ରଥ ନିର୍ମାଣ ପରମ୍ପରା

ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଓ ଶାସ୍ତ୍ରୀ୍ୟ ପଦ୍ଧତି ବିଶ୍ବଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଶୈଳୀ ଯେମିତି ଶାସ୍ତ୍ର ସମ୍ମତ ତାଙ୍କର ରଥ ନିର୍ମାଣ ଶୈଳୀ ମଧ୍ଯ ଠିକ୍ ସେମିତି ଶାସ୍ତ୍ରୀୟ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା, କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ୱାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ । ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ। ପ୍ରଥମେ ପଟଳ ଲମ୍ବ ୮ ଚଉଠ, ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶ ଗୁଡିକ ମଧ୍ୟରେ ଚକ, ଦଣ୍ଡିଆ, ଅର, ବାଙ୍କି ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଈପଟା, ସିଂହାସନ, କନକ ମୁଣ୍ଡେଇ, ଭୂମି, ଷୋଳ ନାହକ, ମଗରଦଣ୍ଡା, ବସନ୍ତ, ଦୁଆରଘୋଡା, ସାରଥୀ ପୀଡ଼, କୁମ୍ଭପଟି, ରାହୁପଟି, ଆଠ ନାହାକା, ପୀଢ଼, ଋଷିପଟା, ଦଣ୍ଡା, ପାରାଭାଡି, ଖପୁରୀ, ପାଦ, ଓଲଟ ଶୁଆ, ଦଧିନଉତି, କଣ୍ଠି, ଦଣ୍ଡ, ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା-

(୧) ଚକ୍ରପୀଠ,
(୨) ଅରଦଣ୍ଡା,
(୩) ଗଗରା,
(୪) ମୂଳନାଭ,
(୫) ବରାଣ୍ଡି,
(୬) ହଂସପଟା,
(୭) ରଥଗର୍ଭ,
(୮) ପାରାଭାଡି,
(୯) କଳସ ପୀଠ,
(୧୦) ଦଧିନଉତି,
(୧୧) କର୍ଣ୍ଣଅଳା,
(୧୨) ଧାତୁ କଳସ ଓ
(୧୩) ଆୟୁଧ ଧ୍ୱଜା।

ରଥ ନିର୍ମାଣର ପୃଷ୍ଠଭୂମି

🌷ରଥଖଳାରେ ରଥ ନିର୍ମାଣ କାମ

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହିପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ। ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର, ଭୋଇ ଇତ୍ୟାଦି ସେବକମାନେ ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ। ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ। ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ।

ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନ ଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପ ଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ, ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ, ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି। ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି, ହଳଦିଆ, ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି, ଘେର, ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି। ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ । ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ, ଘୋଡା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି।

ବିଭିନ୍ନ ତିଥିରେ ରଥ ନିର୍ମାଣର ବିଧି ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇ ଆସୁଅଛି। ରଥକାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ।

👉ରଥକାଠ ପୁରୀରେ ପହଞ୍ଚିବା (ରଥଖଳାରେ ଅନୁକୂଳ ପୂଜା) – ଶ୍ରୀପଞ୍ଚମୀ

👉କାଠଚିରା – ଶ୍ରୀରାମ ନବମୀ

👉ରଥନିର୍ମାଣ ଅନୁକୂଳ – ଅକ୍ଷୟ ତୃତୀୟା

👉ଗୁଜ ଅନୁକୂଳ – ନୃସିଂହ ଚତୁର୍ଦ୍ଦଶୀ

👉ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) – ଭଉଁରୀ ଦିନ

👉ଚାରି ନାହକ ଡେରା ଅନୁକୂଳ – ଦେବସ୍ନାନ ପୂର୍ଣ୍ଣିମା

👉ରଥଖଳାରୁ ସିଂହଦ୍ୱାର ଯାଏଁ ରଥଟଣା – ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ) ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି। ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି।

ରଥ ନିର୍ମାଣରେ ସେବକ ମାନଙ୍କ ଭୂମିକା

👉ବଢେଇ ମହାରଣା ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢେଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଅଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳ ଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି। ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି।

🌷ଓଝା ମହାରଣା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ। ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟା ଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ। ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି। ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କଦ୍ୱାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ। ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି। ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କଦ୍ୱାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ।

💥ଅନ୍ୟାନ୍ୟ ସେବକ

🌷ରଥ ଭୋଇ :ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି।

🌷ଦରଜୀ ସେବା : ସ୍ୱତ୍ତ୍ୱଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି।

🌷ତାମରା ବିଶୋଇ : (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି।

🌷କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି। ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି।

🌷ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି। ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ୱ ଦେବତା ନିର୍ମାଣ ଏହି ସେବକଙ୍କଦ୍ୱାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ।

🌷ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।

ତିନି ରଥର ବିଶେଷତା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କଦ୍ୱାରା ଏହାର ମରାମତି କାର୍ଯ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ।

💥ନନ୍ଦିଘୋଷ

👉’ନନ୍ଦିଘୋଷ’ ବା ‘ଗରୁଡ଼ଧ୍ୱଜ’ ବା ‘କପିଳଧ୍ୱଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।

👉ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
👉ଏହି ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।

👉ସାରଥି: ମାତଳୀ ।

👉ରଥର ଦଉଡ଼ି: ଶଙ୍ଖଚୂଡ଼ ।

👉ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ ।

👉ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।

👉ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।

👉ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

💥ତାଳଧ୍ୱଜ

👉’ତାଳଧ୍ୱଜ’ ବା ‘ଲଙ୍ଗଳ ଧ୍ୱଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।

👉ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।

👉ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।

👉ଦଧିନଉତି: ହିରଣ୍ମୟୀ

👉ସାରଥି: ଦାରୁକ ।

👉ରଥର ଦଉଡ଼ି: ବାସୁକୀ ।

👉ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।

👉ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।

👉ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

💥ଦର୍ପଦଳନ

👉’ଦର୍ପଦଳନ’ ବା ‘ପଦ୍ମଧ୍ୱଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।

👉ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।

👉ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।

👉ସାରଥି: ଅର୍ଜୁନ ।

👉ରଥର ଦଉଡ଼ି: ସ୍ୱର୍ଣ୍ଣଚୂଡ଼ ।

👉ଧ୍ୱଜପମୂର୍ତ୍ତି: ଜୟଦୁର୍ଗା ।

👉 ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।

👉ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

✿❁❣️ ଶ୍ରୀ ଜଗନ୍ନାଥ ଶରଣଂ ❣️❁✿

Sapta Rishis.

Several thousand years ago, before the dawn of historical times, in a remote region of the Himalayas lived a group of remarkable individuals whose existence is shrouded in mystery.

Known today as the Rishis, these beings are considered ancient sages that possessed divine knowledge.

Their names were Agni, Vayu, Aditya, and Angiras, and as seers, they had the gift of inner vision and could see the past, present, and future.

Mysterious Rishis – Remarkable Ancient Sages And Scientists With Divine Knowledge In Ancient India

The Rishis Were Scientists But Yet Spiritual
Called “the scientists of Hinduism,” the Rishis of ancient India were the scribes of the Vedas. They developed the spiritual science of Hinduism, Sanatana Dharma, to ensure the constant renewal and progress of India’s spiritual tradition and culture.

The term “Rishi” or “rsi” originally denoted the composers and singers of Vedic hymns. However, according to post-Vedic traditions, the rishi is also a “sage” to whom the Gods revealed the Vedas (Knowledge).

The Vedas were written by many Rishis.

The Rishis were what we would describe as perfect human beings. They could co-exist with nature. They were modest, humble, and never harmed anyone or anything. According to Vedic literature, the Rishis could go to the realms of the gods and demons.

Their unusual ability to describe events that would take place in the near future has made many people wonder whether these beings were of extraterrestrial origin or simply extremely unusual and very gifted individuals.

According to quantum physics, past, present and future all exist at once. Were the Rishis familiar with our concept of quantum physics?

The Rishis Passed On Their Divine Knowledge
The four Rishis Agni, Vayu, Aditya, and Angiras were later replaced with another group of Rishis, seers, with amazing memories. They passed on this knowledge to successive generations. In India, these great beings seem to have taken birth again and again in every age to keep up the Sanatana Dharma, which they cognized at the beginning of the world!

ମହାପ୍ରଭୁଙ୍କ ଗୁଆଲି ଯାତ୍ରା :

ଶ୍ରୀମନ୍ଦିରରେ ଚମ୍ପକ ଦ୍ଵାଦଶୀ ନୀତି
ମହାପ୍ରଭୁଙ୍କ ଗୁଆଲି ଯାତ୍ରା :
ନଗର ପରିକ୍ରମା ରେ ମହାପ୍ରଭୁ

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ପୁଷ୍ପାଳକ ମାନଙ୍କ ସହ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି । ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଏ।
ଏହାପରେ ବରକନ୍ୟାଙ୍କୁ ଗୁଆଲି ବେଶ ରେ ସଜ୍ଜିତ କରାଯାଏ l ବେଶ ବଢିବା ପରେ ଦକ୍ଷୀଣ ଘର ଭୋଗ କରାଯାଏ, ସରିବା ପରେ ବର କନ୍ୟା ( ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ) ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ବନ୍ଦାପନା ହୋଇଥାଏ। ବନ୍ଦାପନା ନୀତି ସରିବା ପରେ ବର- କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଏ ଓ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥାନ୍ତି। ବିମାନବଡୁ ସେବକମାନେ ଉକ୍ତ ପାଲିଙ୍କି କୁ ବଡ଼ ଦେଉଳର ଚତୁଃପାଶ୍ୱର୍ରେ ବେଢାଏ ବୁଲି ବିମାନ ସରଘର ଓ ଆନନ୍ଦ ବଜାର ରେ ପନ୍ତିଭୋଗ ହୋଇ ସିଂହଦ୍ୱାର ଦେଇ ରାଜାଙ୍କ ଶ୍ରୀନଅର କୁ ଘଣ୍ଟ , ଘଣ୍ଟା ,କାହାଳି ଓ ଆଲୋକ ମଳରେ ବିଜେ କରାଇଥାନ୍ତି।
ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟା ଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥାନ୍ତି। ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଂଚଉପଚାର ବିଧିରେ ମଣୋହି କରିଥାନ୍ତି।
ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିଥାନ୍ତି।
ଏହାପରେ ଶ୍ରୀନଅର ଭିତର ଶୋଧ ହୋଇ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ବାହାରକୁ ଆସନ୍ତି ଓ ଶ୍ରୀନଅର ର ସିଂହଦ୍ୱାର ବନ୍ଦ କରାଯାଏ। ଗଜପତି ମହାରାଜ, ମହାରାଣୀ ଓ ରାଜ ପରିବାର ବର୍ଗ ବର କନ୍ୟା ଙ୍କ ନିକଟକୁ ବନ୍ଦାପନା କରିବା ସଙ୍ଗେ ସଙ୍ଗେ ବିଧି ଅନୁସାରେ ଭେଟ ଦେଇଥାନ୍ତି। ଏହାପରେ ଶ୍ରୀନଅର ର ସିଂହଦ୍ୱାର ଖୋଲିଥାଏ।
ତତ୍ପରେ ମହାଜନ ସେବକମାନେ ବରକନ୍ୟା ଙ୍କୁ ପାଲିଙ୍କିରେ ବିଜେ କରାଇଥାନ୍ତି। ଉକ୍ତ ପାଲିଙ୍କି କୁ କାନ୍ଧେଇ ଜମେଶ୍ୱର ମହାଦେବ ଙ୍କ ମନ୍ଦିର କୁ ନେଇଯାନ୍ତି ବିମାନବଡୁ ସେବାୟତ । ସେଠାରେ ବରକନ୍ୟା ଉଦେଶ୍ୟରେ।ପଞ୍ଚ ଗ୍ରାସୀ ଭୋଗ ଓ ବନ୍ଦାପନା ହୋଇଥାଏ। ଏହାପରେ ବାହୁଡା ବିଜେ କରି ଦକ୍ଷିଣ ଘରକୁ ଆସିଥାନ୍ତି। ଏହାପରେ ଶ୍ରୀମନ୍ଦିରରେ ଆଲଟ , ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବରକନ୍ୟା ଦକ୍ଷିଣୀ ଘରୁ ଭିତରେ ସିଂହାସନ ବିଜେ କରିଥାନ୍ତି ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇ ରାତ୍ର ପହୁଡ଼ ହୋଇଥାଏ।

ଗୁଆଲି ଯାତ୍ରା

ଦେବ ଦମ୍ପତ୍ତି ଙ୍କ ନଗର ପରିକ୍ରମା ଗୁଆଲି ଯାତ୍ରା :

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି । ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଏ। ତତ୍ପରେ ବର କନ୍ୟା ( ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ) ରତ୍ନସିଂହାସନ କୁ ବିଜେ କରିଛନ୍ତି ଓ ଏଠାରେ ବନ୍ଦାପନା ହୋଇଥାଏ। ବନ୍ଦାପନା ନୀତି ସରିବା ପରେ ବର- କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଏ ଓ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥାନ୍ତି। ବିମାନବଡୁ ସେବକମାନେ ଉକ୍ତ ପାଲିଙ୍କି କୁ ବଡ଼ ଦେଉଳର ଚତୁଃପାଶ୍ୱର୍ରେ ବେଢାଏ ବୁଲି ବିମାନ ସରଘର ଓ ଆନନ୍ଦ ବଜାର ରେ ପନ୍ତିଭୋଗ ହୋଇ ସିଂହଦ୍ୱାର ଦେଇ ରାଜାଙ୍କ ଶ୍ରୀନଅର କୁ ଘଣ୍ଟ , ଘଣ୍ଟା ,କାହାଳି ଓ ଆଲୋକ ମଳରେ ବିଜେ କରାଇଥାନ୍ତି।
ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟା ଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥାନ୍ତି। ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଂଚଉପଚାର ବିଧିରେ ମଣୋହି କରିଥାନ୍ତି।
ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିଥାନ୍ତି।
ଏହାପରେ ଶ୍ରୀନଅର ଭିତର ଶୋଧ ହୋଇ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ବାହାରକୁ ଆସନ୍ତି ଓ ଶ୍ରୀନଅର ର ବନ୍ଦ କରାଯାଏ। ଗଜପତି ମହାରାଜ ବର କନ୍ୟା ଙ୍କ ନିକଟକୁ ବନ୍ଦାପନା କରିବା ସଙ୍ଗେ ସଙ୍ଗେ ବିଧି ଅନୁସାରେ ଭେଟ ଦେଇଥାନ୍ତି। ଏହାପରେ ଶ୍ରୀନଅର ର ସିଂହଦ୍ୱାର ଖୋଲିଥାଏ।
ତତ୍ପରେ ମହାଜନ ସେବକମାନେ ବରକନ୍ୟା ଙ୍କୁ ପାଲିଙ୍କିରେ ବିଜେ କରାଇଥାନ୍ତି। ଉକ୍ତ ପାଲିଙ୍କି କୁ କାନ୍ଧେଇ ଜମେଶ୍ୱର ମହାଦେବ ଙ୍କ ମନ୍ଦିର କୁ ନେଇଯାନ୍ତି ବିମାନବଡୁ ସେବାୟତ । ସେଠାରେ ବରକନ୍ୟା ଉଦେଶ୍ୟରେ।ପଞ୍ଚ ଗ୍ରାସୀ ଭୋଗ ଓ ବନ୍ଦାପନା ହୋଇଥାଏ। ଏହାପରେ ବାହୁଡା ବିଜେ କରି ଦକ୍ଷିଣ ଘରକୁ ଆସିଥାନ୍ତି। ଏହାପରେ ଶ୍ରୀମନ୍ଦିରରେ ଆଲଟ , ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବରକନ୍ୟା ଦକ୍ଷିଣୀ ଘରୁ ଭିତରେ ସିଂହାସନ ବିଜେ କରିଥାନ୍ତି ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇ ରାତ୍ର ପହୁଡ଼ ହୋଇଥାଏ। ଏହାପରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ।

ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :

#ଚମ୍ପକ_ଦ୍ୱାଦଶୀ ରେ ଶ୍ରୀ ମନ୍ଦିରରେ ଦଇତାପତି ପ୍ରବେଶ ନୀତି ❤️

ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :

ଆଦ୍ୟ ଜଗନ୍ନାଥ ମନ୍ଦିରର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିଜର ବଂଶଧର କାହାକୁ ରଖି ନଥିଲେ । ସେଥିପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ କାର୍ତ୍ତିକ ମାସ ଦେବ ଦୀପାବଳୀ ଦିନ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସହ ଅନ୍ୟ ଦୁଇଟି ବ୍ୟକ୍ତିତ୍ଵ ବିଶ୍ଵାବସୁ ଶବର ରାଜା ଓ ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କର ଆତ୍ମୀୟ ସ୍ବଜନମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ବଂଶଧର ରୂପେ ତୀର୍ଥରାଜ ଶ୍ରୀକ୍ଷେତ୍ରରେ ବାସ କରି ଆସୁଛନ୍ତି । ପତି ମହାପାତ୍ର ସେବକମାନେ ଏହି ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କର ବଂଶଧର ଅଟନ୍ତି । ସ୍ବର୍ଗତଃ ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସ୍ଵତ୍ତ୍ଵଲିପି ୧୯୫୫ରେ ପତି ମହାପାତ୍ରଙ୍କ ସେବା ବିଷୟରେ ଏପରି ଭାବରେ ଲେଖାଯାଇଛି ।

ପତି ମହାପାତ୍ରଙ୍କ ସେବାର ବିବରଣୀ :

ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି , ବନ୍ଦାପନା , ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ , ରଥକୁ ବିଜେ , ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ , ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା , କର୍ପୂର ଆଳତୀ , କର୍ପୂର ଲାଗି , ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ , ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ଵାର ଓ ତାଟିଦ୍ଵାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦ ଲାଗି , ପଣା ଲାଗି , ଖଡ଼ି ଲାଗି , ଖଳି ଲାଗି , ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି । ନବକଳେବର ତିନିବାଡ଼ର ଆଜ୍ଞାମାଳ ବାହାର କରି ତିନିବାଡ଼ରେ ଦଇତାଙ୍କୁ ଦେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ବେଷଣରେ ଯାଆନ୍ତି । ଭିତରଛୁଙ୍କଠାରୁ ଅଣସର ପିଣ୍ଡିରେ ଶାଢ଼ୀ ପାଇଁ ବାହାରନ୍ତି । ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ବନଯାଗ ପରେ ସୁନା କୁରାଢ଼ି ନେଇ ପ୍ରଥମେ ନିର୍ଦ୍ଦିଷ୍ଟ ଗଛରେ ଲଗାନ୍ତି । ତା’ପରେ ଅନ୍ୟମାନେ କାଟନ୍ତି । ଦାରୁ ଆଣିବା ପରେ ତାକୁ ଭୋଗ କରନ୍ତି । ଦକ୍ଷିଣ ଘରୁ ନୃସିଂହ ନେଇ ଦାରୁ ଘରେ ନୃସିଂହ ମଣ୍ଡପରେ ବିଜେ କରାଇ ସେ ରହିବା ଦିନରୁ ତାକୁ ପୂଜା କରନ୍ତି । ଏ ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା କରନ୍ତି । ଏ ସେବାର ବିବରଣୀ ନିୟମାନୁଯାୟୀ ଅପ୍ରକାଶିତ । ମହାଜନ ହିସାବରେ ବିଛା ମାସରେ ଦକ୍ଷିଣଘର ସେବା ଓ ମହାଜନ ସେବା କରନ୍ତି । ଏ ବିଦ୍ୟାପତି ବଂଶଧର ସେବକ ବୋଲି ପ୍ରବାଦ ଅଛି । ଅଣସରଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାଙ୍କ ସହିତ ଅଂଶ ନିଅନ୍ତି । ପିଣ୍ଡିକାରେ ମୁଣ୍ଡପିଛା ରଜାଘର ଆମଦାନୀରୁ ଅଧେ ଓ ରାସ୍ତାରୁ ଅର୍ଧେକ ପାଆନ୍ତି ।

ଯୋଗ୍ୟତା :

ବ୍ରତ ନହୋଇ ଦଇତା ପୁଅଙ୍କ ସଂଗେ ଦଇତା କାମ କରିପାରିବେ । ମାତ୍ର ବନ୍ଦାପନା ସର୍ବାଙ୍ଗ ଇତ୍ୟାଦିରେ ବ୍ରତପରେ ମନ୍ତ୍ର ନିପୁଣ ହେଲେ କରିପାରିବେ । ବ୍ରାହ୍ମଣ ସେବକ ପୁରାତନ ପତି ମହାପାତ୍ର ନିର୍ବଂଶ ହେବାରୁ ଶାସାନୁଯାୟୀ ପୂଜାପଣ୍ଡା ବଂଶରୁ ଏହି ସେବକ ପତି ମହାପାତ୍ର ନିଯୁକ୍ତ ହେଲେ ପ୍ରଥମ ସେବାପାଇଁ ଶାଢ଼ୀ ବନ୍ଧା ଆବଶ୍ୟକ ନାହିଁ । ଖଡ଼ି ପ୍ରସାଦ ଓ ରାଜପ୍ରସାଦ ବିଜେ କରନ୍ତି । ନହରଠାରୁ ଶାଢ଼ୀ ପାଆନ୍ତି , କର୍ମାଙ୍ଗୀ ଅନୁସାରେ ଠାକୁରଙ୍କ ସମସ୍ତ ସେବା ସେମାନେ କରିପାରିବେ । ପୂଜା ବି କରିପାରିବେ । ସେବା ବଂଶାନୁକ୍ରମିକ ଅଟେ । ଏ କାର୍ଯ୍ୟରେ ତ୍ରୁଟି କଲେ ଖେଇ ବନ୍ଦ ରହିବ । ପୂର୍ବ ପ୍ରଥାମତେ ପୂଜା ପଣ୍ଡା ବଂଶରୁ ଅନ୍ୟ ସେବକ ନିଯୁକ୍ତ ହୋଇପାରିବେ । ସମସ୍ତ ଦଇତା କାମ ନକଲେ ପତି ମହାପାତ୍ର କରିପାରିବେ । ବର୍ତ୍ତମାନ ପତି ମହାପାତ୍ର ପୂଜାପଣ୍ଡା ବଂଶରୁ କରାଯାଉଥିବାରୁ ପୂଜାପଣ୍ଡା ମଧ୍ୟ ସେପରି ଆବଶ୍ୟକ ପଡ଼ିଲେ ଏହାଙ୍କ କାମରେ ନିଯୁକ୍ତ ହୋଇପାରିବେ ।

ପୁରୁଷୋତ୍ତମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି :

ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ତ୍ରିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ୱାରେ ତଳୁଛପତି ଦଇତାପଣେ ଲଗା ଶାଢ଼ୀ ପାଇବେ । ଦାରୁ କାଟିବାକୁ ମଂଗଳ ବିଜେ କାଳେ ଶିରୋପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବେ । ପରମ ଗହନ କାର୍ଯ୍ୟ କରିବେ । ବ୍ରହ୍ମ ଆଣିବାକୁ ଯଥା ସୁନିଆଁ ନେବେ । ବ୍ରହ୍ମ ତୁଳସୀ ଦେବେ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସା ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ବରଙ୍କର ବାଡ଼େ ଆଳତୀ କରିବେ ।

ପତି ମହାପାତ୍ରଙ୍କ ସେବା :

ପତି ମହାପାତ୍ର ନୃସିଂହଙ୍କୁ ସେବା କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ସାରା ପର୍ବପର୍ବାଣି ବନ୍ଦାପନା , ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣରେ ମଝିବାଡ଼ରେ କାମ କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ନବକଳେବର ବେଳେ ତିନିବାଡ଼ରେ ଆଜ୍ଞାମାଳ ନେଇ ଦାରୁ ଅନ୍ବେଷଣରେ ଯାଆନ୍ତି । ବନଯାଗରେ ବିଦ୍ୟାପତି ରୂପେ ବରଣ ହୁଅନ୍ତି । ନବକଳେବର ବେଳେ ପ୍ରଥମେ କୁରାଢ଼ି ନେଇ ଦାରୁରେ ଲଗାନ୍ତି । ପରେ ଅନ୍ୟମାନେ କାଟନ୍ତି । ସୁଦର୍ଶନଙ୍କର ସମସ୍ତ କାମ କରନ୍ତି ।

ଶ୍ରୀ ଚକ୍ରଧର ମହାପାତ୍ରଙ୍କ ଲିଖିତ ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟରେ ଛତିଶା ନିଯୋଗ ବିଷୟରେ ଯେଉଁ ବିବରଣୀ ଦେଇଛନ୍ତି , ସେଥିରେ ପତି ମହାପାତ୍ର ସେବା ବିଷୟରେ ନିମ୍ନଲିଖିତମତେ ବର୍ଣ୍ଣନା କରାଯାଉଛି ।

ପତି ମହାପାତ୍ର ବିଦ୍ୟାପତି ଙ୍କ ବ୍ରାହ୍ମଣିଆଡ଼ ବଂଶଧର , ରାଜାଜ୍ଞାରେ ନିଯୁକ୍ତି ହୋଇ କାମ କରନ୍ତି । ରଥ ଚଳନ ଆଦି ଯାବତୀୟ ବାହାର ପୂଜାର ମୁଖ୍ୟ ସେବକ । ନିରଗ୍ନିକ ହୋଇଯାଇଛନ୍ତି କାରଣ ବିଦ୍ୟାପତି ଶବର ଜେମାଙ୍କ ପରିଚୟ ପରେ ‘ ଜନ୍ମିଥିବା ହେତୁ ” ନବକଳେବର ସମୟରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବ୍ରହ୍ମଙ୍କୁ ହସ୍ତରେ ଧରି ନୂତନ ମୂର୍ତ୍ତିରେ ସ୍ଥାପନ କରାଇଥାନ୍ତି । ଦେବାଧିଦେବଙ୍କୁ ସ୍ପର୍ଶ କରି ଏମାନେ ଅତି ଧନ୍ୟ । ବିଭିନ୍ନ ଲେଖକ ଓ ଶ୍ରୀଜଗନ୍ନାଥ ତତ୍ତ୍ୱବିତ୍‌ମାନେ ପତି ମହାପାତ୍ର ପୌରାଣିକ ବିଦ୍ୟାପତିଙ୍କ ବଂଶଧର ରୂପେ ମାନ୍ୟତା ଦେଇଛନ୍ତି । ବ୍ରହ୍ମ ପରିବର୍ତ୍ତନରେ ଏମାନେ ଦେବାଧିଦେବଙ୍କୁ ସ୍ପର୍ଶ କରି ଖୁବ୍ ପବିତ୍ର କାର୍ଯ୍ୟ ସଂପାଦନା କରିଥାନ୍ତି । ଏମାନେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସମୟରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଳରୁ ବିଶ୍ବାବସୁ ପୂଜିତ ନୀଳମାଧବଙ୍କ ସମୟରୁ ଏହି କାର୍ଯ୍ୟ କରୁଛନ୍ତି । ଏହି ଶ୍ରେଣୀର ବିଦ୍ୟାପତିଙ୍କ ବଂଶଧର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସେବକ ରୂପେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ରହି ଆସିଛନ୍ତି । ତେଣୁ ସମସ୍ତ ପୁରାତନ ଗ୍ରନ୍ଥମାନଙ୍କରେ ଯେଉଁଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଜଗନ୍ନାଥତତ୍ଵର ବର୍ଣ୍ଣନା କରାଯାଇଛି , ସେଠାରେ ବିଦ୍ୟାପତି ଓ ତାଙ୍କର ବଂଶଧର ଏହି ପତି ମହାପାତ୍ରମାନଙ୍କର ବର୍ଣ୍ଣନା ରହିଛି । ନୀଳାଦ୍ରି ମହୋଦୟ ଏକ ପ୍ରାଚୀନ ପୌରାଣିକ ଗ୍ରନ୍ଥ । ଏହା ସଂସ୍କୃତ ଭାଷାରେ ଲିଖିତ । ବର୍ତ୍ତମାନ ସୁଦ୍ଧା ଏହି ଗ୍ରନ୍ଥର ଉଲ୍ଲେଖ ଅନୁସାରେ ଶ୍ରୀମନ୍ଦିରର ବହୁତ ନୀତି ପରିଚାଳିତ । ବାମଦେବ ସଂହିତା , ନୀଳାଦ୍ରି ମହୋଦୟ , ନୀଳମତ ପୁରାଣକୁ ଶ୍ରୀମନ୍ଦିରର ବ୍ରାହ୍ମଣ ମହାଜନ ପୂଜାପଣ୍ଡା ଆଦି ବ୍ରାହ୍ମଣ ସେବକ ଓ ଦଇତାମାନେ ବହୁଳ ଭାବରେ ମାନ୍ୟତା ଦେଇଥାନ୍ତି । ନୀଳାଦ୍ରି ମହୋଦୟଙ୍କ ରଚୟିତାଙ୍କ ସମ୍ବନ୍ଧରେ ଯାହା ଅନୁମାନ କରାଯାଏ , ତାହା ହେଉଛି କୌଣସି ବ୍ରାହ୍ମଣ ସେବାୟତ ଅର୍ଥାତ୍ ପୂଜାପଣ୍ଡା ପତି ମହାପାତ୍ର ମୁଦିରଥ ବା ଅନୁରୂପ କୌଣସି ପୁରାତନ ବ୍ରାହ୍ମଣ ସେବକଙ୍କ ଦ୍ଵାରା ଏହା ଲିଖିତ । ଏହି ପୁସ୍ତକରେ ବିଦ୍ୟାପତି ଓ ତାଙ୍କର ବଂଶଧର ସେବକଙ୍କର ବହୁଳ ଉଲ୍ଲେଖ ରହିଛି ।

ଥରେ ଜଣେ ଜଟାଜୁଟଧାରୀ ମୁନିବେଶଧାରୀ ସନ୍ନ୍ୟାସୀ ଆସି ମାଳବର ରାଜା ଇନ୍ଦ୍ରଦ୍ୟୁମକୁ ଗୋଟିଏ ମାଳା ଦାନ ପୂର୍ବକ ଓଡ୍ରଦେଶର ନୀଳାଚଳ ନାମକ ରମ୍ୟ କ୍ଷେତ୍ରରେ ଏକକ୍ରୋଶ ବ୍ୟାପୀ ରହିଥିବା ବଟବୃକ୍ଷ ମୂଳରେ ନୀଳସୁନ୍ଦର ବିଗ୍ରହ ନୀଳମାଧବଙ୍କର ଅବତାରଣା କରିଥିଲେ । ସେ କହିଥିଲେ ସେହି ବୃକ୍ଷର ପଶ୍ଚିମ ଭାଗରେ ଶବର ମାନଙ୍କର ବାସସ୍ଥଳୀ ବିଦ୍ୟମାନ । ସେହି ନୀଳାଚଳର ଚଲାବାଟରେ ଯାଇ ଯେ ମାଧବଙ୍କୁ ଦର୍ଶନ କରେ ସେ ମୁକ୍ତିଲାଭ କରିଥାଏ । ସେହି କ୍ଷେତ୍ରରେ ମହାପାପୀ କାକ ମଧ୍ୟ ମୁକ୍ତିଲାଭ କରିଛି । ସେହି ମୁନୀ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସେଠାରେ ବାସ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଓ କ୍ଷେତ୍ରକୁ ବିଖ୍ୟାତ କରିବା ପାଇଁ ଅନୁରୋଧ କରି ଫେରି ଯାଇଥିଲେ । ରାଜାଙ୍କଠାରୁ ଧନରତ୍ନ ମାଗିବାର କୌଣସି ଅଭିଳାଷ ତାଙ୍କର ନଥିଲା । ମୁନି ଅନ୍ତର୍ଦ୍ଧାନ ହେବାପରେ ରାଜା ତାଙ୍କର ପୁରୋହିତଙ୍କୁ ଉକ୍ତ କ୍ଷେତ୍ରରେ ସନ୍ଧାନ ଲାଗି ଅନୁରୋଧ କରିଥିଲେ । ପୁରୋହିତ ମହୋଦୟ ତାଙ୍କର ଭ୍ରମଣ ନିପୁଣ ଭ୍ରାତା ବିଦ୍ୟାପତିଙ୍କୁ ଉକ୍ତ କାର୍ଯ୍ୟ ସାଧନ କରିବା ପାଇଁ ଯୋଗ୍ୟ ବୋଲି ବାଛିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କୁ କ୍ଷେତ୍ର ଅନ୍ଵେଷଣରେ ପଠାଇଲେ । ବିଦ୍ୟାପତି ମନେ ମନେ ମାଧବଙ୍କୁ ସ୍ମରଣ କରି ରଥ ଆରୋହଣ କରି ଗମନ ପୂର୍ବକ ମହାନଦୀ ପାର ହୋଇ ଶବର ଦ୍ବୀପରେ ଥିବା କାନନରେ ପ୍ରବେଶ କଲେ । ଶବର ରାଜା ବିଶ୍ଵାବସୁ ବିଦ୍ୟାପତିଙ୍କୁ ସ୍ବାଗତ କରି କହିଥିଲେ ଯେ ହେ ବିପ୍ରବର ଅତି ଗହନ ଏ ପର୍ବତ ଗ ହ୍ୱରକୁ ଆପଣଙ୍କୁ କିଏ ପଠାଇଲା ? ଆପଣ ମଧ୍ୟ ଏଠାକୁ ଆସିଲେ କିପରି ? ହେ ଦ୍ୱିଜବର ଆପଣ ସତ କହନ୍ତୁ ଆପଣଙ୍କ ନାମ କ’ଣ ? ବିଶ୍ଵାବସୁଙ୍କୁ ଉତ୍ତର ଦେଇ ବିପ୍ର କହିଥିଲେ ମୁଁ ମାଳବ ଦେଶ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁରୋହିତଙ୍କ ସାନ ଭାଇ । ମୋର ନାମ ବିଦ୍ୟାପତି । ମାଧବଙ୍କ ଦର୍ଶନ ଲାଗି ରାଜା ଇନ୍ଦ୍ରଦ୍ୟୁମ୍ନ ମୋତେ ମାର୍ଗ ନିରୀକ୍ଷଣ କରିବା ପାଇଁ ପଠାଇଛନ୍ତି । ରାଜା ଏଠାରେ ନିବାସ କରି ମାଧବଙ୍କ ପୂଜାରେ ନିଯୁକ୍ତ ହେବେ । ଏହି ବିଷୟ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ଅଛି । ଏହାପରେ ଘଟିଥିବା ଅନ୍ୟାନ୍ୟ ବିଷୟ ପୌରାଣିକ କିମ୍ବଦନ୍ତୀ ଆକାରରେ ଓଡ଼ିଶା ସାରା ମଧ୍ୟ ବିଦିତ । ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ । ବିଶ୍ଵାବସୁ ଶବର ରାଜକନ୍ୟା ଲଳିତାଙ୍କ ସହ ବିଦ୍ୟାପତିଙ୍କ ଶୁଭ ପରିଣୟ , ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ , ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଵର୍ଗ ଗମନ ଓ ବ୍ରହ୍ମାଙ୍କୁ ନିମନ୍ତ୍ରଣ , ବ୍ରହ୍ମାଙ୍କୁ ଧରି ଆସିବା ପରେ ପୃଥିବୀରେ ଅଖଣ୍ଡକାଳ ପ୍ରବହମାନ , ତତ୍କାଳିକ ଉଡ୍ରରାଜା ଗାଲମାଧବଙ୍କ ସହ ମନ୍ଦିରର ସ୍ଥାପନ କର୍ତ୍ତା ବିଷୟରେ ବିବାଦ , ଅବଶେଷରେ ବିଭିନ୍ନ ସାଖ୍ୟ ପ୍ରମାଣରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ବିଜୟୀ , ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ପ୍ରତିଷ୍ଠା , ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ମନ୍ଦିରରେ ପୂଜା ପାଇଁ ବିରାଟ ଆୟୋଜନ , ପୂଜା ପଦ୍ଧତି ପ୍ରଚଳନ , ବିଦ୍ୟାପତି ବିଶ୍ଵାବସୁଙ୍କ ବଂଶଧରଙ୍କ ସମେତ ଆଚାର୍ଯ୍ୟ , ଅଗ୍ନିଶର୍ମା , ମହାସୁପକାର ପରୀକ୍ଷାଙ୍କ ସହ ବିଭିନ୍ନ ସେବକବର୍ଗଙ୍କ ପ୍ରତିଷ୍ଠା ଇତ୍ୟାଦି ବିଷୟ ଓଡ଼ିଶା ବାହାରେ ସାରା ପୃଥିବୀରେ ପ୍ରତିଷ୍ଠିତ କିମ୍ବଦନ୍ତୀ ଆକାରରେ ପ୍ରସିଦ୍ଧି ଲାଭ କରିଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଉକ୍ତ ମନ୍ଦିରରେ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲେ । ଏ ବିଷୟ ଶ୍ରୀଜଗନ୍ନାଥ ସେବାୟତ ଅତୀତ , ବର୍ତ୍ତମାନ , ଭବିଷ୍ୟତ ପୁସ୍ତକରେ ଉଲ୍ଲେଖ ରହିଛି । ଉକ୍ତ ଦିନଠାରୁ ବିଦ୍ୟାପତି ଓ ତାଙ୍କର ବଂଶଧର ପତି ମହାପାତ୍ର ପୁରୁଷୋତ୍ତମ କ୍ଷେତ୍ରରେ ବସବାସ କରି ଆସୁଛନ୍ତି । ଯେତେ ପ୍ରଳୟ ହେଲେ ମଧ୍ୟ ଶ୍ରୀକ୍ଷେତ୍ର ଧ୍ବଂସ ପାଇ ନାହିଁ । ତେଣୁ ପ୍ରଳୟ ପରେ ପ୍ରଳୟ ପାର କରି ପତି ମହାପାତ୍ର ସେବକମାନେ ପୁରୀରେ ଅଛନ୍ତି । ରକ୍ତବାହୁର ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ ବିଷୟ ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି । ଏହି ରକ୍ତବାହୁ ଆକ୍ରମଣ ସମୟରେ ଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ସୋନପୁର ଜିଲ୍ଲାର ସୋନପୁରର ଗୋପାଳି ଗ୍ରାମରେ ୧୪୪ ବର୍ଷ ପାତାଳି ଥିଲେ । ସମ୍ରାଟ ଯଯାତି କେଶରୀ ନବମ ଶତାବ୍ଦୀରେ ପୁଣି ଶ୍ରୀଜଗନ୍ନାଥଙ୍କୁ ପୁରୀରେ ସ୍ଥାପନା କରି ୩୮ ହାତ ବିଶିଷ୍ଟ ଦେଉଳ ତୋଳାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆତ୍ମୀୟ ଓ ବଂଶଧର ଏହି ସେବକ ପୁରୀରେ ନରହି ଜଗନ୍ନାଥଙ୍କ ପାଖରେ ରହିଥିଲେ ।

ଐତିହାସିକ ତଥ୍ୟ ଅନୁସାରେ ଦଇତାମାନେ ସମ୍ବଲପୁର ଜିଲ୍ଲାର ଗ୍ରାମରେ ଥିଲେ , ପତି ମହାପାତ୍ରମାନେ ମଧ୍ୟପ୍ରଦେଶର ( ଛତିଶଗଡ଼ ) ରତ୍ନପୁରରେ ରହି ଜଗନ୍ନାଥଙ୍କ ବିଗ୍ରହ ଉପରେ ଉଠିଥିବା ପବିତ୍ର ବୃକ୍ଷର ପୂଜା କରୁଥିଲେ । ଏଥିରୁ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ପତି ମହାପାତ୍ର ସେବକଙ୍କ ଆତ୍ମୀୟତାର ପ୍ରମାଣ ମିଳେ । ଜଗନ୍ନାଥ ମହାପ୍ରଭୁଙ୍କ ବଂଶଧର ରୂପେ ସାରା ରାଜ୍ୟରେ ପତି ମହାପାତ୍ରମାନେ ସମ୍ମାନିତ ହୋଇଥାନ୍ତି । ପତି ମହାପାତ୍ର ନବକଳେବର ସମୟରେ ଖୁବ୍ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି , ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟରେ ପତି ମହାପାତ୍ର ଯୋଗ ଦେଇଥାନ୍ତି । ଏହି ବ୍ରହ୍ମ ପରିବର୍ତ୍ତନ ପରେ ନବକଳେବର ବେଳେ ପତି ମହାପାତ୍ର ମୃତ୍ୟୁବରଣ କରିଥିବା ପ୍ରମାଣ ଅଛି । ବ୍ରହ୍ମାଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କାଳରେ ଯୋଗ ଦେଇ ବିଦ୍ୟାପତି ଯେଉଁ ପୂର୍ଣ୍ଣ କାର୍ଯ୍ୟ କରିଥିଲେ , ସେଥିପାଇଁ ବ୍ରହ୍ମ ପରିବର୍ତ୍ତନ ବେଳେ ଦେବାଧିଦେବଙ୍କୁ ସ୍ପର୍ଶ କରିବାର ଅଧୁକାର ଯୁଗ ଯୁଗ ଧରି ପାଇଛନ୍ତି । ମନ୍ଦିର ନୀତିରେ ବ୍ରହ୍ମା ରୂପେ ମଧ୍ୟ ବରଣ ହୁଅନ୍ତି । ରଥଯାତ୍ରା ବେଳେ ଏହି ସେବକଙ୍କର ବିଶେଷ କାର୍ଯ୍ୟ ମଧ୍ୟ ରହିଛି । ମନ୍ଦିର ଆଳତୀ ବେଳେ ମଧ୍ୟ ଏମାନଙ୍କର କାର୍ଯ୍ୟ ବିଶେଷ ମର୍ଯ୍ୟାଦା ସଂପନ୍ନ ଅଟେ । ତେଣୁ ଏକ ସ୍ବତନ୍ତ୍ର ଭାବେ ସମ୍ମାନିତ ସେବକ ରୂପେ ଶ୍ରୀମନ୍ଦିରରେ ଏହି ପତି ମହାପାତ୍ର ସେବକ ସେବାୟତମାନଙ୍କ ମଧ୍ୟରେ ଓ ଭକ୍ତମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥାନ୍ତି ।

ବ୍ରାହ୍ମଣହସ୍ତରେଶ୍ରୀକୃଷ୍ଣଙ୍କନିକଟକୁରୁକ୍ମିଣୀଙ୍କ_ସନ୍ଦେଶ

ଶ୍ରୀଶୁକଉବାଚ:-

ଶିଶୁପାଳକୁ ବିଭା ଶୁଣି। ଚକିତେ ଭାଳଇ ରୁକ୍ମିଣୀ।।
ବିକଳଚିତ୍ତେ ବିଚାରିଲା। ବୃଦ୍ଧ ବ୍ରାହ୍ମଣ ଅଣାଇଲା।।
ସୁହୃଦ ବାକ୍ୟ ତାଙ୍କୁ କହି। ଚରଣେ ବେନି କର ଦେଇ।।
ବୋଲଇ ଶୁଣ ବିପ୍ରମଣି। ଦ୍ୱାରକା ଯାଅ ଏହି କ୍ଷଣି।।
ଯେବେ ଆସିବେ ଚକ୍ରଧର। ତେବେ ସେ ଜୀବନ ମୋହର।।
ଅଧିକ କହିବଇଁ କେତେ। କୃଷ୍ଣ ଜାଣନ୍ତି ଏହା ଚିତ୍ତେ।।
କନ୍ୟା ବଚନେ ବିପ୍ର ଗଲା। ଦ୍ୱାରକା ଭୁବନେ ମିଳିଲା।।
ଦ୍ୱାରେ ଯେ ଦ୍ୱାରପାଳ ଥିଲେ। କୃଷ୍ଣଙ୍କୁ ନେଇ ଭେଟାଇଲେ।।
ସୁବର୍ଣ୍ଣ ସିଂହାସନେ ହରି। ଯାଦବେ ଅଛନ୍ତି ଆବୋରି।।
ଖଟନ୍ତି ଦଶଦିଗପାଳେ। ବିପ୍ର ଦେଖିଲେ ଚର୍ମ ଡୋଳେ।।

ଶ୍ରୀକୃଷ୍ଣଙ୍କନିକଟକୁରୁକ୍ମିଣୀଙ୍କ_ସନ୍ଦେଶ :-

ରୁକ୍ମିଣୀ_ଉବାଚ 🌹

ହେ କୃଷ୍ଣ ଭୁବନ ସୁନ୍ଦର। ଶୁଣିଲି ଗୁଣ କର୍ମ ତୋର।।
ତୋହର ଗୁଣ କର୍ମ ଯଶ। ଯାହାର ଶ୍ରବଣେ ପ୍ରବେଶ।।
ହରେ ଅଶେଷ ଜନ୍ମ ପାପ। ଅଧ୍ୟାତ୍ମ ଆଦି ତିନି ତାପ।।
ଦୃଷ୍ଟି ବହନ୍ତି ଯେତେ ପ୍ରାଣୀ। ତୋହର ରୂପ ସେ ପ୍ରମାଣି।।
ଅଖିଳ ଅର୍ଥଲାଭ ବଳେ। ଲଭନ୍ତି ରୂପ ଦେଖି ଡୋଳେ।।
ସେ ରୂପ କର୍ଣ୍ଣପଥେ ଶୁଣି। ମୋହର ଚିତ୍ତ ଚକ୍ରପାଣି।।
ଲାଜ ଉପେକ୍ଷି ତୋ ଶରଣେ। ପଶିଲା ଅଭୟ ଚରଣେ।।
କେଉଁ ଯୁବତୀ ଦେହ ବହି। ପିତା ଜନନୀ କୋଳେ ଥାଇ।।
ବିବାହ କାଳେ କନ୍ୟା ହୋଇ। ଉତ୍ତମକୁଳେ ଜନ୍ମ ପାଇ ।।
ଶୀଳ ସ୍ୱରୂପ ବିଦ୍ୟାବଳ। ଦ୍ରବିଣ ତେଜେ ଆତ୍ମତୁଲ୍ୟ।।
ତୋହର ପ୍ରାୟ ଥାଉଁ ପତି। ସୁଧୀରା କେଉଁ କୁଳବତୀ।।
ହେ ନରସିଂହ ପୂର୍ଣ୍ଣକାମ। ଜନଲୋଚନ ଅଭିରାମ।।
ଶ୍ରବଣେ ଶୁଣି ତୋର ଭାବ। ସେ କିପାଁ ଆନକୁ ବରିବ।।
ଏବେ ବରିଲି ତୋତେ ମୁହିଁ। ମନ ଜୀବନ ତନୁ ଦେଇ।।
ତୋହର ଅର୍ଥେ ଏ ଶରୀର। ବିଚାରି ମୋତେ ତ୍ରାହି କର।।
ଭୋ ନାଥ ବୀରଙ୍କର ବୀର। ମୁଁ ତୋ ଆମିଷ ଉପହାର।।
ନିକଟେ ଶିଶୁପାଳ ଆସି। ନ ବସୁ ତୋର ବଳି ଗ୍ରାସି।।
ସିଂହର ବଳି ହେଳେ ଦେଖି। ଶୃଗାଳ ଯେହ୍ନେ ଉପଲକ୍ଷି।।
ମୁଁ ଯେବେ ପୂର୍ବଜନ୍ମଗତେ। ତପ ଆରାଧି ନାନାମତେ।।
ତଡ଼ାଗ ଯଜ୍ଞ ଇଷ୍ଟ ଦାନ। ନିୟମ ତୀର୍ଥ ବ୍ରତ ଧର୍ମ।।
ଦେବତା ବିପ୍ର ଗୁରୁ ପୂଜି। ନିରତେ ବିଷ୍ଣୁପାଦେ ଭଜି।।
ଏ ଯେବେ ପ୍ରମାଣ ମୋହର। ବେଗେ ଆସିବେ ଚକ୍ରଧର।।
ମୋହର ହସ୍ତ ଆଗ ଧରୁ। ଦଇବ ଏହି ବର କରୁ।।
ଦମଘୋଷର ସୁତ ଆଦି। ଯେତେ ଅଛନ୍ତି ଅପରାଧୀ।।
ଏମାନେ ନ ପାଇବେ ମୋତେ। ପ୍ରମାଣ ଯେବେ ବେଦମତେ।।
ରାତ୍ର ପାହିଲେ ଅଧିବାସ। ହୋଇବ ମଙ୍ଗଳ ଦିବସ।।
ତୁ ନାଥ ସାଜି ନନ୍ଦିଘୋଷେ। ଘେନାଇ ଯଦୁବଳ ପାଶେ।।
ମଙ୍ଗଳ କାଳେ ଗୋପ୍ୟ ହୋଇ। ଆସିବୁ ନ ଦେଖିବେ କେହି।।
ଗୁପତେ ଗ୍ରାମ ମଧ୍ୟେ ଥାଇ। ମୋର ଗମନେ ବାଟ ଚାହିଁ।।
ସଂଗ୍ରାମେ ରାଜା ଶିଶୁପାଳ। ମୋର ପିତାର ଯେତେ ବଳ।।
ଏହାଙ୍କ ଗର୍ବ ନାଶ କରି। ତୁ ମୋତେ ବଳେ ନିଅ ହରି।।
ରାକ୍ଷସମତେ ବିଭାକର। କିଣିଲା ଦାସୀ ମୁଁ ତୋହର।।
ତୁ ନାଥ ଭାଳୁ ଯେବେ ଚିତ୍ତେ। ମୁଁ ତୋତେ ଆଣିବି କେମନ୍ତେ।।
ରାଜାର ଅନ୍ତଃପୁରେ ଥାଉ। ତୋତେ ପାଇବି ମୁହିଁ କାହୁଁ।।
ତହିଁକି କହିବି ଉପାୟ। ଶୁଣିମା ପ୍ରଭୁ ଦେବରାୟ।।
ଆମ୍ଭର ଅଛି କୁଳାଚାର। କନ୍ୟାକୁ କରନ୍ତି ବାହାର।।
ଭବାନୀ ପୂଜିବା ନିମନ୍ତେ। ଅମ୍ବିକାଗୃହ ଗ୍ରାମ ଅନ୍ତେ।।
ଯାତ୍ରା ଉତ୍ସବେ ମୁହିଁ ଯିବି। ଭବାନୀ ଚରଣେ ପୂଜିବି।।
ପଥେ ଆସିବା ବେଳେ ମୋତେ। ରାଜାଏ ଦେଖିବେ ସମସ୍ତେ।।
ଥିବି ମୁଁ ସ୍ତୀରିଙ୍କର ମେଳେ। ସେଠାରୁ ନିଅ ମୋତେ ବଳେ।।
ଯାହାର ପାଦପଦ୍ମ ଧୂଳି। ମହତ ଜନ ଶିରେ ବୋଳି।।
ନୀଳଲୋହିତ କରେ ଆଶ। ଏଣେ ହୋଇବ ତମ ନାଶ।।
ସେ ପାଦ ପ୍ରସାଦ ମୁଁ ଯେବେ। ଲଭି ନ ପାରିବି ପ୍ରସ୍ତାବେ।।
ବ୍ରତେ ଶୁଖାଇ ପଞ୍ଚପ୍ରାଣ। ନିଶ୍ଚେ ଛାଡ଼ିବି ନାରାୟଣ।।
ଏମନ୍ତେ ଶତଜନ୍ମ ଯାଏ। ଜୀବ ଛାଡ଼ିବି ତୋର ପାଏ।।
ସତ୍ୟ ବଚନ ଏ ମୋହର। ତୁ କି ନ ଜାଣୁ ମାୟାଧର।।

ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି

ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି

ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃ
ରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃ
ଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃ
କୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ଶ୍ରୀ ମଦନମୋହନ ଙ୍କୁ ଯୋଦ୍ଧା ବେଶ କରାଯାଇଥାଏ।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାନ୍ତି। ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି ,ପୁଷ୍ପ ଓ ଅଳଙ୍କାର ମାନ ଲାଗି ହୋଇ ନବ ବଧୂ ବେଶ ହୋଇଥାନ୍ତି। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ ) ଚିଟାଉ ନେଇ ଜୟବିଜୟ ଦ୍ଵାର ନିକଟକୁ ଯାଆନ୍ତି।

ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା , ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖା ଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରଥାନ୍ତି। ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି। ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳା ଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳା ଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀ ମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ସମ୍ମୁଖରେ ଶିଶୁପାଳ ଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି। (ଜଣେ ସେବକ ଶିଶୁପାଳ ବେଶ ରେ ଖଣ୍ଡା ଧରି ଥାନ୍ତି ଓ ମହାପ୍ରଭୁ ଙ୍କ ପ୍ରତିନିଧି ଭାବେ ଜଣେ ଖୁଣ୍ଟିଆ ସେବକ ଭୁବନେଶ୍ୱରୀ ବେତ ଧରି ଶିଶୁପାଳ ସହ ଯୁଦ୍ଧ କରି ମହାପ୍ରଭୁଙ୍କ ରଥରେ ବାନ୍ଧିଦେଇଥାନ୍ତି)। ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ କରାଯାଏ l ତତ୍ପରେ ରତ୍ନସିଂହାସନ ରେ ଶ୍ରୀଜୀଉ ଙ୍କର ଚନ୍ଦନ ଲାଗି କରାଯାଇଥାଏ।

ଏହାପରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ ପଖାଳ ହୋଇ ଯାତ ଭୋଗ ଉଠିବା ପରେ ଦୋଳଗୋବିନ୍ଦ ରତ୍ନସିଂହାସନ କୁ ବିଜେ କରିଥାନ୍ତି l ଭୋଗ ସାରି ଦୋଳଗୋବିନ୍ଦ ଜଳକ୍ରୀଡ଼ା ମଣ୍ଡପ କୁ ବିଜେ କରିଥାନ୍ତି ସେଠାରେ ନୀତି ଶେଷ ହେବା ପରେ ମଧ୍ୟାହ୍ନ ଧୂପ , ସନ୍ଧ୍ୟାଆଳତି ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି , ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପ ରେ ବିବାହ ନୀତି ଆରମ୍ଭ ହୋଇଥାଏ। ପୂଜାପଣ୍ଡା, ପତିମହାପାତ୍ର ,ମୁଦିରସ୍ତ ମହାଜନ ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି କରାଯାଇଥାଏ l ଭିତରଚ୍ଛ ମହାପାତ୍ର କନ୍ୟା ପିତା ଭାବେ କନ୍ୟାଦାନ କରିଥାନ୍ତି l ବିବାହ ନୀତି ସମ୍ପନ୍ନ ହେଲା ପରେ ମନ୍ଦିର ରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ। ବଡ଼ସିଂହାର ଭୋଗ ସମୟରେ ବରକନ୍ୟା ରତ୍ନ ସିଂହାସନ କୁ ବିଜେ କରନ୍ତି। ପୁଷ୍ପାଳକ ସେବକ ବରକନ୍ୟାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କରାନ୍ତି। ଭୋଗ ସରିବା ପରେ ପଲଙ୍କ ବିଜେ ହୋଇ ରାତ୍ର ପହଡ ନୀତି ହୋଇଥାଏ। ରୁକ୍ମିଣୀ ହରଣ ଏକାଦଶୀ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୟନ ଠାକୁରଙ୍କ ବିଜେ କରାଯାଏ ନାହିଁ। ଏହି ପରି ଭାବେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ବିବାହତ୍ସଵ ପାଳିତ ହୋଇଥାଏ।

ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ

ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ 🍁 :- ପ୍ରଭୁଙ୍କ ଦିବା ପହଡ ଶେଷ ହେଲା l ନୀତି ସମ୍ପାଦନ ପାଇଁ ସିଂହାସନ ନିକଟକୁ ଚାଲିଲେ ସେବକମାନେ l ଖୋଲିଦେଲେ ବସ୍ତ୍ର ‍ଉତ୍ତରୀୟ ଓ ବେଶ ଲାଗି କଲେ l ହେଲେ ଏ କି ଆଶ୍ଚର୍ଯ୍ୟ ! ପ୍ରଭୁଙ୍କ ବସ୍ତ୍ର ଓ ଉତ୍ତରୀୟ ଚିରିଲା କିପରି ? ଉତ୍ତରୀୟରେ ଏତେ ବାଇଗଣ କଣ୍ଟା ଓ ପତ୍ର l ଏ ସବୁ ଲାଗିଲା କେମିତି ? ନାନା ଦ୍ଵନ୍ଦ ଓ ଶୋଚନା ଭିତରେ କିଂ କର୍ତ୍ତବ୍ୟବିମୁଢ଼ ହୋଇ ସେବକମାନେ ଜଣାଇଲେ ଗଜପତି ଛାମୁରେ l ବଡ଼ ଦେଉଳୁ ଦ‍ଉଡି ଆସିଲେ ଗଜପତି l ପ୍ରକୃତରେ ପ୍ରଭୁଙ୍କ ଅଙ୍ଗବସ୍ତ୍ରରେ ବାଇଗଣ ପତ୍ର ଓ କଣ୍ଟା ଲାଗିଛି l ଶ୍ରୀଜୀଉଙ୍କ ପାଦରେ ରତ୍ନସିଂହାସନ ତଳେ ଲୋଟିପଡ଼ି କାତର କଣ୍ଠରେ ପ୍ରାର୍ଥନା କଲେ ‘ହେ ଜଗତ ଠାକୁର ‘ ଆପଣଙ୍କର ଏ କି ଲୀଳା ! କେଉଁ ଭକ୍ତର ଭାବରେ ଟାଣି ହୋଇ ଅରଣ୍ୟ ଭ୍ରମଣରେ ଚାଲିଯାଇଥିଲେ ଭାବଗ୍ରାହୀ ଜଗନ୍ନାଥ l ଅଧୀନକୁ ଏ ସବୁ କୃପା କରି ଆଜ୍ଞା ହେଉ l ଶ୍ରୀମୁଖରୁ ଆଜ୍ଞା ହେଲା – ରାଜନ ! ବନମାଳୀପୁର ଗ୍ରାମର ଚଷାଘରର ଝିଅ ମାଳିନୀ l ମୋ’ଠାରେ ତା’ର ଆବଲ୍ୟ ଅଚଳ ଭକ୍ତି l ଆଜି ନିଜ ବାପା କରିଥିବା ବଗିଚାରେ ବାଇଗଣ ତୋଳୁ ତୋଳୁ ମୋର ପ୍ରିୟ ଗୀତଗୋବିନ୍ଦ ଅତି ସୁମଧୁର ସ୍ଵରରେ ଗାନ କରୁଥିଲା l ସେ ଗୀତ ମୋ କାନରେ ପଡ଼ିବା ମାତ୍ରେ ମନ ଚଞ୍ଚଳ ହେଲା l ମାଳିନୀର ଗୀତ ଗୋବିନ୍ଦ ଶୁଣିବା ପାଇଁ ତା ପଛେପଛେ ସେଇ ବାଇଗଣ କିଆରିରେ ବୁଲୁଥିଲି l ତେଣୁ ମୋ ବସ୍ତ୍ର କଣ୍ଟା ଲାଗି ଚିରି ଯାଇଛି l ମାଳିନୀ କନ୍ୟାର ଗୀତ ପ୍ରତି ତ୍ରିଲୋକପତି ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧା ଥିବା ଶୁଣି ସହର୍ଷେ ହସି ଉଠିଲେ ଗଜପତି l ମାଳିନୀକୁ ଆଣିବା ପାଇଁ ପଠାଇଲେ ଶିବିକା l ମାଳିନୀ ଆସିବା ପରେ ତାକୁ ଆଦେଶ ଦେଲେ ଗୀତଗୋବିନ୍ଦ ଗାନ କରିବାକୁ l ଜଗମୋହନରେ ମାଳିନୀର ଗୀତ ଗୋବିନ୍ଦ ଗାନ ଶୁଣି ପରମ ତୃପ୍ତି ଲଭିଲେ ନିଳାଦ୍ରୀବିହାରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ l ସେହି ଦିନ ଠାରୁ ପ୍ରତିଦିନ ଗୀତଗୋବିନ୍ଦ ଗାନ କରିବାକୁ ସନନ୍ଦ କରି ଦେଇଥିଲେ l ଏହି ମାଳିନୀର ଉତ୍ତରାଧିକାରୀ ମାନେ ଦେବଦାସୀ ସେବା କରୁଥିବା କିମ୍ବଦନ୍ତୀ ରହିଛି l ପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦର ରଚୟିତା ହେଉଛନ୍ତି ପରମ ବୈଷ୍ଣବ ଶ୍ରୀଜୟଦେବ l ଓଡ଼ିଶା ରାଜ୍ୟର ପ୍ରାଚୀ ନଦୀ ନିକଟସ୍ଥ କେନ୍ଦୁବିଲ୍ଵ ବା ଆଧୁନିକ କେନ୍ଦୁଲି ଗ୍ରାମରେ କବି ଜୟଦେବ ଜନ୍ମ ନେଇଥିଲେ l ସେ ପିଲାଦିନରୁ କୃଷ୍ଣଭକ୍ତ ଥିବାବେଳେ ରାଧାକୃଷ୍ଣ ଥିଲେ ତାଙ୍କର ଉପାସ୍ୟ l ସରସ୍ଵତୀଙ୍କ କୃପାରୁ ସଂସ୍କୃତ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ କବିତ୍ଵ ସ୍ଫୁରିତ ହୋଇଥିଲା l ସେ ଥିଲେ ବ୍ରାହ୍ମଣ l ତାଙ୍କର ପତ୍ନୀଙ୍କ ନାମ ମଧ୍ୟ ପଦ୍ମାବତୀ l ଏକଦା ଦକ୍ଷିଣ ଦେଶରେ ଜଣେ ଅପତ୍ୟହୀନ ବ୍ରାହ୍ମଣ ବାସ କରୁଥିଲେ l ଉକ୍ତ ବ୍ରାହଫମଣ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସନ୍ତାନଟିଏ କାମନା କରିବା ସହ ପୁତ୍ର ବା କନ୍ୟା ଯାହା ଜନ୍ମ ନେଉ, ଶ୍ରୀଜୀଉଙ୍କ ଚରଣରେ ସମର୍ପଣ କରିବାକୁ ଶପଥ କରିଥିଲେ l କିଛିଦିନ ପରେ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ନେଲା l ଯୈାବନ ପ୍ରାପ୍ତ ହେବା ପରେ ସେହି କନ୍ୟା ପଦ୍ମାବତୀଙ୍କୁ ଧରି ବଡ଼ ଦେଉଳକୁ ଆସି ମହାପ୍ରଭୁଙ୍କୁ ଅର୍ପଣ କଲେ l ସ୍ଵପ୍ନରେ ଜଗନ୍ନାଥ ଆଦେଶ ଦେଲେ ଯେ ଆମ୍ଭେ ତୋ କନ୍ୟାକୁ ଗ୍ରହଣ କଲୁ l କିନ୍ତୁ ମୋର ଜଣେ ପ୍ରିୟଭକ୍ତ ଜୟଦେବ କେନ୍ଦୁଲି ଗ୍ରାମରେ ଅବସ୍ଥାନ କରୁଛନ୍ତି l ତାଙ୍କୁ ଏହି କନ୍ୟା ରତ୍ନ ବିବାହ ଦିଅ l ମହାପ୍ରଭୁଙ୍କ ଆଦେଶ ପାଇ ବ୍ରାହ୍ମଣ ଜୟଦେବଙ୍କ ନିକଟକୁ ଯାଇ କନ୍ୟାଦାନ ପାଇଁ ପ୍ରଭୁଙ୍କ ଆଦେଶ ଥିବା ଜଣାଇଲେ l ଏହାପରେ ପଦ୍ମାବତୀଙ୍କ ସହ ଜୟଦେବଙ୍କ ପରିଣୟ ହୋଇଥିଲା l ଦିନେ କପଟରେ ସ୍ଵୟଂ ମାଧବ ଜୟଦେବ ରୂପେ ଆସି ଗୀତଗୋବିନ୍ଦର ଅର୍ଦ୍ଧଲିଖିତ ପଂକ୍ତିଟିକୁ ପୂରଣ କରିଥିଲେ ବୋଲି କୁହାଯାଏ l ଏହି ପଂକ୍ତି ହେଉଛି ‘ *ଦେହି ପଦ ପଲ୍ଲବ ମୁଦାରଂ* ‘ ଏଥିରେ ‘ *ସ୍ମର ଗରଳ ଖଣ୍ଡନଂ ମମ ଶୀରସି ମଣ୍ଡନଂ* ‘ ବୋଲି ଲେଖି ଜୟଦେବ ସ୍ନାନ ପାଇଁ ଯାଇଥିବା ବେଳେ ଶ୍ରୀହରି ନିଜେ ଆସି ‘ *ଦେହି ପଦ ପଲ୍ଲବ ମୁଦାରଂ* ’ ପାଦଟି ପୂରଣ କରିଥିଲେ l ବାସ୍ତବରେ ଗୀତଗୋବିନ୍ଦର ପଂକ୍ତିଗୁଡ଼ିକ ଅତ୍ୟନ୍ତ ସୁଲଳିତ l ଏହି ମଧୁର କୋମଳ କାନ୍ତ ପଦାବଳୀରେ ଶ୍ରୀରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମରସର ପରିବେଷଣ କରାଯାଇଛି l ଗୀତ ଗୋବିନ୍ଦ ଗାନର ମହିମା ଏଏପରି ଯେ ଜଣେ ଯବନ ଓ କୁଷ୍ଠ ରୋଗୀ ମଧ୍ୟ ଗୀତ ଗୋବିନ୍ଦ ଗାଇ ପ୍ରଭୁଙ୍କ ଦର୍ଶନ ପାଇଥିଲେ l ଏହି ଗୀତ ଗୋବିନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏତେ ପ୍ରିୟ ଯେ ମହାପ୍ରଭୁ ପ୍ରତିଦିନ ଶୋଇବା ପୂର୍ବରୁ ଗୀତଗୋବିନ୍ଦ ଶୁଣିବା ସହ ଗୀତଗୋବିନ୍ଦ ଲେଖା ଥିବା ଖଣ୍ଡୁଆ ବସ୍ତ୍ର ଶରୀରରେ ଧାରଣ କରନ୍ତି l ଏପରି ପ୍ରେମରସ ପ୍ରାବଲ୍ୟ ଭକ୍ତିସାହିତ୍ୟ ସଂସ୍କୃତ ଭାଷାରେ ବିରଳ l ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କ ପ୍ରିୟ ଗୀତଗୋବିନ୍ଦ ଗାନ କରନ୍ତି l ଏହା ଅନ୍ତର୍ମନକୁ ଶାନ୍ତି ପ୍ରଦାନ କରିଥାଏ l

Rudraksha – Tears of Shiva

Rudraksha – Tears of Shiva

The name “Rudrā” is one of 1008 names of the Hindu deity Shiva and the word “Akśa” means “tears” in Sanskrit. After 1000 years of meditation, tears began to fall from the eyes of Shiva in compassion for humanity, and the tears became the Rudraksha Tree.

The Rudrakśha Upaniśhat is one of the 108 scriptures of the Upanishad, and it says that even uttering the name itself – “Rudraksha” holds pranic and Karmic merit and wearing the beads is akin to wearing the sacred ash, Bhasma.

Types of Rudraksh :

  1. ‘Eka Mukhi’ symbolises Shiva and its Ruling Planet is Surya recommended to wear on Mondays for power, wealth and fame to ward off heart diseases and its Mantra is stated to be ‘Om Namah Shivaaya Om Hreem Namah’.
  2. ‘Dwi Mukhi’ symbolises ‘Ardha Naare -eswara’ or Shiva and Parvati with Moon as the Ruling Planet recommended to wear on Mondays for mental peace and mystic powers and its Mantra is ‘Om Namah’.
  3. ‘Tri Mukhi’ symbolises Agni and the Ruling Planet is Mars, recommended for wearing on Mondays for Physical Health, Knowledge and Divine Powers and its Mantra is: Om Kleem Namah/ Om Namah Shivaaya Namah.
  4. ‘Chatur Mukhi’ Rudraksha symbolises Brahma and the Ruling Planet is Mercury best worn on Mondays for curing paralysis, nervous tension and mental diseases and its Mantra is : Om Hreem Namah.
  5. ‘Pancha Mukhi’ symbolises Rudra and the Ruling Planet is Jupiter affecting Liver, Kidneys, diabetes and obesity, meant for elimination of enemies and the Mantra is: Om Hreem Namah- it is stated that apart from the wearing of Ekamukhi, Pancha Mukhi is also rated high for wearing.
  6. ‘Shashtya Mukhi’ symbolises Kartikeya and the Ruling Planet is Venus (Shukra) meant for attaining Concentration, Confidence, Succcess and Family life and for the benefit for reproductive organs while the relevant Mantra is Om Hreem Hroom.
  7. Maha Lakshmi symbolises the ‘Sapta Mukhi’ and the Ruling Planet is Saturn meant to cure muscular pain and impotence which is to be borne with red thread as the desired objectives are prosperity and well being and the relevant Mantra is Om Huum Namaha.
  8. ‘Ashta Mukhi’ Rudraksha symbolises Ganesha and the Ruling Planet is Rahu aiming at concentration and business tactics normally preferred by Vaishyas and sought to set right lung disorder and skin problem and the Mantra is Om Ganeshaya Namhah.
  9. ‘Nava Mukhi’ Rudraksha symbolises Durga and the Planetary Head is Kethu, bestowing courage, destruction of enemies and capacity to strike back and is meant for relief body pains and lung-bowel disoders, relevant Mantra being Om Hreem Hum Namah.
  10. ‘Dasa Mukhi’Rudraksha worn on Sundays represents Maha Vishnu symbolising Ten Avataras, pacifying all the ill-effects of Nine Planets and destroying Evil Spirits like Piscachas, Goblins, Thieves etc.the relevant Mantra being Shri Narayaneya Shri Vaishnavey Namah.
  11. Like the Eka Mukhi and the Pancha Mukhi, the Ekadasha Mukhi Rudraksha is also reckoned very potent and useful representing Ekadasha Rudras (also stated alternatively as symbolising Hanuman) bestowing knowledge, Yoga and devotion as also procecting neuro-physiology if worn on Mondays by reciting the Mantra viz. Om Shri Rudraaya Namah.
  12. ‘Dwadasha Mukhi’ Rudraksha symbolising ‘Dwadasha Adityas’with Surya as the Ruling Planet bestows Kingships, Leadership, courage and self-confidence, granting excellent health and great success in Life.
  13. Wearing the ‘Trayodasha Mukhi’ Rudraksha symbolising Indra and Kamadeva with Venus as the Ruling Planet provides unmistakable pleasures of life and even hypnotic powers.
  14. ‘Chaturdasha Mukhi’ Rudraksha which is stated to be a rarity is of the class or standing of Eka Mukhi, Pancha Mukhi and Ekadasha Mukhi and represents Maha Deva Himself with Saturn as the Ruling Planet and providing the most contented Life in ‘Iham’(the Present) and ‘Param’ (After-Life) as it has to be worn by reciting the Mantra: Om Namah Sivaaya.
  15. ‘Panchadasha Mukhi’ Rudraksh is also one of the rarest Rudrakshas. It has similar benefits as the ‘Chaturdasha Mukhi Rudraksh’ and additionally helps the wearer to gain wealth, increases visualizing power and helps in maintaining sharp focus.
  16. ‘Shashtyadasha Mukhi’ Rudraksh is the rarest. It helps to heal kidney, intestine, low back pain and urinogenital system. This Rudraksh also helps to win over the legal cases to protect from all kinds of problems. It alleviates Swadisthan Chakra and stimulates it.

It is said that close contact of Rudrakshas with body parts like head, neck, heart, and hands protect the persons with medical values from depression, stress, diabetes, cancer, heart / blood related diseases.

शिखासूत्रकावैदिकविज्ञान

सिर के ऊपरी भाग को ब्रह्मांड कहा गया है और सामने के भाग को कपाल प्रदेश।

कपाल प्रदेश का विस्तार ब्रह्मांड के आधे भाग तक है।
दोनों की सीमा पर मुख्य मस्तिष्क की स्थिति समझनी चाहिए।

ब्रह्मांड का जो केन्द्रबिन्दु है, उसे ब्रह्मरंध्र कहते हैं।
ब्रह्मरंध्र में सुई की नोंक के बराबर एक छिद्र है जो अति महत्वपूर्ण है।
सारी अनुभूतियां, दैवी जगत् के विचार, ब्रह्मांड मेंक्रियाशक्ति और अनन्त शक्तियां इसी ब्रह्मरंध्र से प्रविष्टहोती हैं।
हिन्दू धर्म में इसी स्थान पर चोटी(शिखा) रखने कानियम है।
ब्रह्मरंध्र से निष्कासित होने वाली ऊर्जा शिखा के माध्यम से प्रवाहित होती है ।

वास्तव में हमारी शिखा जहां एक ओर ऊर्जा को प्रवाहितकरती है, वहीं दूसरी ओर उसे ग्रहण भी करती है।

वायुमंडल मेंबिखरी हुई असंख्य विचार तरंगें और भाव तरंगें शिखा के माध्यम से ही मनुष्य के मस्तिष्क में प्रविष्ट होती हैं।

कहने की आवश्यकता नहीं, हमारा मस्तिष्क एक प्रकार से रिसीविंग और ब्रॉडकास्टिंग सेंटर का कार्य शिखारूपी एंटीना या एरियल के माध्यम से करता है।

मुख्य मस्तिष्क( सेरिब्रम) के बाद लघु मस्तिष्क(सेरिबेलम) है और ब्रह्मरंध्र के ठीक नीचे अधो मस्तिष्क (मेडुला एबलोंगेटा) की स्थिति है जिसके साथ एक ‘मेडुला’ नामक अंडाकार पदार्थ संयुक्त है।

वह मस्तिष्क के भीतर विद्यमान एक तरल पदार्थ में तैरता रहता है।
मेरूमज्जा का अन्त इसी अंडाकार पदार्थ में होता है।
यह पदार्थ अत्यन्त रहस्यमय है।

आज के वैज्ञानिक भी इसे समझ नहीं सके हैं।
बाहर से आने वाली परिदृश्यमान शक्तियां अधो मस्तिष्क से होकर इसी अंडाकार पदार्थ से टकराती हैं और योग्यतानुसार मानवीय विचारों, भावनाओं, अनुभूतियों में
स्वतः परिवर्तित होकर बिखर जाती हैं।

योगसाधना की दृष्टि से मुख्य मस्तिष्क आकाश है।
मनुष्य जोकुछ देखता है, कल्पना करता है, स्वप्न देखता है–
यह सारा अनुभव उसको इसी आकाश में करना पड़ता है

Design a site like this with WordPress.com
Get started