୋଟିଏ ବନ୍ଦରରୁ, ଯାତ୍ରା କରୁଥାଏ, ଫ୍ରାନ୍ସ ଉପନିବେଶ ପଣ୍ଡିଚେରୀ ଅଭିମୁଖେ l ଜାହାଜରେ ଯାଉଥାଏ, ପଣ୍ଡିଚେରୀର ଏକ ଚର୍ଚ୍ଚ ଉଦ୍ଦେଶ୍ୟରେ, ବିରାଟContinue reading “ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି”
ଟାହିଆ
ମଦନମୋହନଙ୍କଟାହିଆଚନ୍ଦନଯାତ୍ରା ସ୍ନାନ,ରଥ,ବାହୁଡ଼ା ଓ ନୀଳାଦ୍ରି ବିଜେ ରେ ହେଉଥିବା ପହଣ୍ଡି ସମୟରେ ରାଘବ ଦାସ ମଠ ରୁ ଆସିଥିବା ଟାହିଆ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ବାଉଁଶ,ସୋଲ, ଫୁଲ ଆଉ ତୁଳସୀ ରେ ତିଆରି ହୋଇଥିବା ବିରାଟ ଟାହିଆ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ। ସେହିପରି ଭାବରେ ଚନ୍ଦନ ଯାତ୍ରା ସମୟରେ ମଧ୍ୟ ପ୍ରତ୍ୟେକ ଦିନ ମଦନମୋହନଙ୍କୁ ସୁନ୍ଦର ଟାହିଆ ଲାଗି ହେଇଥାଏ। ଏହି ଟାହିଆ କିନ୍ତୁ କୈାଣସି ମଠ ଦ୍ଵାରା ତିଆରି ହୁଏନି ବରଂ କାହିଁContinue reading “ଟାହିଆ”
❣️ଦଧିନଉତିର ଚିତା❣️
ଶ୍ରୀଜଗନ୍ନାଥ ମନ୍ଦିରର ଦଧିନଉତିରେ ଏକ ତ୍ରିଶାଖା ଚିତା ଅଙ୍କିତ ହୋଇଛି। ଏହାକୁ କେତେକ ‘ରାମାନନ୍ଦୀ ଚିତା’ ବୋଲି କହନ୍ତି। ପ୍ରକୃତରେ କିନ୍ତୁ ଏହା ‘ରାମାନୁଜୀ ଚିତା’। ଭାରତବର୍ଷର ବୈଷ୍ଣବଧାରାରେ ‘ରାମାନୁଜ’ ଓ ‘ରାମାନନ୍ଦ’ ନାମରେ ଦୁଇଜଣ ରାମ ଉପାସକ ବୈଷ୍ଣବ ଥିଲେ। ସେମାନଙ୍କ ମଧ୍ୟରୁ ରାମାନୁଜ ଅଗ୍ରଜ। ତାଙ୍କର ସମୟ ଏକାଦଶ-ଦ୍ୱାଦଶ ଶତାବ୍ଦୀ। କିନ୍ତୁ ରାମାନନ୍ଦଙ୍କର ସମୟ ଚତୁର୍ଦ୍ଦଶ ଶତାବ୍ଦୀ। ବୈଶାଖ ଶୁକ୍ଳ ଷଷ୍ଠୀ ତିଥିରେ ରାମାନୁଜଙ୍କର ଆବିର୍ଭାବ ଘଟିଥିଲା। ରାମାନୁଜ ଥିଲେ ସୁପଣ୍ଡିତ। ସେ ବେଦ,Continue reading “❣️ଦଧିନଉତିର ଚିତା❣️”
ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ?
ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ? ବିଜ୍ଞାନ ସାତୋଟି ରଙ୍ଗ ପ୍ରମାଣ ଦେଇଛି (ବା ଘ ନି ଶ ହ ନା ଲା ) ଯେଉଁଥିରେ କଳା ଓ ଧଳା ନାହିଁ । ବିଜ୍ଞାନ ପ୍ରମାଣିତ ସବୁଯାକ ରଙ୍ଗକୁ ମିଶାଇଲେ କଳା ରଙ୍ଗର ଉତ୍ପତ୍ତି ହୁଏ , ଅର୍ଥାତ ଏଥିରୁ ପ୍ରମାଣିତ ହୁଏ କି କଳାରଙ୍ଗ (ଧଳା ରଙ୍ଗକୁ ଛାଡି ) ବାକି ରଙ୍ଗର ଜନନୀ । କିନ୍ତୁ କଳା ଓ ଧଳାକୁ ରଙ୍ଗରେ ଗଣନାContinue reading “ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ?”