Badasighara Besha

ବଡ଼ଠାକୁର ଙ୍କ ଶୋଭା ବଡ଼ସିଂହାର ବେଶ ❤
କୋଟି ଓଡ଼ିଆ ର ହ୍ରୁଦ ପଦକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରମ ପାବନ ଲୀଳାକ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ଏଠାରେ ଶ୍ରୀମହାପ୍ରଭୁ ନାନାଦି ବେଶ ରେ ସଜ୍ଜିତ ହୁଅନ୍ତି। ପ୍ରାୟ ୩୨ ବେଶ ର ଦର୍ଶନ ଓ ବର୍ଣନା ଅଛି। ସେଥିମଧ୍ୟରୁ ପ୍ରତ୍ୟେହ ରାତ୍ରି ର ପହୁଡ଼ ( ଶୋଇବା ) ପୂର୍ବରୁ ମଣିମା ଙ୍କ ଅପୂର୍ବ ବଡ଼ସିଂହାର ବେଶ ର ଶୋଭା ଅନନ୍ୟ ଅଟେ। ଏହି ବେଶରେ ମହାପ୍ରଭୁ ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦ ଲେଖାହୋଇଥିବା ଖଣ୍ଡୁଆ ସହ ନାନାଦି ସୁଗନ୍ଧିତ ପୁଷ୍ପ ର ନିର୍ମିତ ପୁଷ୍ପ ଅଳଙ୍କାର ମାନ ପରିଧାନ କରିଥାନ୍ତି। କିନ୍ତୁ ଅକ୍ଷୟତୃତୀୟା ଠାରୁ ଜୈଷ୍ଠ ଚତୁର୍ଦଶୀ ଯାଏଁ ମହାପ୍ରଭୁ କେବଳ ପତନୀ ଲାଗି ହୋଇ ବଡ଼ସିଂହାର ହୁଅନ୍ତି।ଫୁଲ ରସିଆ ଠାକୁର ତ, ସେଲାଗି ପୁଷ୍ପ ରେ ଶ୍ରୀ ପାଦ ଠାରୁ ଶ୍ରୀ ମସ୍ତକ ଯାଏଁ ପୁଷ୍ପ ରେ ଛାଇ ହୋଇଥାନ୍ତି। ସେଗୁଡ଼ିକ ହେଲା କପାଳ ରେ ଧାଡ଼ି ଧାଡ଼ି ହୋଇ ରହିଥିବା ‘ଅଳକା’ , ଶ୍ରୀ ମସ୍ତକ ରେ ଚନ୍ଦ୍ରିକା, ଶ୍ରୀ ଭୂଜ ରେ କରପଲ୍ଲବ, ହ୍ରୁଦୟ ରେ ହ୍ରୁଦ ପଦକ, ଚାରି ସରିଆ ଚଉସରା ମାଳ, ଚାପସରି, ଶ୍ରୀ ପାଦ ଯାଏଁ ଲମ୍ବିଥିବା ଶ୍ରୀ ପୟର ମାଳ, ଅଧର ଚୁମ୍ବି ଅଧରମାଳା, ନାକ ରେ ନାକୁଆସୀ, ଭୂରୁଲତା ମଧ୍ଯରେ ଝୁମ୍ପା, ସେହିପରି ମା ଶୁଭଦ୍ରା ମସ୍ତକ ରେ ତଡ଼ଗି ନାମକ ବ୍ରୁତାକାର ଦୁଇ ପାର୍ଶ୍ୱ ରେ ଦୁଇ ଅଳଙ୍କାର, ଅଣ୍ଟାରେ ଓଡ଼ିଆଣୀ ପରିଧାନ କରିଥାନ୍ତି। ଏହି ବେଶ ର ଶୋଭା କୋଟି କାମରୂପ କୁ ମଧ୍ଯ ଲଜ୍ଜିତ କରେ। ଏହି ବେଶ ପରେ ମହାପ୍ରଭୁ ଖାଣ୍ଟି ଓଡ଼ିଆ ମଣିଷ ଟି ପରି ଦହିପଖାଳ ସହ କଦଳୀବରା ଓ ବିରି ପିଠା ମଣୋହି କରିଥାନ୍ତି। ଓଡ଼ିଆ ଟି ଯେପରି ରାତିରେ ଶ୍ରମ କ୍ଲାନ୍ତି ରୁ ଥକି ଶୋଇବା ପୂର୍ବରୁ ପଖାଳ କଂସାଏ ଖାଇ ନିଦ୍ରା ଯାଏ, ମହାପ୍ରଭୁ ଠିକ୍ ସେହିପରି ଶୋଇବା ପୂର୍ବରୁ ପଖାଳ ମଣୋହି କରିଥାନ୍ତି। ମହାପ୍ରଭୁ ଙ୍କ ନାନାଦି ରକମର ପଖାଳ ରହିଛି ତନ୍ମଧ୍ଯରୁ ଘି ପଖାଳ ଅନ୍ୟତମ। ସାଧାରଣ ରେ ପଖାଳ ଭାତରେ କିଏ ଘିଅ ଖାଏ?  କିନ୍ତୁ ମହାପ୍ରଭୁ ରାଜାଧିରାଜ ସେହି ପଖାଳ ଭାତରେ ଘିଅ ଖାଆନ୍ତି। ସେଥିପାଇଁ କଥାରେ ଅଛି ପଖାଳ ଭାତରେ ଘି, ତୋ ବୋପା ଖୋଇଥିଲା କି!
ଏହାପରେ ମହାପ୍ରଭୁ ଙ୍କ ପହୁଡ଼ ନୀତି ରେ କଂସା ପାତ୍ର ରେ ପଇଡ଼ ବିଡ଼ିଆ ମଣୋହି (ସର୍ବସାଧାରଣ ରେ ନୀତି ଦର୍ଶନ ଯୋଗ୍ୟ ନୁହେଁ)ନୀତି ହୋଇ ଦେବଦାସୀ ନ୍ରୁତ୍ୟ ର ତାଳେ ତାଳେ ମହାପ୍ରଭୁ ପହୁଡ଼ ଯାଆନ୍ତି।
The glory of Badasighara Besha of ShriMahaprabhu ❤
ShriMahaprabhu Jagannath adorned in 32 besha in an year. And several beshas in a day. Badasighara Besha is one of the besha of daily routine. Every night before the pahuda ritual Shri Mahaprabhu adorned in Badasinghara besha by Singhari serviators. In this besha Lord wears Gitagovinda Khandua ( Gitagovinda silk) means the gitagovinda lines are written in the silk vastra with various of fragrant flower jewelry from Shri pada to Shri mastaka ( top to bottom ) but from Akhaya tritiya to Jyestha sukla chaturdashi deity wear Patani instead of Gitagovinda pata due to summer season.  The jewelleries are alaka, jhumpa, nakuasi, chandrika, karapallbha, hridapadaka, chausara mala, adhar mala, sripayara mala, chapasari. Once the besha completes Dahipakhala with kadalibara ( fermented rice with messed fried banana) with some pithas offered to Shri Mahaprabhu siblings just like a Odia Mahaprabhu ShriJagannath too eats Pakhala bhata in his dinner before going to bed. Then the pahuda rituals takes place with the offering of paida & bidia manohi by Singhari serviators in a brass plate to Mahaprabhu  . ( this ritual can’t be shown in public) then the nidra devi bije to garbha griha & last fir entertain purpose devadashi nritya occurred these days before 21st centuries. Near kalahata dwara. ( the door adjacent to Garbha griha) the devadashi is called in local language Mahari. Finally the Lord goes for sleep which is called Pahuda.
Photography strictly prohibited inside temple premises. Used pic in video edited pic only
#shreejagannathmahabahu

Defenation of bhakti

ପ୍ରାୟ ତିନି ଦଶନ୍ଧି ତଳର କଥା। ରାତି ଦଶଟା ବାଜିବାକୁ ଯାଉଥାଏ। ଶୋଇବାକୁ ଯିବା ପୂର୍ବରୁ ଦିଅଁ ଦର୍ଶନ କରିବାର ଅଭିଳାଷ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ ମନ୍ଦିରର ମୁଖ୍ୟ ପ୍ରଶାସକ। ତ୍ରିମୂର୍ତ୍ତିଙ୍କ ସାମ୍ନାକୁ ଯିବା ପୂର୍ବରୁ ଦେଖିଲେ ସ୍କୁଲ ଛାତ୍ରୀ ଭଳି ଜଣା ପଡ଼ୁଥିବା ପାଞ୍ଚୋଟି ଝିଅ ତିନି ଦିଅଁଙ୍କ ଆଗରେ ଛିଡ଼ା ହୋଇ ଅତ୍ୟନ୍ତ ତନ୍ମୟ ଚିତ୍ତରେ କରୁଣ ମୁଦ୍ରାରେ ଆଖି ମୁଦି, ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି । ଭଲ କରି ନିରେଖି ଦେଖିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଭକ୍ତି ଭାବାବେଶରେ ନିଃଶବ୍ଦରେ ଆଖିରୁ ଲୁହ ଝରାଇ ଚାଲିଛନ୍ତି ।
ଏତେ କଅଁଳ ବୟସର ଛୋଟ ଝିଅମାନଙ୍କର ଏମିତି ଅଭିନବ ଭକ୍ତି ଭାବ ଦେଖି ସେ ଆଚମ୍ବିତ ହେଉଥିଲା ବେଳେ ହଠାତ୍ ଲକ୍ଷ କଲେ ଯେ ଆଖିରୁ ଲୁହ ପୋଛିବା ପାଇଁ ନିଜ ରୁମାଲ ବାହାର କରୁଥିବା ସେଇ ଝିଅଟି ହାତରୁ ରୁମାଲଟି ଖସି ପଡ଼ିଲା ଓ ରୁମାଲଟିକୁ ତଳୁ ଗୋଟାଇବା ପାଇଁ ସେ ତଳକୁ ନଇଁ ପଡ଼ି ଅଣ୍ଡାଳିବାକୁ ଲାଗିଲା । ଝିଅଟିର ଏମିତି କାର୍ଯ୍ୟ ଦେଖି ପ୍ରଶାସକ ଜାଣିଲେ ଯେ ଝିଅଟି ଦୃଷ୍ଟିହୀନ । ଦର୍ଶନ ସାରି ପରସ୍ପରର ହାତ ଧରାଧରି ହୋଇ ସେମାନଙ୍କୁ ଫେରିବାର ଦେଖି ସେ ଏ କଥା ବି ଜାଣିଲେ ଯେ କେବଳ ସେଇ ଝିଅଟି ନୁହେଁ, ତା ସହ ଥିବା ଅନ୍ୟ ଚାରିଏଁ ବି ସମାନ ଭାବେ ଦୃଷ୍ଟିହୀନ ।
ପ୍ରଶାସକ ମହୋଦୟ ଆଶ୍ଚର୍ଯ୍ୟ ହେଲେ । ସେ ନିଜ ଦର୍ଶନ କଥା ଭୁଲିଗଲେ ଓ ସେଇ ବାଳିକାମାନଙ୍କର ପଶ୍ଚାତ ଗମନ କଲେ । ମନ୍ଦିର ପରିସର ପରିକ୍ରମା କରୁଥିବା ସେଇ ପାଞ୍ଚକନ୍ୟାଙ୍କ ସହ ଥିବା ସେମାନଙ୍କ ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିଲେ ଯେ ସେମାନେ ମଧ୍ୟପ୍ରଦେଶର ଜବଲପୁର ଅଂଚଳର ଏକ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ପ୍ରାୟ କୋଡ଼ିଏ ସରିକି ଛାତ୍ରୀଙ୍କୁ ନେଇ ସେମାନେ ଏକ ପାଠ୍ୟ ପର୍ଯ୍ୟଟନରେ ବୁଲି ଆସିଛନ୍ତି । ଅନ୍ୟ ଛାତ୍ରୀମାନେ ଧର୍ମଶାଳାରେ ବିଶ୍ରାମ ନେଉଥିବାବେଳେ ଏ ପାଞ୍ଚ ଜଣଙ୍କ ଶୟନ ପୂର୍ବରୁ ଦିଅଁ ଦର୍ଶନର ଆଗ୍ରହକୁ ସମ୍ମାନ ଜଣାଇ ସେ ସେମାନଙ୍କୁ ନେଇ ମନ୍ଦିର ଆସିଥିଲେ ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବହୁ ଯାତ୍ରୀଙ୍କ ଭକ୍ତିଭାବର ବିଚିତ୍ର ଆଚରଣ ସମ୍ପର୍କରେ ସେ ଅଜ୍ଞାତ ନ ଥିଲେ ମଧ୍ୟ ତରୁଣ ବୟସର ଦୃଷ୍ଟିହୀନ ଛାତ୍ରୀଙ୍କ ଭକ୍ତିର ଏକାତ୍ମତା ତାଙ୍କ ମଧ୍ୟରେ ଏକ ମୁଗ୍ଧ ଅନୁଭବ ସୃଷ୍ଟି କରିଥିଲା । ଶିକ୍ଷୟିତ୍ରୀଙ୍କ ଅନୁମତି ନେଇ ସେଇ ଝିଅଟିକୁ ସେ ପଚାରିଲେ , ” ତୁମେ ତ ଜଗନ୍ନାଥଙ୍କୁ ଦେଖି ପାରୁ ନଥିଲ । କେବେ ବି ଆଗରୁ ଦେଖି ବି ନ ଥିବ ନିଶ୍ଚୟ । ତେବେ କାହିଁକି ଆସିଥିଲ ଏତେ ବାଟ, ଏତେ ଦୂରରୁ ? “
ପ୍ରଶ୍ନଟି ଅତି ଅନୁଚିତ ବା ଅବାଂଛିତ ମନେ ହେଉଥିଲେ ମଧ୍ୟ ତା ମଧ୍ୟରେ ଲୁଚି ରହିଥିଲା ସେଇ ଧର୍ମପରାୟଣ ପ୍ରଶାସକଙ୍କର ଏକ ରହସ୍ୟମୟ ଜିଜ୍ଞାସା ! ଅଥଚ ତାହାଠୁଁ ଅଧିକ ରହସ୍ୟମୟ ଥିଲା ସେଇ ଚଉଦ କି ପନ୍ଦର ବର୍ଷୀୟ ବାଳିକାଟିର ଉତ୍ତର। ଅତି ସହଜ ଭାବରେ ସେ କହିଲା, ” ଆପଣଙ୍କ ଭଳି ଆଖି ଥିବା ଲୋକମାନେ ଯେତେବେଳେ ଦେବତାଙ୍କୁ ଦର୍ଶନ କରନ୍ତି, ସେତେବେଳେ ପରମ ଭକ୍ତିରେ ଆପଣଙ୍କ ଦୁଇ ଖୋଲା ଆଖି ଆପେ ଆପେ ମୁଦି ହୋଇଯାଏ । କେଇ ମୁହୂର୍ତ୍ତ ପାଇଁ ଆପଣମାନେ ଆମ ଭଳି ଅନ୍ଧ ହୋଇଯାନ୍ତି । ଈଶ୍ୱର କେତେ ମହାନ, ଜୀବନର ପ୍ରତି ମୁହୂର୍ତ୍ତରେ ତାଙ୍କୁ ଅନୁଭବ କରିବାକୁ ସେ ଆମକୁ ସାରା ଜୀବନ ପାଇଁ ଅନ୍ଧ କରି ଦେଇଛନ୍ତି।”
ପ୍ରଶାସକଙ୍କ ପ୍ରଶ୍ନର ଉତ୍ତର ମିଳିଥିଲା କି ନାହିଁ କେଜାଣି, ସେ ତଟସ୍ଥ ହୋଇ ଯାଇଥିଲେ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ । ତାଙ୍କର ମନେ ପଡୁଥିଲା ସେଇ ଗୀତଟି–“ଅନ୍ଧ କରି ମୋତେ କରିଛୁ ରେ ଧନ୍ୟ………..”। ତାଙ୍କୁ ଲାଗୁଥିଲା, ଜଗନ୍ନାଥଙ୍କୁ ଅନୁଭବ କରିବା ପାଇଁ ଯେଉଁ ସୂକ୍ଷ୍ମ ଚେତନାଟି ଲୋଡ଼ା, ତାହା ଯେମିତି ଶିକ୍ଷିତର ଶିକ୍ଷା ଭିତରେ ନ ଥାଏ, ସେମିତି ବି ନ ଥାଏ ଚକ୍ଷୁଷ୍ମାନର ଚକ୍ଷୁର ଜ୍ୟୋତି ଭିତରେ !!

Ham hindu ha

ସବର୍ଣ୍ଣ- ଅସବର୍ଣ୍ଣ, ଛୁଆଁ ଅଛୁଁଆ, ଜାତି – ଅଜାତି , ରାଜା – ପ୍ରଜା, ଧନୀ – ଦରିଦ୍ର ଭେଦଭାବ ଛାଡି ହିନ୍ଦୁ ହୁଅନ୍ତୁ ନଚେତ ଆଗାମୀ ବଂଶଧର ଆଉଏ ଦେବ ଭୂମି ଭାରତ ବର୍ଷରେ ହିନ୍ଦୁ ହୋଇ ନଥିବେ କାରଣ ଏଇଟା ପଢନ୍ତୁ


ଯେଉଁ ହିନ୍ଦୁମାନେ ଏହି ଅହଂକାର ଧରି ରଖିଛନ୍ତି ଯେ ହଜାର ହଜାର ବର୍ଷ ତଳୁ ତାଙ୍କର ସନାତନ ଧର୍ମ ରହିଛି ଆଉ ଏହାକୁ କେଇ ମାଟିରେ ମିଶାଇ ପାରିବେ ନାହିଁ, ମୁଁ ତାଙ୍କୁ ବିନମ୍ର ଅନୁରୋଧ କରୁଛି ତଳେ ଲେଖାଥିବା ତଥ୍ୟଗୁଡିକୁ ଧ୍ୟାନରେ ପଢନ୍ତୁ :

🌎 ଶେଷରେ ଆଫଗାନିସ୍ଥାନରୁ ହିନ୍ଦୁ କାହିଁକି ସଫା ହେଇଗଲେ ??

🌎 ” କାବୁଲ” ଯାହାକୁ ଭଗବାନ ରାମଚନ୍ଦ୍ରଙ୍କ ପୁତ୍ର କୁଶ ତିଆରି କରିଥିବା ସହର ଥିଲା, ଆଜି ସେଠାରେ ଗୋଟିଏ ବି ମନ୍ଦିର ବଞ୍ଚିନି ।

🌎 “ଗାନ୍ଧାର” ଯାହାର ବିବରଣୀ ମହାଭାରତରେ ଅଛି, ଯାହାର ରାଣୀ ଗାନ୍ଧାରୀ ଥିଲେ, ଆଜି ତାହାର ନାମ କନ୍ଧାର ହୋଇଯାଇଛି, ଆଉ ସେଠାରେ ଆଜି ଗୋଟିଏ ବି ହିନ୍ଦୁ ନାହାନ୍ତି

🌎 “କମ୍ବୋଡିଆ” ଯେଉଁଠି ରାଜା ସୂର୍ଯ୍ୟଦେବ ବର୍ମନ ଦୁନିଆର ସବୁଠୁ ବଡ ମନ୍ଦିର ଅଙ୍କୋରବାଟ ମନ୍ଦିର ତିଆରି କରିଥିଲେ, ଆଜି ସେଠାରେ ବି ହିନ୍ଦୁ ନାହାନ୍ତି ।

🌎 “ବାଲି ଦ୍ବୀପ” ରେ 20 ବର୍ଷ ପୁର୍ବରୁ 90% ହିନ୍ଦୁ ଥିଲେ ଆଜି ସେଠାରେ ମାତ୍ର 20% ରହିଛନ୍ତି ।

🌎 “କାଶ୍ମୀରଘାଟି”ରେ ମାତ୍ର 25 ବର୍ଷ ତଳେ 50% ହିନ୍ଦୁ ଥିଲେ ଆଜି ସେଠାରେ ଆଉ ଗୋଟିଏ ବି ନାହାନ୍ତି

🌎 “କେରଳ”ରେ 10 ବର୍ଷ ପୂର୍ବେ 60% ଜନସଂଖ୍ୟା ହିନ୍ଦୁମାନଙ୍କର ଥିଲା ଆଜି ମାତ୍ର 10% ହିନ୍ଦୁ କେରଳରେ ଅଛନ୍ତି

🌎 “ନର୍ଥ ଈଷ୍ଟ” ଯେପରି ସିକିମ୍, ଆସାମ , ନାଗାଲେଣ୍ଡ ରେ ହିନ୍ଦୁମାନଙ୍କୁ ପ୍ରତିଦିନ ମାରିଦିଆଯାଉଛି ନହେଲେ ବାହାର କରି ଦିଆଯାଉଛି ନହେଲେ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇ ଦିଆଯାଉଛି ।

🌎 ମିତ୍ରମାନେ, 1569 ମସିହା ପର୍ଯ୍ୟନ୍ତ ଇରାନର ନାମ ପାରସ୍ ବା ପର୍ଶିୟା ଥିଲା, ଆଉ ସେଠାରେ ଗୋଟିଏ ବି ମୁସଲିମ୍ ନ ଥିଲେ, କେବଳ ପାରସୀ ରହୁଥିଲେ

🌎ଯେତେବେଳେ ପାରସ ଉପରେ ମୁସଲମାନମାନଙ୍କ ଆକ୍ରମଣ ହେଉଥିଲା, ସେତେବେଳେ ପାରସୀ ବୃଦ୍ଧ- ବୟସ୍କ ଲୋକେ ନିଜ ନବ ଯୁବକମାନଙ୍କୁ ଏଇ କଥା ସିଖୋଉ ଥଲେ ଯେ ଆମକୁ କେହି ମିଟେଇ ପାରିବେନି , କିନ୍ତୁ ଇରାନରୁ ପୁରା ପୁରି ପାର୍ସୀମାନଙ୍କୁ ଧ୍ବଂସ କରି ଦିଆଗଲା ।

ଧିରେ ଧିରେ ସେମାନଙ୍କ ଜନସଂହାର ଆଉ ଧର୍ମ ପରିବର୍ତ୍ତନ କରାଗଲା ।

🌎 ଗୋଟିଏ ଡଙ୍ଗାରେ ବସି 21 ଜଣ ପାର୍ସୀ କୌଣସି ପ୍ରକାରେ ଗୁଜୁରାଟର ନୌସାରୀ ଜିଲ୍ଲାର ଉଦ୍ବାୱାଡା ଗାଆଁ ରେ ପହଞ୍ଚିଲେ, ଆଉ ଆଜି ପାର୍ସୀମାନେ ଭାରତରେ ହାତଗଣତି ସଂଖ୍ୟାରେ ବଞ୍ଚିଛନ୍ତି ।

🌎 ସବୁବେଳେ ଶାନ୍ତିପାଇଁ ଭିକ ମାଗୁଥିବା ହିନ୍ଦୁମାନେ ….
ଆଜି ପର୍ଯ୍ୟନ୍ତ ଇତିହାସର ସବୁଠାରୁ ବଡ ସଂକଟ ଏବେ ହିନ୍ଦୁ ମାନଙ୍କ ଉପରେ ଆସିବାର ଅଛି ।

🌎 ଖ୍ରୀଷ୍ଟିଆନମାନଙ୍କର 80 ଟା ଦେଶ ଆଉ ମୁସଲମାନମାନଙ୍କର 56 ଟା ଦେଶ ଅଛି ।

🌎 ଆଉ ହିନ୍ଦୁମାନଙ୍କର ଏକମାତ୍ର ଦେଶ ଭାରତ ବି ଏବେ ହିନ୍ଦୁ ମାନଙ୍କର ସୁରକ୍ଷିତ ହୋଇ ଆଉ ନାହିଁ ।

🌎 ମୁଁ 10 ଜଣ ଲୋକଙ୍କୁ ଯେଉଁମାନେ ହିନ୍ଦୁ ଅଟନ୍ତି, ସେମାନଙ୍କୁ ପଚାରିଲି, ଆପଣଙ୍କ ଜାତି କଣ ??

ସମସ୍ତେ ଅଲଗା ଅଲଗା ଉତ୍ତର ଦେଲେ—
କିଏ କହିଲା ଚଷା…
କିଏ କହିଲା ଧୋବା…
କିଏ କହିଲା ତେଲି…
କିଏ କହିଲା ବ୍ରାହ୍ମଣ …
କିଏ କହିଲା ଗଉଡ…
କିଏ କହିଲା କେଉଟ…
କିଏ ମେହେର କହିଲା, କିଏ କନ୍ଧ କହିଲା, ସମସ୍ତେ ଅଲଗା ଅଲଗା କହିଲେ ।

🌎 କିନ୍ତୁ ମୁଁ 10 ଜଣ ମୁସଲିମଙ୍କୁ ପଚାରିଲି କେଉଁ ଜାତିର ଅଟ ??

ସମସ୍ତେ ଗୋଟିଏ ଉତ୍ତର ଦେଲେ…… ” ମୁସଲମାନ”

🌎 ମତେ ବଡ ଅଜୀବ ଲାଗିଲା, ମୁଁ ପୁଣି ପଚାରିଲି, ସେହି ଏକା ଉତ୍ତର ଆସିଲା …… “ମୁସଲମାନ”

🌎 ସେତେବେଳେ ମୋତେ ବହୁତ ଅନୁତାପ ଲାଗିଲା , ଆଉ ଲାଗିଲା ଆମେ କେତେ ଅଲଗା ଆଉ ସେମାନେ କେତେ ଏକାଠି….

🌎 କିଛି ବୁଝି ପାରୁଛନ୍ତି ଯଦି ଆଗକୁ କେହି ଯଦି ପଚାରେ ତେବେ ଗୋଟିଏ ଉତ୍ତର ଆସିବା ଦରକାର …. “ହିନ୍ଦୁ”

ଆଉ ଆପଣ ହିନ୍ଦୁ ହେବାରେ ଯଦି ଗର୍ବ କରୁଛନ୍ତି ତେବେ ଏ ମେସେଜ କୁ ଏତେ ହାଲା କରିଦିଅନ୍ତୁ ଯେ ଏହି ବାର୍ତ୍ତା ମୋତେ ପୁଣି ଆଉ କୋଉ ହିନ୍ଦୁ ଭାଇ ଠାରୁ ମିଳୁ ।

ଭାରତ ମାତା କୀ ଜୟ

blue lapizlazulli stone.

This is blue lapizlazulli.. it’s work as third eye opener. It makes devlop monetary devlopment. loss money recovery, protect from Kalajadu , pritect from bhut pret … it improve Tantrik sadhana or yoga sadhana capacity .

The use of lapis lazuli goes back to ancient times. This beautiful stone has been a favorite of both mystics, as well as royal families. Why would lapis lazuli be the choice for those who have external power, as well as those who focus on its internal counterpart?

Among the many properties ascribed to lapis lazuli are the energy of deep calm and a strong connection to cosmic wisdom. A connection that helps one align with a universal quality of truth and integrity. The deep cobalt blue of lapis lazuli has a royal presence, powerful and mysterious.

Lapis lazuli is not a stone one usually likes right away–its deep, mysterious energies can be veiled for a long time until one’s mind is ready to be still, be open, and have the courage to discover the mysteries of the universe in silence.

ଭଗବାନଙ୍କୁ କଣ ମାଗିବ

ମନୁଷ୍ୟ ଇଚ୍ଛାର ଓ ଈଶ୍ୱରଙ୍କୁ ମାଗିବାର କେବେ ଅନ୍ତ ହୁଏ ନାହିଁ । ଅନେକ ସମୟରେ ଆମେ ଭାବି ଥାଉ ସାରା ଦୁନିଆରେ କେବଳ ଆମେ ହିଁ ଅଧିକ ଦୁଃଖୀ ଓ ଈଶ୍ୱର ମଧ୍ୟ ଆମ ଗୁହାରି ଶୁଣୁ ନାହାନ୍ତି କି ଆମକୁ ସାହାଯ୍ୟ କରୁ ନାହାନ୍ତି ।

ମାତ୍ର ଏହା ଭୁଲ୍ ଅଟେ । ଈଶ୍ବରଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ସମାନ ଭାବେ ରହିଛି । ତେବେ ଆପଣ କଣ ଜାଣିଛନ୍ତି କି ଇଶ୍ୱରଙ୍କୁ କଣ ମାଗିବା ଉଚିତ୍? ସମର୍ଥ ରାମଦାସ ସ୍ବାମୀ ଏକଦା ମହାରାଷ୍ଟ୍ରର ଜଣେ ତେଜସ୍ଵୀ ସନ୍ଥ ଥିଲେ । ସେ ନିଜ ଶିଷ୍ୟମାନଙ୍କୁ ଜୀବନର ସମସ୍ତ ମୂଲ୍ୟ ବିଷୟରେ ଅବଗତ କରାଇ ଉଭୟ ଶକ୍ତି ଏବଂ ଭକ୍ତି ଉପାସନାର ଶିକ୍ଷା ଦେଉଥିଲେ ।

ସେ ଦିନେ ଈଶ୍ୱରଙ୍କୁ କିଛି ମାଗିବା ଉଚିତ୍ କି ନୁହେଁ ଏ ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । କାରଣ ତାଙ୍କର ଜଣେ ଶିଷ୍ୟ ତାଙ୍କୁ ପଚାରିଥିଲେ କି, ଗୁରୁ ଆପଣ ଯେତବେଳେ ଈଶ୍ବରଙ୍କ ନାମ ସ୍ମରଣ କରନ୍ତି ସେତେବେଳେ ଆପଣଙ୍କ ମୁଖରେ ଏତେ ଶାନ୍ତି କିପରି ରହିଥାଏ? ମାତ୍ର ଆମେ ଈଶ୍ବରଙ୍କ ନାମ ସ୍ମରଣ କରିବା ମାତ୍ରେ ଆମ ମନରେ ଅଶାନ୍ତ ହୁଏ ଆମେ ଈଶ୍ୱରଙ୍କୁ ନିଜ ଦୁଃଖ କଷ୍ଟ ବଖାଣି ଥାଉ?

ତେବେ ଗୁରୁ ରାମଦାସ ଶିଷ୍ୟଙ୍କୁ ଉତ୍ତର ଦେଲେ ସେ ଥରେ ଗୋଟିଏ ବଡ଼ ରାଜମହଲ ସାମନାରେ ଜଣେ ଭିକ୍ଷୁକକୁ ଠିଆ ହୋଇଥିବାର ଦେଖିଲେ । ତାର ଅବସ୍ଥା ଏତେ ଦୟନୀୟ ଥିଲା ଯେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇବା ଭଳି ବସ୍ତ୍ର ମଧ୍ୟ ପିନ୍ଧି ନ ଥିଲା । ସେ ଅନେକ ଦିନରୁ ଭୋକିଲା ଥିଲା ପରି ଲାଗୁଥିଲା ଓ ଦୁର୍ବଳତା ଯୋଗୁଁ କେତେବେଳେ ମଧ୍ୟ ପଡ଼ିଯିବ ବୋଲି ଲାଗୁଥିଲା ।

ସେତେବେଳେ ରାଜମହଲରୁ ରାଜା ବାହାରି ଆସିଲେ ଓ ଭିକ୍ଷୁକଙ୍କୁ ପଚାରିଲେ, “ତୁମର କଣ ଆବଶ୍ୟକ ରହିଛି?” ତେବେ ଭିକ୍ଷୁକ ଉତ୍ତର ଦେଇଥିଲା, “ଯଦି ମୋର ଅବସ୍ଥାକୁ ଦେଖି ଆପଣ ଜାଣି ପାରୁ ନାହାଁନ୍ତି କି ମୋତେ କଣ ଦରକାର ବୋଲି ତା ହେଲେ ମୁଁ ଆପଣଙ୍କ ଠାରୁ କଣ ଆଶା କରିବି? ମୁଁ ଆପଣଙ୍କ ସାମନାରେ ଠିଆ ହୋଇଛି ଆପଣ ନିଜେ ଚିନ୍ତା କରନ୍ତୁ କି ମୋର କଣ ଆବଶ୍ୟକ ରହିଛି ।

ଏହା ଦେଖିବା ପରେ ସେହି ଦିନ ଠାରୁ ରାମଦାସ ସ୍ବାମୀ ଈଶ୍ୱରଙ୍କୁ କିଛି ମଧ୍ୟ ମାଗିବା ଛାଡ଼ି ଦେଲେ । ତପ୍ତରେ ସେ ଶିଷ୍ୟମାନଙ୍କୁ କହିଲେ, ସତ୍ୟ ଓ ଶୁଦ୍ଧ ମନରେ କେବଳ ଈଶ୍ବରଙ୍କ ନାମ ସ୍ମରଣ କର । ପରମାତ୍ମଙ୍କୁ ସବୁ କିଛି ଦିଶେ । ସେ ଆପଣଙ୍କ ଅବସ୍ଥା ମଧ୍ୟ ଦେଖୁଛନ୍ତି । ତାଙ୍କ ପାଖେ ଶବ୍ଦର କୌଣସି ଆବଶ୍ୟକ ନାହିଁ ।

ଏହାର ତାପ୍ତର୍ଯ୍ୟ ହେଉଛି ଈଶ୍ୱର ସମସ୍ତଙ୍କ ଭାଗ୍ୟରେ ସୁଖ ଓ ଦୁଃଖ ଉଭୟ ଲେଖିଛନ୍ତି । ସବୁ ବିଷୟର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି । ଆପଣ କେବଳ କର୍ମ କରି ଚାଲନ୍ତୁ । ଉଚିତ୍ ସମୟ ଆସିଲେ ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ସେଥିପାଇଁ ଈଶ୍ବରଙ୍କ ପାଖରେ ସର୍ବଦା କିଛି ନା କିଛି ମାଗିବା ଠିକ୍ ନୁହେଁ । ବରଂ ବର୍ତ୍ତମାନ ଯେ କୌଣସି ବିଷୟ ଆପଣଙ୍କୁ ଈଶ୍ୱର ଦେଇଛନ୍ତି ସେଥିପ୍ରତି ଧନ୍ୟବାଦୀ ହୁଅନ୍ତୁ । ଈଶ୍ୱର ସବୁ ଦେଖୁଛନ୍ତି, ଉଚିତ୍ ସମୟରେ ସମସ୍ତ ବିଷୟ ସାଧନ କରିବେ ।

✿❁❣️ ଶ୍ରୀ ଜଗନ୍ନାଥ ଶରଣଂ ❣️❁✿

10 LAWS TO RAISE YOUR FREQUENCY

  1. Learn to be silent in times of greatest turbulence: Peace of Mind and Patience are your best allies during crises. Conquering these attributes is part of your spiritual evolution.
  2. Avoid judging other people: Your perception of the outer world is part of your inner world. When you speak ill of others, you are speaking ill of yourself. You hurt them and you hurt yourself. Therefore, love them and love yourself.
  3. Focus your attention on the things you like best: What you resist persists. If you focus on the negative, you will make it grow. If you focus on the positive, you will also make it grow. So what do you choose?
  4. Be still, it is not that fighting is bad, but remember that it is only a test: You are paying old debts for old actions. So accept it and let it flow. The more you remain on your feet, calm and accepting, the more you will have cleared your karma.
  5. Have hope, what seems real is just a bad thought product of your imagination. Change It !: Thoughts are things. Reality is created by your thinking and collective thinking. Change your mind and you will change your reality.
  6. Forgive, let go, and release: It may be difficult, but it is necessary. These negative feelings are what sustain the cycle of karma. Someone has to break it, start doing it!
  7. Always speak positive: Words also form reality, both yours and that of others. Be careful what you say, be positive affirmative and choose each word very well.
  8. Meditate at least twice a day (5 minutes would be a very good start): It is the best way to calm your mind and get in touch with your spiritual being.
  9. Visualize pleasant situations for you and all your loved ones: What exists in your mind will manifest in your reality. Create that reality for both yourself and your loved ones, you will be creating happiness and adding dharma.
  10. Give Love no matter what you receive: Love builds. Love heals. Love restores. Love is a choice, not a reaction. Give Love, you will be happier doing it and you will win in Dharma.

ଗୁପ୍ତ ଦାନ

ଆଜି ଗୋଟିଏ ସୁନ୍ଦର ତଥ୍ୟ ଜାଣିବାକୁ ପାଇଲି ।

ୟୁରୋପ ରେ ଗୋଟିଏ ଦେଶ ଅଛି ନାରୱେ, ଏକ ଖୁବ ସୁନ୍ଦର ଦେଶ। ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟ ଆସ୍ତ ଦୁଅନ୍ତି ନାହିଁ । ଏହି କାରଣରୁ ନାରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ । ପିଲାବେଳେ ପଢ଼ିଥିଲି କିନ୍ତୁ ଏହି ଦେଶରେ ଆଉ ଗୋଟିଏ ବୈଶିଷ୍ଟ୍ୟତା ଅଛି ଏଇ କିଛି ଦିନ ତଳେ ୟୁରୋପ ପରିଭ୍ରମଣ ରୁ ଫେରିଥିବା ଜଣେ ବନ୍ଧୁଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ୟ ହେଲି। ସେ କହିଲେ,
ଯଦି କେବେ ଏଇ ଦେଶକୁ ଯାତ୍ରା କରିବାର ସୁଯୋଗ ମିଳେ, ତାହାହେଲେ ନିମ୍ନ ଦୃଶ୍ୟ ସାଧାରଣ ରେ ମଧ୍ୟ ଦେଖିବାକୁ ପାଇବେ।

ଗୋଟିଏ ରେସ୍ତାଁରେଣ୍ଟ ।
ସେଠାର କ୍ୟାସ କାଉଣ୍ଟରକୁ ଜଣେ ମହିଳା ଆସି କୁହନ୍ତି,

“5 Coffee, 1 Suspension”.
ସେ ପୁଣି 5ଟି କଫି ର ପଇସା ଦେବା ସତ୍ୱେ 4ଟି କଫି ନେଇଯାନ୍ତି ।

କିଛି ସମୟ ପରେ…
ଅନ୍ୟ ଜଣେ ବ୍ୟକ୍ତି ଆସି କୁହନ୍ତି ,

“4 Lunch, 2 Suspension” !!!
ସେ ଚାରୋଟି ଲଞ୍ଚ ପାକେଟ ର ପେମେଂଟ କରନ୍ତି ସିନା
କିନ୍ତୁ ନେଲା ବେଳେ ଦିଓଟି Lunch packets ନେଇଯାନ୍ତି ।

ପୁଣି ଜଣେ ଭଦ୍ରବ୍ୟକ୍ତି ଅର୍ଡର ଦିଅନ୍ତି …
“10 Coffee, 6 Suspension” !!!
କିନ୍ତୁ ସେ ମଧ୍ୟ ଚାରୋଟି କଫି ନେଇଯାନ୍ତି।

କିଛି ସମୟ ପରେ ଜଣେ ବ୍ୟକ୍ତି ଜୀର୍ଣ୍ଣଶିର୍ଣ୍ଣ ଶରୀର, ଛିଣ୍ଡା ଫଟା ଆବରଣ – ସେଠାକୁ ଆସି ପଚାରନ୍ତି ,

“Any Suspended Coffee ??”
କାଉଣ୍ଟର ଗାର୍ଲ ଙ୍କ ଉତ୍ତର ଆସେ –
“Yes !!”
ଆଉ ଗୋଟିଏ ଗରମ କଫି ତାଙ୍କୁ ଦେଇ ଦିଅନ୍ତି ।

କିଛି ସମୟ ପରେ ଠିକ ସେଇ ଭଳି ଜଣେ ଦାଢ଼ିଆ ବ୍ୟକ୍ତି ଭିତରକୁ ଆସି ପଚାରନ୍ତି-
“Any Suspended Lunch ??”

ସେତେବେଳେ କାଉଣ୍ଟର ରେ ଉପସ୍ଥିତ ବ୍ୟକ୍ତି ଜଣକ
ଗରମ ଖାଦ୍ୟ ର ଗୋଟିଏ ପ୍ୟାକେଟ ଓ ପାଣି ବୋତଲଟିଏ ଧରାଇ ଦିଅନ୍ତି।

ଏହି କ୍ରମ ସାରା ଦିନ ଚାଲିଥାଏ …
ଗୋଟିଏ ଗ୍ରୁପ ଦ୍ୱାରା ଅଧିକ ପ୍ରଦାନ

ଅନ୍ୟ ଏକ ଗ୍ରୁପ ଦ୍ୱାରା ବିନା ପେମେଂଟ ରେ
ଖାଦ୍ୟ ପେୟ ଗ୍ରହଣ କରିବା

ଅର୍ଥାତ,
ନିଜର ପରିଚୟ ଗୁପ୍ତ ରଖି
ଏବଂ
ଅଜଣା ଅଶୁଣା ଦରିଦ୍ର ଭୋକିଲା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।
ଏହାହିଁ ନାରୱେ ନାଗରିକଙ୍କ ପରମ୍ପରା ଏବଂ ଵିଶେଷତ୍ବ ।
ଶୁଣିବାକୁ ମିଳୁଛି ଏହି ସଂସ୍କୃତି ଏଵେ ୟୁରୋପ ର ଅନ୍ୟ କିଛି ଦେଶ ମାନଙ୍କ ଭିତରେ ମଧ୍ୟ ପ୍ରବେଶ କଲାଣି ।

କିଂତୁ ଆମେ …???
ହସ୍ପିଟାଲ ହେଉ ବା ଅନାଥାଳୟ ହେଉ – ଯଦି କିଛି ନିଜେ ବା ସଂଗଠନ ମାଧ୍ୟମ ରେ ଜଳ, ଫଳ କିମ୍ବା କିଛି ଖାଦ୍ୟ ପେୟ ଦାନ ଦେବା ଇଚ୍ଛା ଥାଏ, ଫଟୋ ଉଠାଇ ସ୍ଥାନୀୟ ସମ୍ବାଦ ପତ୍ରରେ ଛପାଇବା ବା ସୋସିଆଲ ମେଡ଼ିଆ ରେ ଫଟୋ ପଠାଇବାରେ ପଛ ଘୁଞ୍ଚା ଦେଉନା ।
ନିଜର ଦାତା-ପଣିଆଁକୁ ବିଜ୍ଞାପିତ କରିଵାରେ ବା କରାଇବାରେ ଆମେ ସିଦ୍ଧହସ୍ତ ।
ଠିକ କହିଲି ନା ?…।
ଏହି ଦାନ ମାଧ୍ୟମରେ ନିଜକୁ ବିଜ୍ଞାପିତ କରିବା ଆମ ସମସ୍ତଙ୍କର ଏକ ବିକୄତ ମାନସିକତା ।
ଶାସ୍ତ୍ରରେ ମଧ୍ୟ ଦାନ ଦେବା ବିଷୟରେ ଅନେକ କଥା ରଚିତ ଅଛି। କୁହା ଯାଇଛି – ଡାହାଣ ହାତ ଯଦି ଦାନ କରୁଥାଏ, ତେବେ ବାମ ହାତ ମଧ୍ୟ ଏ ବିଷୟରେ ଅନଭିଜ୍ଞ ରହିବା ଉଚିତ।

କଣ ଭାରତରେ …
ଏ ଭଳି ଖାଦ୍ୟ ପେୟ ଦାନ ର
“Suspension” ଭଳି ପ୍ରଥା ର
ପ୍ରାରମ୍ଭ ହୋଇ ପାରିବ ???
ଆମ ସମସ୍ତଙ୍କର ଏ ବିଷୟରେ ଚିନ୍ତା କରିଵାର ଅଛି ।
🌹ଜୟ ଶ୍ରୀ ଜଗନ୍ନାଥ l ସାଇରାମ 🌹

‘‘ପ୍ରଭୁ, ପ୍ରକୃତ ବନ୍ଧୁ କିଏ?’’

ଉଦ୍ଧବ ଶ୍ରୀକୃଷ୍ଣଙ୍କ ସାରଥି ଥିଲେ ଆଉ ସଖା ବି। ପିଲାଦିନ ଠାରୁ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଜାଣିଥିଲେ। ତାଙ୍କ ପରି ବେଶ ହେଉଥିଲେ। ପ୍ରକୃତରେ ଶ୍ରୀକୃଷ୍ଣ ବ୍ୟବହାର କରିଥିବା ପୋଷାକ ପତ୍ର ଓ ଅଳଙ୍କାର ଆଣି ଉଦ୍ଧବ ପିନ୍ଧୁଥିଲେ। ଉଦ୍ଧବଙ୍କୁ ଶ୍ରୀକୃଷ୍ଣ ଓ ଶ୍ରୀକୃଷ୍ଣଙ୍କୁ ଉଦ୍ଧବ ପ୍ରାଣଭରି ଭଲ ପାଉଥିଲେ। ଦିନେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ- ‘‘ଉଦ୍ଧବ, ତୁମେ ଆଜିଯାଏ ମୋ କଥାନୁସାରେ ମୋର ବହୁତ କାମ କରିଛ; କିନ୍ତୁ ଦିନେ ବି କିଛି ମାଗିନାହଁ, ଆଜି ମାଗ, ଯାହା ଇଚ୍ଛା ମାଗିନିଅ, ମୁଁ ତୁମ ନିକଟରେ ଋଣୀ ରହିବାକୁ ଚାହୁଁନି।’’ ଉଦ୍ଧବ କହିଲେ- ‘‘ହେ ସଖା, ମୋର କିଛି ଦରକାର ନାହିଁ। ତୁମେ ମୋ ପାଖେ ପାଖେ ଅଛ ବୋଲି ମୁଁ ସର୍ବଦା ଅନୁଭବ କରୁଛି। ଏ ମାୟା ସ˚ସାରରେ ମୋର ଆଉ କିଛି ‘‘ମୋର’’ ହେବା ଦରକାର ନାହିଁ। ଯଦି ତୁମ ତରଫରୁ କିଛି ଦେବା କଥା ତୁମ ଆଡୁ ଆରମ୍ଭ ହୋଇଛି, ତେବେ ଦୟା କରି କେବଳ ମୋ ପ୍ରଶ୍ନର ଉତ୍ତର ଦେଇଦିଅ। ମୋ ମନ ଭିତରେ ଅନେକ ସ˚ଶୟ ଅଛି; ସେତକ ଦୂର କରିଦିଅ; ମୋର ଆଉ କିଛି ଦରକାର ନାହିଁ। ମୁଁ ତୁମ ଲୀଳାର କେତେକ ଅ˚ଶ ବୁଝିପାରିନି; ମୋତେ ବୁଝାଇ ଦେଇ ସନ୍ତୁଷ୍ଟ କରିଦିଅ ପ୍ରଭୁ।’’ ଭଗବାନ ଶ୍ରୀକୃଷ୍ଣ କହିଲେ- ‘‘ପଚାର ଉଦ୍ଧବ, ଯାହା ସ˚ଶୟ ମନ ଭିତରେ ଅଛି ପଚାର, ମୁଁ ଉତ୍ତର ଦେବି। ଦ୍ବିଧା ନ ରଖି ସବୁ ପ୍ରଶ୍ନ ପଚାରିଚାଲ; ମୁଁ ଉତ୍ତର ଦେଇ ତୁମକୁ ନିଶ୍ଚୟ ସନ୍ତୁଷ୍ଟ କରିବି।’’

ଉଦ୍ଧବ କହିଲେ- ‘‘ପ୍ରଭୁ, ପ୍ରକୃତ ବନ୍ଧୁ କିଏ?’’ ଶ୍ରୀକୃଷ୍ଣ କହିଲେ- ‘‘ପ୍ରକୃତ ବନ୍ଧୁ ସେଇ, ଯିଏ ଆବଶ୍ୟକତା ପଡ଼ିବା ମାତ୍ରେ ସାହାଯ୍ୟ ମାଗିବା ପୂର୍ବରୁ ବନ୍ଧୁଙ୍କୁ ସାହାଯ୍ୟ କରେ।’’ ଉଦ୍ଧବ କହିଲେ- ‘‘ହେ ସଖା, ଆପଣ ପାଣ୍ତବମାନଙ୍କ ଆତ୍ମୀୟ ଏବ˚ ପ୍ରିୟ ମିତ୍ର ଥିଲେ। କିନ୍ତୁ ଆପଣଙ୍କୁ ଲାଗୁ ନାହିଁ କି ଆପଣ ପ୍ରକୃତ ବନ୍ଧୁର ଯେଉଁ ଅର୍ଥ ମୋତେ ବୁଝାଇଲେ, ତାହା ନିଜେ କରିନାହଁ! ଯଦି ପ୍ରକୃତ ବନ୍ଧୁ ହୋଇଥାନ୍ତ, ତେବେ ଯୁଧିଷ୍ଠିରଙ୍କୁ ଦ୍ୟୁତକ୍ରୀଡ଼ାରୁ ଅଟକାଇଥାନ୍ତ। ଯଦି ନ ଅଟକାଇଲ ତେବେ ତାଙ୍କୁ ଜିତାଇ ପାରିଥା’ନ୍ତ। ଭାଗ୍ୟକୁ ପାଣ୍ତବଙ୍କ ପକ୍ଷେ ନେଇ ଯାଇ ପାରିଥା’ନ୍ତ। ଯେତେବେଳେ ନିଜର ସବୁ କିଛି ଯୁଧିଷ୍ଠିର ପଶାଖେଳରେ ବାଜି ଲଗାଉଥିଲେ, ତାହା ତୁମେ ବନ୍ଦ କରାଇପାରିଥା’ନ୍ତ। ଯୁଧିଷ୍ଠିରଙ୍କୁ ନିଜ ଭାଇ ଏପରିକି ନିଜ ସ୍ତ୍ରୀଙ୍କୁ ପଶାଖେଳରେ ବାଜି ଲଗାଇବାରୁ ରୋକିପାରିଥା’ନ୍ତ। ତା’ ନକରି ଆପଣ ସେମାନଙ୍କୁ ସେତିକିବେଳେ ସାହାଯ୍ୟ କରିବାକୁ ଆସିଲେ ଯେତେବେଳେ ଦ୍ରୌପଦୀ ନିଜର ଲଜ୍ଜା ସ˚କୋଚ ହରାଇ ସାରିଥିଲେ। ସେତେବେଳେ ଲୁଗା ଦେଇ ତାଙ୍କୁ ଲଜ୍ଜାରୁ ରକ୍ଷା କଲ। ଦୁଃଶାସନ ଦ୍ରୌପଦୀଙ୍କୁ ଘୋଷାରି ଘୋଷାରି ପୂର୍ଣ୍ଣ ରାଜସଭାକୁ ଆଣି ସେଠାରେ ଉଲଗ୍ନ କରିବାକୁ ଚେଷ୍ଟା ଚଳାଇଲା, ଆପଣ ଚୁପ୍‌ ରହି କିଛି କଲେ ନାହିଁ। କିଏ ଆପଣଙ୍କୁ ବିପଦର ବନ୍ଧୁ ବୋଲି କହିବ ଓ କିପରି? ଏଇଆ କ’ଣ ଧର୍ମ’’- ଏ ପ୍ରଶ୍ନ ସବୁ ପଚାରୁ ପଚାରୁ ଉଦ୍ଧବଙ୍କ ଚକ୍ଷୁଦ୍ବୟ ଲୋତକରେ ଭରିଗଲା।
ଶ୍ରୀକୃଷ୍ଣ ମୁରୁକି ହସି କହିଲେ- ‘‘ଉଦ୍ଧବ; ସୃଷ୍ଟିର ଏକ ସ୍ଥାୟୀ ନିୟମ ହେଉଛି ଏହି ଯେ ବିବେକବାନ ହିଁ ସର୍ବଦା ଜିତେ। ସେ ସମୟରେ ଦୁର୍ଯ୍ୟୋଧନ ପାଖରେ ବିବେକ ଥିଲା, ଯୁଧିଷ୍ଠିରଙ୍କ ପାଖେ ନୁହେଁ। ଏଇ କାରଣ ପାଇଁ ଯୁଧିଷ୍ଠିର ହାରିଲେ।’’ ଏଭଳି ଉତ୍ତର ଶୁଣି ଉଦ୍ଧବ ଆଶ୍ଚର୍ଯ୍ୟ ହୋଇଗଲେ। ଶ୍ରୀକୃଷ୍ଣ କହି ଚାଲିଲେ-‘‘ଉଦ୍ଧବ, ଦୁର୍ଯ୍ୟୋଧନ ପାଖରେ ଧନ ତ ବହୁତ ଥିଲା; କିନ୍ତୁ ସେ ପଶାଖେଳ ଜାଣି ନ ଥିଲା। ସେଥିପାଇଁ ନିଜ ମାମୁଁ ଶକୁନିଙ୍କୁ ତା’ ତରଫରୁ ଖେଳିବା ପାଇଁ କହିଲା। ଯୁଧିଷ୍ଠିର ବି ସେଇଆ କରିପାରିଥା’ନ୍ତେ ଏବ˚ ତାଙ୍କ ତରଫରୁ ମୋତେ ଖେଳିବାକୁ କହିପାରିଥା’ନ୍ତେ। ଏବେ ବିଚାର କରି କୁହ ଉଦ୍ଧବ, ଯଦି ଶକୁନି ଆଉ ମୁଁ ଖେଳିଥାନ୍ତୁ, କିଏ ଜିତିଥାନ୍ତା! ପଶାର ଡାକ ଶକୁନି ଅନୁସାରେ ପଡ଼ିଥା’ନ୍ତା ନା ମୋ ଅନୁସାରେ ପଡ଼ିଥାନ୍ତା। ହଉ, ସେକଥା ଛାଡ଼। ଏଥିପାଇଁ ଯୁଧିଷ୍ଠିରଙ୍କୁ କ୍ଷମା କରାଯାଇପାରେ। କିନ୍ତୁ ବିବେକଶୂନ୍ୟତା କାରଣରୁ ଯୁଧିଷ୍ଠିର ମୋତେ ପ୍ରାର୍ଥନା (ଅନୁରୋଧ) କରିଥିଲେ ଯେ ମୁଁ ପଶାଖେଳ ଗୃହକୁ ସେପର୍ଯ୍ୟନ୍ତ ଯିବିନି, ଯେପର୍ଯ୍ୟନ୍ତ ସେ ଡାକିନାହାନ୍ତି, କାରଣ ବୋଧହୁଏ ଯୁଧିଷ୍ଠିର ଚାହୁଁନଥିଲେ ଯେ ସେ ପଶାଖେଳିବା କଥା ମୁଁ ଜାଣେ। ମୁଁ ତଥାପି ପଶାଖେଳ ଗୃହ ବାହାରେ ଠିଆ ହୋଇ ଅପେକ୍ଷା କରିଥିଲି, କିନ୍ତୁ ମୋତେ କେହି ବି ଡାକିଲେ ନାହିଁ, ସ୍ମରଣ ବି କଲେ ନାହିଁ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ସମସ୍ତେ ଦୁର୍ଯ୍ୟୋଧନ ଉପରେ ହିଁ ରାଗୁଥିଲେ, ମୋ କଥା କାହାରି ମନ ଭିତରକୁ ଆସିଲା ନାହିଁ। ଯେତେବେଳେ ଦ୍ରୌପଦୀଙ୍କୁ ଘୋଷାରି ଘୋଷାରି ଦୁଃଶାସନ ରାଜସଭାକୁ ଆଣିଲା, ସେତେବେଳେ ଦ୍ରୌପଦୀ ବି ମୋତେ ସ୍ମରଣ କଲେ ନାହିଁ। ପ୍ରଥମେ ନିଜ ବଳ ଉପରେ ନିର୍ଭର କଲେ ଏବ˚ ତା’ପରେ ଉପସ୍ଥିତ ଗୁରୁଜନମାନଙ୍କ ନୀତି ଓ କରୁଣା ଉପରେ ନିର୍ଭର କଲେ। ଯେତେବେଳେ ବିବସ୍ତ୍ର ହେବା ନିଶ୍ଚିତ ହୋଇଗଲେ ସେତେବେଳେ ତାଙ୍କର ମୋ କଥା ସ୍ମରଣ ହେଲା ଓ ସେ ‘‘ହରି, ହରି, ଅଭୟ˚ କୃଷ୍ଣ’’ ବୋଲି ଉପରକୁ ହାତ ଟେକି ଦେଲେ। ମୁଁ ତ ତତ୍‌କ୍ଷଣାତ୍‌ ପହଞ୍ଚି ତାଙ୍କୁ ବସ୍ତ୍ର ଯୋଗାଇ ନିବସ୍ତ୍ର ହେବାରୁ ରକ୍ଷା କଲି- ଏଥିରେ ମୋର ଭୁଲ୍‌ କେଉଁଠି କୁହ।’’

ଉଦ୍ଧବ କହିଲେ- ‘‘ଆପଣଙ୍କ ଯୁକ୍ତି ଓ ଉତ୍ତର ପ୍ରଭାବଶାଳୀ ଅବଶ୍ୟ, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ‘‘ପ୍ରକୃତ ବନ୍ଧୁ’’ର ଯେଉଁ ସ˚ଜ୍ଞା ଆପଣ ଦେଲେ, ପ୍ରକୃତରେ ତ ଆପଣ ସେଇଆ କଲେନି। ଆପଣ କ’ଣ ସେତିକିବେଳେ ବିପଦରେ ପଡ଼ିଥିବା ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯିବେ ଯେତେବେଳେ ସେ ଆତୁର ହୋଇ ଆପଣଙ୍କୁ ଡାକିବ? ଆପଣ ତ କହିଲେ ପ୍ରକୃତ ବନ୍ଧୁ ସିଏ ଯେ ବିନା ଡାକିବାରେ ବିପଦରେ ପଡ଼ିଥିବା ବନ୍ଧୁଙ୍କ ନିକଟରେ ପହଞ୍ଚି ସାହାଯ୍ୟ କରେ। ସ˚କଟରେ ଥିବା ବନ୍ଧୁକୁ ସାହାଯ୍ୟ କରିବା ପାଇଁ ବନ୍ଧୁଙ୍କର ଆପଣଙ୍କୁ ଡାକିବା କ’ଣ ନିହାତି ଦରକାର?’’ ଶ୍ରୀକୃଷ୍ଣ ପୁଣି ଥରେ ମୁରୁକି ହସି କହିଲେ- ‘‘ଉଦ୍ଧବ, ଏ ସ˚ସାରରେ ପ୍ରତ୍ୟେକ ଜୀବ ନିଜ କର୍ମଫଳ ଆଧାରରେ ହିଁ ସଞ୍ଚାଳିତ ହୁଏ। ମୁଁ କାହାକୁ ନିର୍ଦ୍ଦିଷ୍ଟ କର୍ମ କରିବାକୁ ପ୍ରବର୍ତ୍ତାଏନି କି କାହାରି କର୍ମରେ ହସ୍ତକ୍ଷେପ କରେନି। ମୁଁ କେବଳ ସାକ୍ଷୀ ରୂପେ ସର୍ବଦା ତୁମ ନିକଟରେ ରହି ତୁମେ ଯାହା କର ସବୁ ଦେଖୁଥାଏ। ଏହା ହିଁ ଈଶ୍ବରଙ୍କ ଧର୍ମ।’’ ଉଦ୍ଧବ କହିଲେ- ‘‘ବାଃ, ତୁମେ ତା’ହେଲେ ଆମ ନିକଟରେ ରହି ଆମ ଦୁଷ୍କର୍ମ ସବୁ ନିରୀକ୍ଷଣ କରୁଥିବ। ଆମେ ପାପ ପରେ ପାପ କରି ଚାଲୁଥିବୁ ଏବ˚ ତୁମେ ସାକ୍ଷୀ ରହି ଆମ ପାପର ଗଣ୍ଠିଲି ଦେଖି ସେ ଅନୁସାରେ ଦୁର୍ଭାଗ୍ୟ ଖଞ୍ଜି ଚାଲିଥିବ!’’ ଭଗବାନ କହିଲେ- ‘‘ଉଦ୍ଧବ, ତୁମେ ମୋ ଶବ୍ଦଗୁଡ଼ିକର ଗଭୀର ଅର୍ଥ ବୁଝି ପାରିଲନି। ଯଦି ତୁମେ ବୁଝିଯାଅ ଏବ˚ ଅନୁଭବ କରିପାର ଯେ ମୁଁ ସାକ୍ଷୀ ରୂପେ ତୁମ ସଙ୍ଗେ ସଦାବେଳେ ଅଛି, ତେବେ ତୁମେ କୌଣସି ଅନୀତିକର କାର୍ଯ୍ୟ କରିବ କି? ଯେତେବେଳେ ତୁମେ ଭୁଲିଯାଅ ଯେ ତୁମେ ସମସ୍ତଙ୍କ ଅଜାଣତରେ କୌଣସି କର୍ମ କରିପାରିବ ସେତେବେଳେ ତୁମେ ଦୁଷ୍କର୍ମ କର। ଯଦି ମଣିଷ ବୁଝିଯାଏ ଯେ ଭଗବାନ ପ୍ରତ୍ୟେକ ଜୀବ ସହ ସାକ୍ଷୀ ରୂପେ ରହିଛନ୍ତି, ତେବେ ସେ କଦାପି କିଛି ଭୁଲ୍‌ କରିବନି- ଏହାହିଁ ସତ୍ୟ ଏବ˚ ଏତିକି ବୁଝିବା ଓ ଅନୁଭବ କରିବା ବ୍ୟକ୍ତି ମୋର ପ୍ରିୟ; ଠିକ୍‌ ଯେମିତି ତୁମେ, ଅକ୍ରୁର, ଅର୍ଜୁନ, ହନୁମାନ, ଜନକ ଏବ˚ ଆହୁରି ଅନେକ!’’

Significance of the number 108

Mala beads traditionally have 108 beads. The largest bead, in the center, is known as the guru. It is said to hold the energy generated during your practice. The number is often described as the numerical equivalent of “Om,” one of the most important spiritual sounds in meditation. Also, the relationship between your inner and outer environment is described by the 108 beads. Mala beads have great spiritual meaning, which makes them an important piece of mindful meditation and yoga practices. They can have a big effect on how you approach your mental health by helping you focus your thoughts on finding your true inner self.

The number 108 has long been considered sacred in many religions around the world. Many people often do 108 Sun Salutations (Surya Namaskar). Renowned mathematicians of Vedic culture viewed 108 as a number of the wholeness of existence.

1, 0, and 8: Some say that 1 stands for God or higher Truth, 0 stands for emptiness or completeness in spiritual practice, and 8 stands for infinity or eternity.

The number 108 also connects the Sun, Moon, and Earth: The average distance of the Sun and the Moon to Earth is 108 times their respective diameters. Such phenomena have given rise to many examples of ritual significance.

Sun and Earth: The diameter of the Sun is 108 times the diameter of the Earth. The distance from the Sun to the Earth is 108 times the diameter of the Sun. The mala is believed to maintain our harmony with the sun and moon energies effecting our quality of life and good health.

Moon and Earth: The average distance of the Moon from the Earth is 108 times the diameter of the Moon. The mala is believed to maintain our harmony with the sun and moon energies effecting our quality of life and good health.

Silver and the moon: In astrology, the metal silver is said to represent the moon. The atomic weight of silver is 108.

Energy Chakras: The chakras are the intersections of energy lines, and there are said to be a total of 108 energy lines converging to form the heart chakra wearing a mala that reaches till the heart supports the vital flow of energy through ‘seat of the self’, as taught in traditional Yoga.

Body Temperature: 108 degrees Fahrenheit is the maximum internal temperature the body can maintain it’s function, it is believed the mala balances and maintains the body’s inner harmony, and heat and can help us avoid illness.

Pranayama: If one is able to be so calm in meditation as to have only 108 breaths in a day, enlightenment will come.

Meditations: Some say there are 108 styles of meditation.

Astrology: In astrology, there are 12 houses and 9 planets. 12 times 9 equals 108. A mala is often worn to alleviate the influence of the planets or ‘stars’ in our life and thus avoid afflictions and the problems generally predicted in ones astrological chart.

108 is said to refer to the number of Hindu goddesses or deities

The Sikh tradition has a mala of 108 knots tied in a string of wool, rather than beads.

Some Buddhists carve 108 small Buddha’s on a walnut for good Courage. Some ring a bell 108 times to celebrate a new year. There are said to be 108 virtues to cultivate and 108 defilements to avoid.

The Chinese Buddhists and Taoists use a 108-bead mala, which is called ‘su-chu. Chinese astrology says that there are 108 sacred stars.

Japanese Rituals, During Japanese New Year Services, a bell is rung 108 times.

Stages of the soul, It is believed that the ‘Atmaan’, the human soul, goes through 108 stages on the journey.

Design a site like this with WordPress.com
Get started